ଗୋଟିଏ ଫିଲ୍ମକୁ ୯୫ କୋଟି ନେଉଥିବା ହଲିଉଡ୍‌ ହିରୋଇନ୍ କାହିଁକି ଛାଡ଼ିଲେ ଅଭିନୟ?

ୱାଶିଂଟନ: ହଲିଉଡ୍‌ ଅଭିନେତ୍ରୀ କ୍ୟାମରୁନ୍ ଡିଏଜ ଗତ ଅଗଷ୍ଟ ୩୦ ତାରିଖରେ ତାଙ୍କର ୪୫ତମ ଜନ୍ମଦିନ ପାଳନ କରିଛନ୍ତି। ହଲିଉଡ୍‌ର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ଭାବେ ଜଣାଶୁଣା କ୍ୟାମରୁନ୍ ୧୯୯୪ରେ ଫିଲ୍ମରେ ଡେବ୍ୟୁ କରିଥିଲେ। ଏବେ କିନ୍ତୁ ସେ ଫିଲ୍ମ ଦୁନିଆରୁ ସଂପୂର୍ଣ୍ଣ ଦୂରେଇ ଯାଇଛନ୍ତି। ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବାରୁ ସେ ଫିଲ୍ମରେ ଅଭିନୟ କରିବା ଛାଡ଼ି ଦେଇଥିଲେ। ଫିଲ୍ମକୁ ନେଇ ସେ ଏତେ ବ୍ୟସ୍ତ ରହୁଥିଲେ ଯେ ତାଙ୍କର ବ୍ୟକ୍ତିଗତ ଜୀବନ ପୂରା ବିଗିଡ଼ି […]

Rakesh Mallick
  • Published: Wednesday, 13 September 2017
  • Updated: 17 August 2018, 04:15 AM IST

Sports

Latest News

ୱାଶିଂଟନ: ହଲିଉଡ୍‌ ଅଭିନେତ୍ରୀ କ୍ୟାମରୁନ୍ ଡିଏଜ ଗତ ଅଗଷ୍ଟ ୩୦ ତାରିଖରେ ତାଙ୍କର ୪୫ତମ ଜନ୍ମଦିନ ପାଳନ କରିଛନ୍ତି। ହଲିଉଡ୍‌ର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ଭାବେ ଜଣାଶୁଣା କ୍ୟାମରୁନ୍ ୧୯୯୪ରେ ଫିଲ୍ମରେ ଡେବ୍ୟୁ କରିଥିଲେ। ଏବେ କିନ୍ତୁ ସେ ଫିଲ୍ମ ଦୁନିଆରୁ ସଂପୂର୍ଣ୍ଣ ଦୂରେଇ ଯାଇଛନ୍ତି। ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବାରୁ ସେ ଫିଲ୍ମରେ ଅଭିନୟ କରିବା ଛାଡ଼ି ଦେଇଥିଲେ। ଫିଲ୍ମକୁ ନେଇ ସେ ଏତେ ବ୍ୟସ୍ତ ରହୁଥିଲେ ଯେ ତାଙ୍କର ବ୍ୟକ୍ତିଗତ ଜୀବନ ପୂରା ବିଗିଡ଼ି ଯାଇଥିଲା। ଏହା ତାଙ୍କୁ ଦୁଃଖିତ କରିଥିଲା। ୨୦୧୪ ମସିହାରେ ସେ ଶେଷ ଥର ପାଇଁ ଫିଲ୍ମରେ ଅଭିନୟ କରିଥିଲେ। କ୍ୟାମରୁନ ଗୋଟିଏ ଫିଲ୍ମ ପାଇଁ ୯୫ କୋଟି ଟଙ୍କା ନେଉଥିଲେ। ୨୦୧୦ରେ ଫୋର୍ବସ ପତ୍ରିକା ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୧୦୦ ଜଣ ଧନୀ ମହିଳା ସେଲିବ୍ରିଟିଙ୍କ ତାଲିକାରେ ସେ ୬୦ ନମ୍ବର ସ୍ଥାନରେ ଥିଲେ।

[caption id="attachment_163923" align="aligncenter" width="650"]mask ‘ଦ ମାସ୍କ’ରେ କ୍ୟାମରୁନ[/caption]

୧୬ ବର୍ଷରୁ ଆରମ୍ଭ କରିଥିଲେ ମଡେଲିଂ

କ୍ୟାମରୁନ୍ କାର୍ଲିଫର୍ଣ୍ଣିଆରେ ଜନ୍ମ ହୋଇଥିଲେ। ସ୍କୁଲ୍ ପଢ଼ା ଶେଷ କରିବା ପରେ ମାତ୍ର ୧୬ ବର୍ଷ ବୟସରେ ସେ ମଡେଲିଂ ଆରମ୍ଭ କରିଥିଲେ। ଦୁଇ ତିନି ବର୍ଷ ଧରି ସେ ମଡେଲିଂ କରିବା ପରେ ସେ ଅଭିନୟ ପ୍ରତି ମନ ବଳାଇଥିଲେ। ୨୧ ବର୍ଷ ବୟସରେ ‘ଦ ମାସ୍କ’ରେ ଡେବ୍ୟୁ କରିଥିଲେ। ଅଡିସନ୍ ଦେଇ ସେ ଏହି ଫିଲ୍ମ ପାଇଁ ମନୋନୀତ ହୋଇଥିଲେ। ତେବେ ଅଭିନୟରେ ତାଙ୍କର ଅନୁଭୂତି ନଥିଲା। ସେଥିପାଇଁ ସେ ତାଲିମ ନେଇଥିଲେ। ଏହି ଫିଲ୍ମରେ ସେ ଲିଡ୍‌ ରୋଲ୍‌ରେ ଆସିଥିଲେ ଓ ରାତାରାତି ଫେମସ୍ ହୋଇଯାଇଥିଲେ। ତାଙ୍କର ଏହି ଫିଲ୍ମ ୧୯୯୪ରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ସାମିଲ ହୋଇଥିଲା। ପୂରା ବିଶ୍ୱରେ ଏହା ୨୨୪୦ କୋଟି ଟଙ୍କା ଆୟ କରିଥିଲା। ‘ଦ ଲାଷ୍ଟ ସପର’ (୧୯୯୬), ‘ଫିଲିଙ୍ଗ ମିନେସୋଟା’ (୧୯୯୬),‘କିଜ୍ ଟୁ ତୁଲସା’,‘ଏନି ଗିବନ ସଣ୍ଡେ‘ (୧୯୯୯), ‘ଚାର୍ଲି ଏଞ୍ଜେଲ୍‌ସ’ (୨୦୦୦), ‘ଦ ଇନ୍‌ଭିଜିବଲ୍ ସର୍କସ’ (୨୦୦୧), ‘ଦ ହଲିଡେ’ (୨୦୦୬), ‘ଦ ଅଦର ଓମ୍ୟାନ୍’ (୨୦୧୪) ଓ ‘ଏନୀ’ (୨୦୧୪) ସହିତ ଆହୁରି ଅନେକ ଫିଲ୍ମରେ କାମ କରିଥିଲେ କ୍ୟାମରୁନ୍‌। ଅଭିନୟ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story