Advertisment

ଦେବସ୍ନାନ ପୂର୍ଣ୍ଣିମାରେ ପୁରୀକୁ ଜଗିଛି ପୁଲିସ ; ୬୮ ପ୍ଲାଟୁନ ଫୋର୍ସ ମୃତୟନ

ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା ରହିଛି।

ଅଦ୍ୟତନ ହୋଇଛି
Puri Snana Purnima 2024

Puri

Advertisment

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସକାଳୁ ସକାଳୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୃତୟନ କରାଯାଇଛି। ପୁରୀରେ ୪ ଜଣ ଏସପି ରାଙ୍କର ଅଫିସର, ୨ ଜଣ ଅତରିକ୍ତ ଏସପି, ୨୨ଜଣ ଡିଏସପି, ୨୯୦ରୁ ଅଧିକ ସବ୍‌ ଇନସପେକ୍ଟର ମୃତୟନ ହୋଇଛନ୍ତି। ସମୁଦାୟ ୬୮ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। କୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ନମ୍ବର ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ପହଣ୍ଡି ସମୟରେ ଟିକେଟଧାରୀ ମାନେ  ଦକ୍ଷିଣ ଦ୍ୱାରରେ ପ୍ରବେଶ କରିପାରିବେ।

Live Updates: Snana Yatra 2024 LIVE Updates: ସ୍ନାନଯାତ୍ରା- ଘଡ଼ିକୁ ଘଡ଼ି

ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି। କେବଳ ପାସଧାରୀ ମାନେ ମରଚିକୋଟ ଛକ ପର୍ଯ୍ୟନ୍ତ ଯାଇପାରିବେ। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା ରହିଛି। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment
Ratha Yatra Puri Shreemandir Puri Debasnan Purnima
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe