Puri
ପୁରୀରେ ଆଜି ମଧ୍ୟ ରଥ ଟଣା ହେବ। କାରଣ ଗତକାଲି ଅଧା ବାଟରେ ଅଟକି ରହିଥିଲା ଦେବଦଳନ ଏବଂ ନନ୍ଦିଘୋଷ ରଥ। କେବଳ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ଲାଗିଥିଲା। ଭଉଣୀ ଶୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଛି। ଏ ଦୁଇ ରଥ ସରଧାବାଲିରେ ପହଞ୍ଚି ନଥିବାରୁ ଆଜି ପୁଣି ରଥଟଣା ହେବ।
ଭକ୍ତମାନେ ବଡ଼ଦାଣ୍ଡରେ ରଥଟାଣିବାର ସୁଯୋଗ ପାଇବେ। ସେହିପରି ସରଧାବାଲେରି ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ।
ଆସନ୍ତାକାଲି ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୁରତି। ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏପଟେ ବଳଭଦ୍ରଙ୍କ ରଥ ସରଧାବାଲିରେ ଲାଗିବା ପୂର୍ବରୁ ରାତି ହୋଇଯାଇଥିବାରୁ ସନ୍ଧ୍ୟା ପରେ ରଥ ଟଣାଯିବାକୁ ନେଇଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।
ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Puri_1687314838.jpg)