Advertisment

ପୁରୀ ବଡ଼ଦାଣ୍ଡରେ ପୁଣି ଗଡ଼ିଲା ରଥ

ଆସନ୍ତା କାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।

author-image
Tapaswini Nayak
puri

puri

ଶ୍ରୀକ୍ଷେତ୍ରରେ ଆଜି ପୁଣି ହେଉଛି ରଥ ଟଣା। ଅଧା ବାଟରେ ଅଟକି ରହିଥିବା କାଳିଆର ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା ହେଉଛି। ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ଗତକାଲି କେବଳ ବଳଭଦ୍ରଙ୍କର ତାଳଧ୍ୱଜ ରଥ ଶରଧାବାଲିରେ ଲାଗିଥିଲା। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହୋଇଛି ରଥଟଣା।

Advertisment

ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଥିଲା। ଆଜି ତିନି ରଥ ଶରଧାବାଲିରେ ଲାଗିବା ପରେ ଭକ୍ତମାନେ ରଥଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ।

ସୂଚନାଯୋଗ୍ୟ, ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଥିଲେ। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଥିଲେ।

Advertisment
Ratha Yatra Puri Shreemandir Puri Puri Ratha Yatra