Advertisment

ବିଶ୍ୱ ରକ୍ତଦାତା ଦିବସ: କେଉଁମାନେ ରକ୍ତ ଦାନ କରିବାକୁ ସକ୍ଷମ?

ରକ୍ତ ଦାନ କରିବା ଦ୍ୱାରା ଶରୀରକୁ ଲାଭ ମିଳେ ନା କ୍ଷତି, ଜାଣନ୍ତୁ...

Representative Image

Representative Image

Advertisment

ରକ୍ତ ଦାନ ଏକ ମହତ ଦାନ, କାରଣ ଏହି ଦାନ ଜଣେ ବ୍ୟକ୍ତିକୁ ନୂଆ ଜୀବନ ଦିଏ। ଶରୀରର ଏହି ମହତ ଉପାଦାନକୁ ସ୍ୱଇଚ୍ଛାରେ ଦାନ କରି ଦେଉଥିବା ବ୍ୟକ୍ତିଙ୍କ ପାଇଁ ଆଜି ଦିନଟିଏ। ଅର୍ଥାତ୍ ଆଜି ବିଶ୍ୱ ରକ୍ତଦାତା ଦିବସ। ରକ୍ତଦାନର ମହତ ଆଉ ରକ୍ତଦାତାଙ୍କ ମହାନ ପଣିଆକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ।

Advertisment

ପ୍ରସିଦ୍ଧ ନ୍ୟୁରୋଲୋଜିଷ୍ଟ କାର୍ଲ ଲ୍ୟାଣ୍ଡଷ୍ଟିନରଙ୍କ ଜନ୍ମ ଜୟନ୍ତୀକୁ ବିଶ୍ୱ ରକ୍ତଦାତା ଦିବସ ରୂପେ ପାଳ କରାଯାଇ ଆସୁଛି। କାରଣ କାର୍ଲ ଲ୍ୟାଣ୍ଡଷ୍ଟିନର ହିଁ ବ୍ଲଡ୍ ଗ୍ରୁପ୍ A, B, O ଆବିଷ୍କାର କରିଥିଲେ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ରକ୍ତ ଦାନ ସମ୍ଭବ ହୋଇ ପାରିଥିଲା। 

ତେବେ ରକ୍ତଦାନକୁ ନେଇ ଏବେ ବି ଅନେକ ଭ୍ରାନ୍ତ ଧାରଣା ରହିଛି। ରକ୍ତ ଦାନ କରିବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚେ ଇତ୍ୟାଦି ଇତ୍ୟାଦି। ବାସ୍ତବରେ କେଉଁମାନେ ରକ୍ତ ଦାନ କରିପାରିବେ, ଏହା ଦ୍ୱାରା ଶରୀରରୁ କି କି ଲାଭ ମିଳିଥାଏ, ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନିର୍ଦ୍ଦେଶାବଳୀ କଣ ରହିଛି, ଜାଣନ୍ତୁ...

Advertisment

କେଉଁମାନେ ରକ୍ତ ଦାନ କରିବା ଉଚିତ୍?

  • ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, 18 ବର୍ଷରୁ 65 ବର୍ଷ ମଧ୍ୟରେ ଶାରୀରିକ ସୁସ୍ଥ ବ୍ୟକ୍ତି ରକ୍ତ ଦାନ କରିପାରିବ।
  • ରକ୍ତ ଦାନ କରୁଥିବା ଦାତାଙ୍କର ଓଜନ ଅତି କମରେ 45 କିଲୋଗ୍ରାମ କିମ୍ବା ତା'ଠୁ ଅଧିକ ହେବା ଉଚିତ୍।
  • ରକ୍ତ ଦାତାଙ୍କର ପଲ୍ସ(ହୃଦୟ ଗତି) 60ରୁ 100 BPM ମଧ୍ୟରେ ହେବା ଉଚିତ୍।
  • ରକ୍ତଦାତାଙ୍କ ହିମୋଗ୍ଲୋବିନ୍ ଅତିକମରେ 12-13 ଗ୍ରାମ ରହିବା ଆବଶ୍ୟକ।

କେଉଁ ମାନେ ରକ୍ତ ଦାନ କରିବା ଉଚିତ୍ ନୁହେଁ 

  • ପ୍ରସବ ପରେ ଏକ ବର୍ଷ ପର୍ଯ୍ୟନ୍ତ ମହିଳାମାନେ ରକ୍ତ ଦାନ କରିବା ଉଚିତ୍ ନୁହେଁ।
  • ହାର୍ଟ, କିଡନୀ, ଡାଇବେଟିସ, କ୍ୟାନସର ଭଳି ରୋଗରେ ପୀଡିତ ରୋଗୀମାନେ ରକ୍ତ ଦାନ କରିବା ଉଚିତ୍ ନୁହେଁ।
  • ଯଦିଓ କୌଣସି ପ୍ରକାର ସଂକ୍ରମଣ ହୁଏ, ତେବେ ରକ୍ତ ଦାନ କରାଯାଇପାରିବ ନାହିଁ।
  • ଯଦି ନିକଟରେ ଟାଇଫଏଡ୍ କିମ୍ବା ମ୍ୟାଲେରିଆରେ ପୀଡ଼ିତ ହୋଇଥିବେ, ତେବେ ରକ୍ତ ଦାନ କରିପାରିବେ ନାହିଁ।
  • କୌଣସି ବଡ଼ ଅସ୍ତ୍ରୋପଚାର ପରେ 12 ମାସ ପର୍ଯ୍ୟନ୍ତ ରକ୍ତ ଦାନ କରାଯିବା ଉଚିତ ନୁହେଁ ଏବଂ ସାମାନ୍ୟ ଅସ୍ତ୍ରୋପଚାର ପରେ 6 ମାସ ପର୍ଯ୍ୟନ୍ତ।
  • ଯଦି ଟାଟୁ କରାଇଥାନ୍ତି, ତେବେ ଛଅ ମାସ ପର୍ଯ୍ୟନ୍ତ ରକ୍ତ ଦାନ କରିପାରିବ ନାହିଁ।
  • ଶରୀରରେ ରକ୍ତ ଅଭାବ ଥିଲେ ମଧ୍ୟ ରକ୍ତ ଦାନ କରିପାରିବେ ନାହିଁ।
  • ମଦ୍ୟପାନ କିମ୍ବା କୌଣସି ପ୍ରକାରର ନିଶା ସେବନ କରିବାର ପ୍ରାୟ 24 ରୁ 48 ଘଣ୍ଟା ପର୍ଯ୍ୟନ୍ତ ରକ୍ତ ଦାନ କରିପାରିବେ ନାହିଁ।

ରକ୍ତ ଦାନ କରିବା ଲାଭଦାୟକ କି?
ରକ୍ତ ଦାନ କେବଳ ଏକ ମହତ କାର୍ଯ୍ୟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ରକ୍ତ ଦାନ କରିବା ଦ୍ୱାରା ଶରୀର ଅନେକ ରୋଗରୁ ରକ୍ଷା ପାଇଥାଏ ଏବଂ ମନ ସକ୍ରିୟ ରହିଥାଏ। ଏହା ଦ୍ୱାରା ରକ୍ତ ପତଳା ହୋଇଥାଏ, ଯାହା ଫଳରେ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ। ଓଜନ ନିୟନ୍ତ୍ରଣରେ ରହିଥାଏ ଏବଂ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା ମିଳିଥାଏ। ଏହା ବ୍ୟତୀତ, ରକ୍ତ ଦାନ ପରେ ଏକ ସକରାତ୍ମକ ଅନୁଭବ ମଧ୍ୟ ହୋଇଥାଏ, ଯାହା ଦ୍ୱାରା ଭାବନାତ୍ମକ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ।

କେଉଁ ବ୍ୟବଧାନରେ ରକ୍ତ ଦାନ କରିପାରିବେ?
ପୁରୁଷମାନେ ପ୍ରତି 3 ମାସ ପରେ ଏବଂ ମହିଳାମାନେ ପ୍ରତି 4 ମାସ ପରେ ରକ୍ତ ଦାନ କରିପାରିବେ। ବାସ୍ତବରେ, ଶରୀରରେ ଥିବା ଲୋହିତ ରକ୍ତ କଣିକା 3ରୁ 4 ମାସ ପରେ ନଷ୍ଟ ହୋଇଯାଏ, ଏପରି ପରିସ୍ଥିତିରେ ରକ୍ତଦାନର କିଛି ମାସ ବ୍ୟବଧାନ ପରେ ପୁନର୍ବାର ଦାନ କରିବାକୁ ପରାମର୍ଶ ଦିଆଯାଇଥାଏ। ରକ୍ତ ଦାନ କରିବା ସମୟରେ, ଗୋଟିଏ ୟୁନିଟ୍ ଅର୍ଥାତ୍ 350 ମିଲିଗ୍ରାମ ରକ୍ତ ଶରୀରରୁ ନିଆଯାଏ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। ରକ୍ତ ଦାନ ସମୟରେ ନିଜର ସ୍ୱାସ୍ଥ୍ୟ ଯାଞ୍ଚ ସହ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ରୂପେ ଗ୍ରହଣ କରନ୍ତୁ।

World Blood Donor Day Blood Donation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe