Advertisment

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା ମାମଲା; ହନି ଟ୍ରାପରେ ଫସାଇ କରାଯାଇଛି ମର୍ଡର

ହନି ଟ୍ରାପ୍ ମାଧ୍ୟମରେ ସାଂସଦ ଅନୱାରୁଲଙ୍କୁ ବାଂଲାଦେଶରୁ କୋଲକାତା ଆଣିବା ପରେ କରାଯାଇଛି ହତ୍ୟା।

author-image
Debibandita Barick
MP Anwarul Azim Anar & Shilanti Rahman's Representative Image

MP Anwarul Azim Anar & Shilanti Rahman's Representative Image

କୋଲକାତାରେ ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନୱାରଙ୍କୁ ହତ୍ୟା ପୂର୍ବରୁ "ହନି ଟ୍ରାପ"ରେ ଫସା ଯାଇଥିଲା। ଏନେଇ ଢାକା ପୁଲିସ ପକ୍ଷରୁ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଢାକା ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। 

Advertisment

ପୁଲିସ ସୂତ୍ରରୁ ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ଶିଲନ୍ତି ରେହମନ। ସେ ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାରଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାଂସଦ ଅନୱାରୁଲଙ୍କ ଘନିଷ୍ଠ ବନ୍ଧୁ ଅଖତରୁଜମାନର ଗର୍ଲଫ୍ରେଣ୍ଡ। 

ହତ୍ୟାକାଣ୍ଡ ସମୟରେ ଶିଲନ୍ତି କୋଲକାତାରେ ଥିଲେ ଏବଂ ଏହାପରେ ମୁଖ୍ୟ ସନ୍ଦିଗ୍ଧ ହତ୍ୟାକାରୀ ଅମାନଉଲ୍ଲା ଅମାନଙ୍କ ସହ ଢାକା ଫେରିଯାଇଥିବା ପୁଲିସ କହିଛି। ପୁଲିସ ସୂତ୍ରରୁ ଜଣାଯାଇଛି ଯେ, ଅନୱାରୁଲଙ୍କୁ ବାଂଲାଦେଶରୁ କୋଲକାତା ଆଣିବା ପାଇଁ ଶିଲନ୍ତିଙ୍କୁ ହନି ଟ୍ରାପରେ ବ୍ୟବହାର କରାଯାଇଥିଲା। 

Advertisment

ଏଥିପାଇଁ ଶିଲନ୍ତିଙ୍କୁ ମାଷ୍ଟରମାଇଣ୍ଡ 5 କୋଟି ଟଙ୍କା ଦେଇଥିବା ପୁଲିସ କହିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ବାବଦରେ ଏଯାଏ ସ୍ପଷ୍ଟ କରିନଥିଲେ ମଧ୍ୟ ଟଙ୍କା ଲେଣଦେଣକୁ ନେଇ ଏପରି କରାଯାଇଥାଇପାରେ ବୋଲି କୁହାଯାଉଛି।

ପ୍ରକାଶ ଥାଉକି, କୋଲକାତାରେ ବାଂଲାଦେଶ ଅୱାମି ଲିଗ୍ ପାର୍ଟି ସାଂସଦ ଅନୱାରୁଲ ଅଜିନ ଅନୱାରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପଶ୍ଚିମବଙ୍ଗ ସିଆଇଡି ତଦନ୍ତରୁ ଜାଣିବାକୁ ପାଇଛି। ସିଆଇଡି କହିବା ଅନୁସାରେ, ଅନୱାର ମେ 12ରେ ଡାକ୍ତରୀ ପରୀକ୍ଷା ପାଇଁ ବାଂଲାଦେଶରୁ କୋଲକାତା ଆସିଥିଲେ। କୋଲକାତା ବିମାନବନ୍ଦରରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତିନି ଦିନ ଧରି ତାଙ୍କର କୌଣସି ଖୋଜ୍ ଖବର ନ ମିଳିବାରୁ ନିଖୋଜ ନେଇ ଅଭିଯୋଗ ପରେ ମାମଲାର ପର୍ଦ୍ଦାଫାସ ହୋଇଛି।

Anwarul Azim Anar Bangladesh MP Murder