Advertisment

୨୦ ବର୍ଷରେ ପ୍ରଥମ: ଟ୍ରମ୍ପଙ୍କ ନାଁରେ ଯୋଡ଼ି ହେଲା ଏହି ରେକର୍ଡ

ଉତ୍ତର କାରୋଲିନା ଓ ଜର୍ଜିଆ ଭଳି ସ୍ୱିଙ୍ଗ ଷ୍ଟେଟରେ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ ତଥା ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ ପରାସ୍ତ କରି ହ୍ୱାଇଟ ହାଉସକୁ ଯିବା ଏକ ପ୍ରକାରର ସୁନିଶ୍ଚିତ କରିଛନ୍ତି।

Trump

Trump

Advertisment

ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନର ପ୍ରଥମ ପ୍ରାର୍ଥୀ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପପୁଲାର ବା ଲୋକପ୍ରିୟ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ସ୍ୱିଙ୍ଗ ରାଜ୍ୟଗୁଡ଼ିକରେ ଟ୍ରମ୍ପ ବାଜିମାତ କରିଥିବାରୁ ସେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

Advertisment

ଉତ୍ତର କାରୋଲିନା ଓ ଜର୍ଜିଆ ଭଳି ସ୍ୱିଙ୍ଗ ଷ୍ଟେଟରେ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ ତଥା ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ ପରାସ୍ତ କରି ହ୍ୱାଇଟ ହାଉସକୁ ଯିବା ଏକ ପ୍ରକାରର ସୁନିଶ୍ଚିତ କରିଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ରିପବ୍ଲିକାନର ପ୍ରାର୍ଥୀ ଜର୍ଜ ଡବ୍ଲ୍ୟୁ ବୁଶଙ୍କ ପରେ ଲୋକପ୍ରିୟ ଭୋଟ ପାଇ ହ୍ୱାଇଟ ହାଉସକୁ ଯାଉଛନ୍ତି। ୨୦୦୪ରେ ବୁଶ ଲୋକପ୍ରିୟ ଭୋଟ ପାଇ ରାଷ୍ଟ୍ରପତି ହୋଇଥିଲେ। ୨୦୦୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବୁଶ ୬୨,୦୪୦,୬୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ଇଲେକ୍ଟୋରାଲ ଭୋଟ ସଂଖ୍ୟା ୨୮୬ ଥିଲା। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ଡେମୋକ୍ରାଟିକ ପାର୍ଟିର ଜନ କେରୀ ୫୯,୦୨୮,୪୪୪ ଖଣ୍ଡ ଭୋଟ ସହ ୨୫୧ ଇଲେକ୍ଟୋରାଲ ଭୋଟ ପାଇଥିଲେ।

Advertisment

ଲୋକପ୍ରିୟ ଭୋଟର ଅର୍ଥ ଦେଶର ମୋଟ ଭୋଟ ସଂଖ୍ୟା। ଏହାର ସମ୍ପର୍କ ଇଲେକ୍ଟୋରାଲ କଲେଜ ସହ ନାହିଁ। ଜଣେ ପ୍ରାର୍ଥୀ ଅଧିକ ଭୋଟ ବା ଲୋକପ୍ରିୟ ଭୋଟ ପାଇଥିଲେ ମଧ୍ୟ ଯଦି ତାଙ୍କର ଇଲେକ୍ଟୋରାଲ କଲେଜ ବା ଭୋଟ ସଂଖ୍ୟା କମ ରହିଥିବ, ତା’ହେଲେ ସେ ରାଷ୍ଟ୍ରପତି ହୋଇପାରିବେ ନାହିଁ।

୨୦୧୬ରେ ସମାନ ଘଟଣା ଘଟିଥିଲା ଡେମୋକ୍ରାଟିକ ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ ଲୋକପ୍ରିୟ ଭୋଟ ପାଇଥିଲେ ହେଁ ଇଲେକ୍ଟୋରାଲ କଲେଜ ଆଧାରରେ ଟ୍ରମ୍ପ ବିଜୟୀ ହୋଇଥିଲେ।

୨୦୨୪ରେ ଟ୍ରମ୍ପ ଲୋକପ୍ରିୟ ଭୋଟ ସହ ଆବଶ୍ୟକ ଇଲେକ୍ଟୋରାଲ କଲେଜ ହାସଲ କରି ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି।

ନିର୍ବାଚନ ଭୋଟ ତଥ୍ୟ ଅନୁସାରେ, ଗତ ୨୦ ବର୍ଷ ମଧ୍ୟରେ ବାରାକ ଓବାମା ସବୁଠାରୁ ଅଧିକ ଲୋକପ୍ରିୟ ଭୋଟ ପାଇଥିଲେ। ସେ ୨୦୦୮ରେ ୬୯.୫ ମିଲିୟନ ଭୋଟ(୫୨.୯) ସହ ୩୬୫ ଇଲେକ୍ଟୋରାଲ ଭୋଟ ହାସଲ କରିଥିଲେ। ୨୦୧୨ରେ ସେ ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ ହେଁ ତାଙ୍କ ଭୋଟ ହାର ୫୧.୧%କୁ ଖସିଥିଲା। ସେହିପରି ଇଲେକ୍ଟୋରାଲ ଭୋଟ ୩୩୨ ରହିଥିଲା।

୨୦୧୬ରେ ଟ୍ରମ୍ପ ୩୦୪ ଇଲେକ୍ଟୋରାଲ ଭୋଟ ପାଇଥିଲେ ହେଁ ତାଙ୍କ ଲୋକପ୍ରିୟ ଭୋଟ ହାର ୪୬.୧% ରହିଥିଲା। ତାଙ୍କ ପ୍ରତିପକ୍ଷ କ୍ଲିଣ୍ଟନ ୪୮.୨% ଭୋଟ ପାଇଥିଲେ ହେଁ ଇଲେକ୍ଟୋରାଲ କଲେଜରେ ମାଡ଼ ଖାଇଯାଇଥିଲେ।

୨୦୨୦ରେ ଜୋ ବାଇଡେନ ସ୍ପଷ୍ଟ ଭାବେ ଲୋକପ୍ରିୟ ଭୋଟ ସହ ଇଲେକ୍ଟୋରାଲ ଭୋଟରେ ନିଜର ଦବଦବା ଦେଖାଇଥିଲେ। ସେ ୫୧.୧% ଲୋକପ୍ରିୟ ଭୋଟ ଓ ୩୦୬ ଇଲେକ୍ଟୋରାଲ କଲେଜ ହାସଲ କରିଥିଲେ। ଟ୍ରମ୍ପ ୭୪,୨୨୩,୯୭୫ ଖଣ୍ଡ ଭୋଟ ଓ ୨୩୨ ଇଲେକ୍ଟୋରାଲ ଭୋଟ ପାଇଥିଲେ।

ଟ୍ରମ୍ପ ୨୦୨୪ରେ ଉତ୍ତର କାରୋଲିନା ଓ ଜର୍ଜିଆ ଭଳି ସ୍ୱିଙ୍ଗ ଷ୍ଟେଟରେ କମାଲ କରିଛନ୍ତି। ତେବେ ତାଙ୍କୁ ସବୁଠାରୁ ବଡ଼ ପୁରସ୍କାର ପେନସଲଭାନିଆରେ ମିଳିଛି। ଏଠାରେ ୧୯ଟି ଇଲେକ୍ଟୋରାଲ ଭୋଟ ପାଇ ଟ୍ରମ୍ପ ତାଙ୍କ ହ୍ୱାଇଟ ହାଉସ ପ୍ରବେଶ ରାସ୍ତାକୁ ମଜବୁତ କରିଛନ୍ତି। ଏହାବାଦ ରିପବ୍ଲିକାନର ପାରମ୍ପରିକ ରାଜ୍ୟ ଫ୍ଲରିଡା ଓ ଟେକ୍ସାସରେ ମଧ୍ୟ ଟ୍ରମ୍ପଙ୍କୁ ବଡ଼ ସମର୍ଥନ ମିଳିଛି।

US Election Donald Trump America
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe