Advertisment

ଅଧିକ ଛୁଆ ଜନ୍ମ କରିବାକୁ ଉତ୍ତର କୋରିଆର ମହିଳାଙ୍କୁ କାନ୍ଦି କାନ୍ଦି କହିଲେ ଏକଚ୍ଛତ୍ରବାଦୀ ଶାସକ କିମ୍

ଦେଶରେ ଜନ୍ମହାର ହ୍ରାସ ପାଉଥିବା ବେଳେ ଏହାକୁ ରୋକିବା ମହିଳାମାନଙ୍କ ଦାୟିତ୍ୱ ବୋଲି କହିଛନ୍ତି କିମ୍।

author-image
Jitendra Garnayak
ଅଦ୍ୟତନ ହୋଇଛି
Kim Jong Un

Kim Jong Un

ଦେଶରେ ଜନ୍ମହାର ହ୍ରାସ ପାଉଥିବାରୁ ଚିନ୍ତିତ ଅଛନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍। ସେଥିପାଇଁ ରବିବାର ପ୍ୟୋଙ୍ଗୟାଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କାନ୍ଦି ପକାଇଥିଲେ। କାନ୍ଦି କାନ୍ଦି ଦେଶର ମହିଳାଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ ସେ କହିଥିଲେ। ସେ କାନ୍ଦିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।

Advertisment

ନ୍ୟାସନାଲ ମଦର୍ସ ମିଟିଂରେ ଯୋଗ ଦେବା ଅବସରରେ କିମ୍ ଜଙ୍ଗ୍ ଉନ୍‌ ଦେଶରେ ଜନ୍ମହାର ହ୍ରାସ ନେଇ ଚିନ୍ତା ପ୍ରକଟ କରିଥିଲେ। ଏହାକୁ ରୋକିବାକୁ ସେ ଉପସ୍ଥିତ ମହିଳାମାନଙ୍କୁ କହିଥିଲେ। ଏହା ଦେଶର ସମସ୍ତ ମହିଳାଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। ଦେଶକୁ ଶକ୍ତିଶାଳୀ କରିବାକୁ ହେଲେ ଅଧିକ ଛୁଆ ଜନ୍ମ କରିବା ଦିଗରେ ମହିଳାମାନଙ୍କୁ ପ୍ରୟାସ କରିବାକୁ ହେବ ବୋଲି ସେ କହିଥିଲେ।

ଦେଶକୁ ସଶକ୍ତ କରିବାରେ ମହିଳାମାନେ ଏଯାବତ ଭଲ କାମ କରି ଆସିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ କିମ୍ ଜଙ୍ଗ୍ ଉନ୍‌।

Advertisment

United Nations Population Fund (UNFPA)ର ତଥ୍ୟ ଅନୁଯାୟୀ ୨୦୨୩ରେ ଉତ୍ତର କୋରିଆରେ ଜନ୍ମହାର ଜଣେ ମହିଳା ପିଛା ୧.୭୯ ରହିଛି। ୨୦୧୪ ମସିହାରେ ଏହି ହାର ୧.୮୮ ଥିଲା। ଅନ୍ୟପକ୍ଷରେ ଦକ୍ଷିଣ କୋରିଆରେ ଜନ୍ମହାର ୨୦୧୪ରେ ଜଣେ ମହିଳା ପିଛା ୧.୨୦ ଥିବା ବେଳେ ୨୦୨୨ରେ ଏହା ୦.୭୮କୁ ଖସିଥିଲା।

Kim Jong Un