Advertisment

ହୃଦଘାତରେ ଦକ୍ଷିଣ କୋରିଆର ଅଭିନେତା ପାର୍କ ମିନଙ୍କ ମୃତ୍ୟୁ

ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା।

ଅଦ୍ୟତନ ହୋଇଛି
Park Min Jae

Park Min Jae

Advertisment

ହୃଦଘାତରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ। ଦକ୍ଷିଣ କୋରିଆର ପ୍ରସିଦ୍ଧ ଅଭିନେତା ପାର୍କ ମିନ ଜେଙ୍କ ମୃତ୍ୟୁ ହୋଇଛି। ସେ ଟିଭି ସିରିଜ୍ ଆଇଡଲ: ଦି କୋପ୍ ୨୦୨୧, Idol: The Coup (2021) ପାଇଁ ବେଶ୍ ପରିଚୟ ସୃଷ୍ଟି କରିଥିଲେ।

Advertisment

ରିପୋର୍ଟ ଅନୁସାରେ, ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଏଜେନ୍ସି ବିଗ୍ ଟାଇଟଲ୍ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛି। କୋରିଆ ମିଡିଆ ରିପୋର୍ଟ କରିଛି ଯେ ନଭେମ୍ବର ୨୯ରେ ପାର୍କ ମିନଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ସେ ଚୀନରେ ଥିଲେ।

ବିଗ୍ ଟାଇଟଲ୍ ଏକ ପୋଷ୍ଟ କରି କହିଛି, ପାର୍କ ମିନି ଜେ, ଜଣେ ଦକ୍ଷ ଅଭିନେତା ଥିଲେ, ଯିଏ ଅଭିନୟକୁ ଖୁବ୍ ଭଲ ପାଉଥିଲେ ଏବଂ ସର୍ବଦା ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଛନ୍ତି। ସେ ପାଇଥିବା ଭଲପାଇବା ଏବଂ ସମର୍ଥନକୁ ଆମେ ଗଭୀର ଭାବେ ପ୍ରଶଂସା କରୁଛୁ। ଯଦିଓ ଆମେ ଆଉ ତାଙ୍କ ଅଭିନୟକୁ ଦେଖିପାରିବୁନି, ତଥାପି ଆମେ ତାଙ୍କୁ ଜଣେ ଦକ୍ଷ ଏବଂ ଉଚ୍ଚକୋଟୀର ଅଭିନେତା ଭାବେ ଗର୍ବର ସହ ମନେ ପକାଇବୁ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। 

Advertisment

ପ୍ରକାଶ ଥାଉକି, ଦିନକୁ ଦିନ ହୃଦଘାତଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି, ଯାହା ଚିନ୍ତାର କାରଣ ପାଲଟିଛି। କାରଣ କମ୍ ବୟସର ଯୁବପିଢି ଏହାର ଶିକାର ହେଉଛନ୍ତି। କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଏପରି ଘଟଣା ଘଟିଛି।

ନିକଟରେ ବ୍ରାଜିଲର ଜଣେ ବଡିବିଲ୍ଡର ହୃଦଘାତରେ ପ୍ରାଣ ହରାଇଥିଲେ। ସେ ଜିମରେ ଅଭ୍ୟାସ କରିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ପରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇ ଥିବାବେଳେ ସେ ଫିଟନେସ୍ ପାଇଁ ଆୱାର୍ଡ ବି ପାଇଥିଲେ। 

Heart Attack Heart Failure South Korean Actor Park Min Jae
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe