Advertisment

ବି.ରାଧିକାଙ୍କୁ ନୂଆ ଦାୟିତ୍ୱ

ରାଜ୍ୟ ପୁଲିସ ମୁଖିଆ ଦୌଡ଼ରେ ରାଧିକା ସର୍ବାଗ୍ରେ ଅଛନ୍ତି ବୋଲି କୁହାଯାଉଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
B Radhika

B Radhika

କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ ତାରିଖରେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିବା ୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ବି. ରାଧିକାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ନୂଆ ଦାୟିତ୍ୱ। ତାଙ୍କୁ ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ କରାଯାଇଛି। ତା’ ସହିତ ତାଙ୍କୁ State Forensic Science Laboratory (SFSL)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ଚଳିତ ମାସ ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେଉଥିବା ବେଳେ ରାଜ୍ୟ ପୁଲିସ ମୁଖିଆ ଦୌଡ଼ରେ ବି. ରାଧିକା ସର୍ବାଗ୍ରେ ଅଛନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ୨୦୦୧ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀ (BPSPA)ରେ ଆଇଜିପି (ଟ୍ରେନିଂ) ଥିବା ଏସ୍‌ ସାଇନିଙ୍କୁ Crime Against Women and Children Wing (CAW&CW)ର ଆଇଜିପି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ସେହିପରି ୨୦୦୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ତଥା କେନ୍ଦ୍ରାଞ୍ଚଳ ଆଇଜିପି ଆଶିଷ କୁମାର ସିଂହଙ୍କୁ ଓଡ଼ିଶା ରାଜ୍ୟ ପୁଲିସ୍ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (OPHWC)ର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ OPHWCର ସିଏମ୍‌ଡିଙ୍କୁ ରିପୋର୍ଟ କରିବେ। ସେ ଏବେ State Forensic Science Laboratory (SFSL)ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରୁଛନ୍ତି।

Odisha Police Police Ips Management Odisha