ଓଡ଼ିଶା କ୍ୟାଡ଼ରରେ ଯୋଗଦେଲେ ରାଧିକା: ଡାର୍କ ହର୍ସ ହେବେ କି ଅରୁଣ ଷଡ଼ଙ୍ଗୀ!

ରାଜ୍ୟ ପୁଲିସ ମୁଖିଆ ଦୌଡ଼ରେ ରାଧିକା ସର୍ବାଗ୍ରେ ଥିଲେ ମଧ୍ୟ ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଡାର୍କହର୍ସ ହୋଇପାରନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ଲାଗି ରହିଛି ।

Sri Arun Kumar Sarangi

IPS ଅରୁଣ ଷଡ଼ଙ୍ଗୀ (ଫାଇଲ ଫଟୋ)

Ordigital Desk
  • Published: Tuesday, 28 November 2023
  • Updated: 28 November 2023, 10:57 PM IST

Sports

Latest News

୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ଆଜି ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଛନ୍ତି । ସେ ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ଗୃହ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ଭେଟିଛନ୍ତି । ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେଉଥିବାରୁ ପରବର୍ତ୍ତୀ ଡିଜିପି କିଏ ହେବେ ତାହା ଜଣାପଡ଼ିନି । ଏପଟେ ରାଜ୍ୟ ପୁଲିସ ମୁଖିଆ ଦୌଡ଼ରେ ରାଧିକା ସର୍ବାଗ୍ରେ ଥିଲେ ମଧ୍ୟ ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଡାର୍କହର୍ସ ହୋଇପାରନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ଲାଗି ରହିଛି ।

ସୂଚନା ଅନୁସାରେ, ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ କାର୍ଯ୍ୟରତ ରାଧିକାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ନଭେମ୍ବର ୮ତାରିଖରେ ଶେଷ ହୋଇଥିଲା । କେନ୍ଦ୍ର ସରକାର ତାଙ୍କୁ ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଥିଲେ । ରାଧିକା ଆଜି ବିଧିବଦ୍ଧ ଭାବେ ମୁଖ୍ୟ ସଚିବ ଓ ଗୃହ ସଚିବଙ୍କୁ ଭେଟି ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିବା ଜଣାପଡ଼ିଛି । ରାଧିକା ୨୦୧୮ ଅକ୍ଟୋବର ମାସରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ତାଙ୍କର ୫ବର୍ଷିଆ ଡେପୁଟେସନରଅବଧି ସମାପ୍ତ ହୋଇଛି ।

ରାଧିକା ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ପଦବୀରେ ସେ ୩ବର୍ଷ କାର୍ଯ୍ୟ କରିପାରିଥାନ୍ତେ । ମାତ୍ର ରାଧିକା ନିଜର ଡେପୁଟେସନ ଅବଧିକୁ ବୃଦ୍ଧି ପାଇଁ ପ୍ରୟାସ କରିନଥିବାରୁ ସେ ପରବର୍ତ୍ତୀ ଡିଜି ହୋଇପାରନ୍ତି ବୋଲି ଆକଳନ କରାଯାଉଛି । ଏପରିକି ତାଙ୍କର ଅବସରପ୍ରାପ୍ତ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ସ୍ୱାମୀ ଜିଭିଭି ଶର୍ମା ଏବେ ଦିଲ୍ଲୀରେ ରହୁଛନ୍ତି । ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ଦେବାର ସମ୍ଭାବନା ରହିଛି । ଓଡ଼ିଶା ପୁଲିସ ଇତିହାସରେ ଏପର୍ଯ୍ୟନ୍ତ ୩୫ଜଣ ଡିଜିପି କାର୍ଯ୍ୟ କରିଥିଲେ ମଧ୍ୟ ଏଥିରେ କେହିବି ମହିଳା ନାହାନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମହିଳା କାର୍ଡ ଖେଳୁଥିବାରୁ ରାଧିକାଙ୍କୁ ଓଡ଼ିଶାର ପ୍ରଥମ ମହିଳା ଡିଜିପି କରିବାର ସମ୍ଭାବନା ଅଧିକ ରହିଛି ।

Also Read

ଅନ୍ୟପକ୍ଷରେ କେନ୍ଦ୍ର ଲୋକସେବା ଆୟୋଗ(ୟୁପିଏସସି) ଗତ ସେପ୍ଟେମ୍ବର ୨୨ତାରିଖରେ ପୁଲିସ ଡିଜି ଚୟନ ପାଇଁ ପ୍ରଚଳିତ ନିୟମରେ ସଂଶୋଧନ କରିଥିଲେ । ସେହି ମାସ ୨୬ତାରିଖରେ ୟୁପିଏସସି କର୍ତ୍ତୃପକ୍ଷ ଏସଂକ୍ରାନ୍ତ ନିର୍ଦ୍ଦେଶନାମା ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ପଠାଇ ଆଇପିଏସ୍ ଭାବେ ୨୫ବର୍ଷ କାର୍ଯ୍ୟ କରିଥିବା ଅଫିସରଙ୍କୁ ମଧ୍ୟ ଡିଜିପି ପଦ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇପାରିବ ବୋଲି କହିଛନ୍ତି । ଏହି ଦୃଷ୍ଟିରୁ ଦେଖିଲେ ଓଡ଼ିଶା କ୍ୟାଡ଼ରର ୧୯୯୮ ବ୍ୟାଚ୍ ପର୍ଯ୍ୟନ୍ତ ଆଇପିଏସ ଅଫିସରମାନେ ଡିଜିପି ପଦ ନିମନ୍ତେ ତାଲିକାଭୁକ୍ତ ହୋଇପାରିବେ ।

ତେବେ ରାଜ୍ୟରେ ମୋଟ୍ ମଞ୍ଜୁରୀପ୍ରାପ୍ତ ୨ଟି ଡିଜିପି ପଦବୀ ଥିବାରୁ ରାଜ୍ୟ ସରକାର ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ମୋଟ ୮ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ଜଣକୁ ଚୟନ କରିପାରନ୍ତି । ଓଏଚଆରସି ଡିଜି ୧୯୮୯ ବ୍ୟାଚର ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଆସନ୍ତା ମେ’ ମାସରେ ଅବସର ନେବେ । ୟୁପିଏସସିଙ୍କ ନିୟମ ଅନୁସାରେ ପୁଲିସ ଡିଜିଙ୍କ କାର୍ଯ୍ୟକାଳ ଅବଧି ସରିବାବେଳେ କୌଣସି ଆଇପିଏସଙ୍କ ଚାକିରି ଯଦି ୬ମାସରୁ କମ୍ ଥିବ ତେବେ ତାଙ୍କ ନାଁ ରାଜ୍ୟ ସରକାର ପରବର୍ତ୍ତୀ ପୁଲିସ ଡିଜି ନିମନ୍ତେ ସୁପାରିଶ କରିପାରିବେ ନାହିଁ ।

ତେଣୁ ବାକି ୭ଜଣ ଆଇପିଏସ୍ ହେଲେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ.ଏମ୍‌.ପ୍ରସାଦ, ବି ରାଧିକା,ଏସଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀ ପରବର୍ତ୍ତୀ ଡିଜିପି ଦୌଡ଼ରେ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରୁନଥିବା ଜଣାପଡ଼ିଛି । ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରସ୍ତାବରେ ଯେଉଁ ୯ଟି ସର୍ତ୍ତାବଳୀ ରହିଛି ସେଥିରେ ୫, ୬, ୭ ଓ ୯ ନମ୍ବରର ସର୍ତ୍ତାବଳୀକୁ ନେଇ ସମସ୍ୟା ରହିଛି ।

ରାଜ୍ୟ ସରକାରଙ୍କ ପସନ୍ଦର ଅଫିସର ହିଁ କେବଳ ଏହି ସମସ୍ତ ସର୍ତ୍ତାବଳୀ ପୂରଣ କରିପାରିବେ । ବିଶେଷକରି ଏସବୁ ସର୍ତ୍ତାବଳୀରେ ସମ୍ପୃକ୍ତ ଅଫିସରଙ୍କ ଚରିତ୍ର ପଞ୍ଜିକା, ଚାକିରି କାଳ ମଧ୍ୟରେ କୌଣସି ପ୍ରତିକୂଳ ମନ୍ତବ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାର ପ୍ରାବଧାନ ରହିଛି । ନବମ ସତ୍ତାବଳୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ୧୯୬୬ ମସିହା ଜୁଲାଇ ୨୮ତାରିଖର ନିର୍ଦ୍ଦେଶାନାମ ଅନୁରୂପ ‘ଇଣ୍ଟିଗ୍ରିଟି ସାର୍ଟଫିକେଟ୍‌’ ଦେବାର ପ୍ରାବଧାନ ବି ରହିଛି । ତେଣୁ ବିଭିନ୍ନ କାରଣ ଯୋଗୁ ଏସବୁ ସର୍ତ୍ତାବଳୀ ପୂରଣ କରିବାରେ ଅରୁଣ ରାୟ, ଏସଏମ ନରୱଣେ, ୱାଇବି ଖୁରାନିଆ ଓ ସୁଧାଂଶୁ ଷଡ଼ଙ୍ଗୀ ପୂରଣ କରୁନଥିବା ଜଣାପଡ଼ିଛି ।

ତେଣୁ ପରବର୍ତ୍ତୀ ଡିଜିପି ଭାବେ ରାଧିକାଙ୍କ ନାଁ ଚର୍ଚ୍ଚାରେ ରହିଥିଲେ ମଧ୍ୟ ଏଏମ୍ ପ୍ରସାଦ କିମ୍ବା ଅରୁଣ ଷଡ଼ଙ୍ଗୀଙ୍କ ମଧ୍ୟରୁ କେହି ଜଣେ ଡାର୍କ ହର୍ସ ଭାବେ ଓଡ଼ିଶା ପୁଲିସର ପରବର୍ତ୍ତୀ ମୁଖିଆ ହେବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story