୧୧ଟି ତୁଳସୀ ପତ୍ର ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଛି। ତୁଳସୀ ଗଛ ପବିତ୍ର ଓ ଶୁଦ୍ଧ ହୋଇଥାଏ। ଠାକୁରଙ୍କ ପାଖରେ ତୁଳସୀ ପତ୍ର ଲାଗି ହୁଏ। କେବଳ ଠାକୁରଙ୍କ ନିକଟରେ ଲାଗି କରାଯାଏ ନାହିଁ ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ।  ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଆଉ ଗୋଟିଏ କଥା ହୁଏତ ଆପଣମାନେ ଜାଣିନଥିବେ ଯେ ଏହା ମାଧ୍ୟମରେ ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର କରାଯାଇପାରେ। ଦୁର୍ଭାଗ୍ୟ ପିଛା […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 11:06 AM IST

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଛି। ତୁଳସୀ ଗଛ ପବିତ୍ର ଓ ଶୁଦ୍ଧ ହୋଇଥାଏ। ଠାକୁରଙ୍କ ପାଖରେ ତୁଳସୀ ପତ୍ର ଲାଗି ହୁଏ। କେବଳ ଠାକୁରଙ୍କ ନିକଟରେ ଲାଗି କରାଯାଏ ନାହିଁ ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ।  ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ତେବେ ଆଉ ଗୋଟିଏ କଥା ହୁଏତ ଆପଣମାନେ ଜାଣିନଥିବେ ଯେ ଏହା ମାଧ୍ୟମରେ ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର କରାଯାଇପାରେ। ଦୁର୍ଭାଗ୍ୟ ପିଛା ଛାଡୁନଥିଲେ କିମ୍ବା ଘର ସମସ୍ୟା ଲାଗି ରହୁଥିଲେ ଏହାର ସମାଧାନ ପାଇଁ ତୁଳସୀ ପତ୍ରର ବ୍ୟବହାର କରିପାରିବେ। ଏହା ସମସ୍ୟା ଦୂର କରେ ବୋଲି କୁହାଯାଏ। ଧନ ପ୍ରାପ୍ତି ପାଇଁ ମଧ୍ୟ ଏହା ବାଟ ଖୋଲି ଦିଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ତୁଳସୀ ପତ୍ରକୁ ବ୍ୟବହାର କରି ଆପଣ କିପରି ନିଜ ଭାଗ୍ୟ ବଦଳାଇ ପାରିବେ।

  • ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ମିଳୁ ନଥିଲେ କୌଣସି ଏକ ଗୁରୁବାର ଦିନ ତୁଳସୀ ଗଛକୁ ହଳଦିଆ କପଡ଼ାରେ ବାନ୍ଧି ଅଫିସ୍‌ କିମ୍ୱା ଦୋକାନରେ ରଖି ଦିଅନ୍ତୁ। ଏପରି କରିବା ଦ୍ୱାରା ଭାଗ୍ୟ ଫିଟିଥାଏ। ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଉନ୍ନତି ହୋଇଥାଏ।
  • ତୁଳସୀ ଗଛ ଘର ଅଗଣାରେ ଲଗାଇ ସକାଳ ଓ ସନ୍ଧ୍ୟାରେ ଜଳ ଅର୍ପଣ କରନ୍ତୁ। ଦୀପ, ଧୂପ ମଧ୍ୟ ଦିଅନ୍ତୁ। ଠାକୁର ଘରେ ବିଷ୍ଣୁଙ୍କ ପ୍ରତିମାରେ ୧୧ଟି ତୁଳସୀ ପତ୍ରର ମାଳା ବାନ୍ଧି ଦିଅନ୍ତୁ। ଏପରି କଲେ ଘରକୁ ଧନ ଆସିଥାଏ।
  • ସକାଳୁ ଉଠି ତୁଳସୀ ମା’ଙ୍କୁ ପତ୍ର ତୋଳିବା ନେଇ ପ୍ରଥମେ କ୍ଷମା ପ୍ରାର୍ଥନା କରନ୍ତୁ। ପରେ ୧୧ଟି ପତ୍ର ତୋଳି ଅଟା ଡବାରେ ରଖି ଦିଅନ୍ତୁ। କିଛି ଦିନ ପରେ ଏହାର ପ୍ରଭାବ ଆପଣ ନିଜେ ଜାଣିପାରିବେ। ଏପରି କଲେ ଆପଣଙ୍କ ଘରେ ଅନ୍ନର ଅଭାବ ରହିବ ନାହିଁ ବୋଲି କୁହାଯାଏ।

Related story