ଏସି ଲାଗିବ, ଫ୍ୟାନ ବୁଲିବ, ହେଲେ ବିଜୁଳି ବିଲ୍‌ ଖାଲି କରିବନି ଆପଣଙ୍କ ପକେଟ୍‌: ପଢନ୍ତୁ ଓ ସେୟାର କରନ୍ତୁ

ମେ’ ଯାଇ ଜୁନ୍‌ ମାସ ଚାଲିଛି। ବିଭିନ୍ନ ସ୍ଥାନରେ କିଛି କିଛି ମାତ୍ରାରେ ବର୍ଷା ମଧ୍ୟ ହେବା ଆରମ୍ଭ ହୋଇ ଗଲାଣି। ହେଲେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳୁନାହିଁ। ତାପମାତ୍ରା ଏତେ ଅଧିକ ରହୁଛି ଯେ, ଘରେ ବାହାରେ ରହିବା କଷ୍ଟକର ହୋଇଯାଉଛି। ବିନା ଫ୍ୟାନ୍‌, କୁଲର ଓ ଏସିରେ ଘରେ ଟିକେ ସମୟ ରହିବା କାଠିକର ପାଠ ହୋଇଯାଉଛି। ଏସବୁ ବ୍ୟବହାର ଦ୍ୱାରା ପକେଟ୍‌ ମଧ୍ୟ ଖାଲି ହେଉଛି। କାରଣ ଆସୁଛି ବହୁତ ଅଧିକ […]

electriccity

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 07:30 PM IST

ମେ’ ଯାଇ ଜୁନ୍‌ ମାସ ଚାଲିଛି। ବିଭିନ୍ନ ସ୍ଥାନରେ କିଛି କିଛି ମାତ୍ରାରେ ବର୍ଷା ମଧ୍ୟ ହେବା ଆରମ୍ଭ ହୋଇ ଗଲାଣି। ହେଲେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳୁନାହିଁ। ତାପମାତ୍ରା ଏତେ ଅଧିକ ରହୁଛି ଯେ, ଘରେ ବାହାରେ ରହିବା କଷ୍ଟକର ହୋଇଯାଉଛି। ବିନା ଫ୍ୟାନ୍‌, କୁଲର ଓ ଏସିରେ ଘରେ ଟିକେ ସମୟ ରହିବା କାଠିକର ପାଠ ହୋଇଯାଉଛି। ଏସବୁ ବ୍ୟବହାର ଦ୍ୱାରା ପକେଟ୍‌ ମଧ୍ୟ ଖାଲି ହେଉଛି। କାରଣ ଆସୁଛି ବହୁତ ଅଧିକ ବିଦ୍ୟୁତ୍‌ ବିଲ୍‌। ଗୋଟେ ପଟେ ଗରମ ଓ ଗୁଳୁଗୁଳିକୁ ଅନ୍ୟ ପଟେ ବିଦ୍ୟୁତ୍‌ ବିଲ୍‌ର ଚିନ୍ତାରେ କ’ଣ କରିବେ କିଛି ବୁଝା ପଡୁନାହିଁ। କିଛି ସହଜ ଉପାୟ ଅଛି, ଯାହାକୁ ଆପଣେଇଲେ ଖରାଦିନେ ବିଦ୍ୟୁତ୍‌ ବିଲ୍‌ କମ ଅସିବ। ଆସନ୍ତୁ ଜାଣିବା ଏପରି କିଛି ଉପାୟ ସମ୍ପର୍କରେ।

୧. ଖରାଦିନେ ଘର ଥଣ୍ଡା କରିବାକୁ ଲୋକେ ଏସିକୁ ୧୫ରୁ ୧୬ ଡିଗ୍ରୀ କରିଦେଇଥାନ୍ତି। ଏପରି କରିବା ଦ୍ୱାରା ଅଧିକ ବିଦ୍ୟୁତ୍‌ ବିଲ୍‌ ଆସିବ। ଏସିର ତାପମାତ୍ରାକୁ 24 ଡିଗ୍ରୀ ରଖନ୍ତୁ। ଏହାଦ୍ୱାରା ବିଦ୍ୟୁତ୍‌ ବିଲ୍‌ କମ ହୋଇଥାଏ।

୨. ଘରେ ଏଲଇଡି ବଲବ୍‌ ବ୍ୟବହାର କରନ୍ତୁ। ଅନ୍ୟ ବଲବ୍‌ ତୁଳନାରେ ଏଲଇଡି ବଲବ୍‌ ବ୍ୟବହାରରେ କମ୍‌ ବିଲ୍‌ ଆସିଥାଏ। ଗୁଡାଏ ବଲବ୍‌ ବ୍ୟବହାର ବଦଳରେ ଗୋଟିଏ ବଡ଼ ଏଲଇଡି ବଲବ୍‌ ଲଗାନ୍ତୁ।

୩. ଅନେକ ସମୟରେ ଘରେ ଟିଭି ଦେଖି ସାରିବା ପରେ ବୋର୍ଡରୁ ପ୍ଲକ ନ କାଢି ଟିଭିକୁ ବନ୍ଦ କରି ଦେଇଥାଉ। ମୋବାଇଲ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥାଏ। ହେଲେ ଏହାଦ୍ୱାରା ମଧ୍ୟ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ। ତେଣୁ ଟିଭି ଦେଖି ସାରିବା ଓ ମୋବାଇଲ ଚାର୍ଜ କରିବା ପରେ ପ୍ଲକକୁ ବୋର୍ଡରୁ କାଢି ଦିଅନ୍ତୁ।

୪. ଘର ଚାରି ପାଖରେ କିମ୍ବା ଘରକୁ ଆବୃତ କରିବା ପାଇଁ କିଛି ଗଛ ଲଗାନ୍ତୁ। ଏହାଦ୍ୱାରା ଘରକୁ ଛାଇ ମିଳିବ ଓ ଘର ଥଣ୍ଡା ରହିବ। ଘର ଥଣ୍ଡା ରହିଲେ ଏସିକୁ ଅଧିକ କାର୍ଯ୍ୟ କରିବାକୁ ପଡିବ ନାହିଁ। ଏହାଦ୍ୱାରା ୧୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି କମ ଖର୍ଚ୍ଚ ହେବ।

୫. ଅଟୋମେଟିକ ଟେମ୍ପରେଚର କଟ୍‌ ଆଇରନ ବ୍ୟବହାର କରନ୍ତୁ। ଓଦା ଥିବା କପଡା ଆଇରନ କରନ୍ତୁ ନାହିଁ। ଏହାସହ ସଫା ହୋଇ ନ ଥିବା କପଡା ମଧ୍ୟ ଆଇରନ୍‌ କରନ୍ତୁ ନାହିଁ। ଏପରି କଲେ ଅଧିକ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଥାଏ।

୬. ଅଧିକ ଗରମ ଥିବା ଖାଦ୍ୟ ସିଧାସଳକ ଫ୍ରିଜରେ ରଖନ୍ତୁ ନାହିଁ। କାରଣ ଏହାକୁ ଥଣ୍ଡା କରିବା ପାଇଁ ଫ୍ରିଜ୍‌କୁ ଅଧିକ କାର୍ଯ୍ୟ କରିବାକୁ ପଡ଼ିଥାଏ ଓ ବିଦ୍ୟୁତ୍‌ ଅଧିକ ଖର୍ଚ୍ଚ ହୋଇଥାଏ।

୭. ବର୍ଷାଦିନେ କପଡା ସୁଖାଇବା ପାଇଁ ଡ୍ରାୟରକୁ ଅଧିକ ବ୍ୟବହାର କରନ୍ତୁ ନାହିଁ। କପଡାକୁ ଅଧିକ ଗରମ କରନ୍ତୁ ନାହିଁ। ଏହାଦ୍ୱାରା ବିଜୁଳି ବଞ୍ଚାଇ ହେବ।

୮. ୱାସିଂ ମେଶିନକୁ ଲୁଗା ସଫା କରିବା ପାଇଁ ପାଣି ଗରମ କରିବାକୁ ପଡିଥାଏ। ଏହାଦ୍ୱାରା ଅଧିକ ବିଦ୍ୟୁତ୍‌ ବିଲ ଉଠିଥାଏ। ତେଣୁ ଆବଶ୍ୟକ ଅନୁସାରେ ପାଣି ଭରନ୍ତୁ। ଅଯଥା ଅଧିକ ପାଣି ଭରି ଲୁଗା ସଫା କରନ୍ତୁ ନାହିଁ।

୯. ମାଇକ୍ରୋ ଓଭେନ ବ୍ୟବହାର କରୁଥିଲେ ବାରମ୍ବାର ଖୋଲନ୍ତୁ ନାହିଁ। ଖାଦ୍ୟ ହେଲା କି ନାହିଁ ଦେଖିବାକୁ ଏହାକୁ ଥରେ ଖୋଲିଲେ ୨୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥାଏ। ଓଭେନକୁ ପୁଣି ଏହି ତାପମାତ୍ରାରେ ଆସିବା ପାଇଁ ଅଧିକ ବିଜୁଳିର ଆବଶ୍ୟକତା ପଡିଥାଏ। ଏହାଦ୍ୱାରା ବିଲ୍‌ ମଧ୍ୟ ଅଧିକ ଆସିଥାଏ।

Related story