ଘରେ କେଉଁ ଦେବୀ ଦେବତାଙ୍କୁ କେମିତି କରିବେ ପୂଜା

ଅଧିକାଂଶ ଲୋକେ ସୁଖ ସମୃଦ୍ଧି ପାଇଁ  ଦେବୀ ଦେବତାଙ୍କ ଫଟୋ ଘରେ ଲଗାଇଥାନ୍ତି। ତେବେ ଘରେ ମୂର୍ତ୍ତି ବା ଫଟୋ ରଖିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡେ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମୂର୍ତ୍ତି ରଖିବାର କିଛି ନିୟମ ରହିଛି। ଏହାକୁ ପାଳନ କଲେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ନିୟମ ସଂପର୍କରେ ୧. ବାସ୍ତୁ ବିଜ୍ଞାନ ଅନୁଯାୟୀ ଘରେ ଦେବୀ ଦେବତା ଠିଆ ହୋଇଥିବା ଅବସ୍ଥାର ମୂର୍ତ୍ତି ରଖନ୍ତୁ ନାହିଁ। […]

god image

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 03:46 PM IST

ଅଧିକାଂଶ ଲୋକେ ସୁଖ ସମୃଦ୍ଧି ପାଇଁ  ଦେବୀ ଦେବତାଙ୍କ ଫଟୋ ଘରେ ଲଗାଇଥାନ୍ତି। ତେବେ ଘରେ ମୂର୍ତ୍ତି ବା ଫଟୋ ରଖିବା ପୂର୍ବରୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡେ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମୂର୍ତ୍ତି ରଖିବାର କିଛି ନିୟମ ରହିଛି। ଏହାକୁ ପାଳନ କଲେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ନିୟମ ସଂପର୍କରେ

୧. ବାସ୍ତୁ ବିଜ୍ଞାନ ଅନୁଯାୟୀ ଘରେ ଦେବୀ ଦେବତା ଠିଆ ହୋଇଥିବା ଅବସ୍ଥାର ମୂର୍ତ୍ତି ରଖନ୍ତୁ ନାହିଁ। ପୂଜା ପାଠ ସମୟରେ ପ୍ରଥମେ ଦେବୀ ଦେବତାଙ୍କୁ ଆବାହନ କରାଯାଇ ପୂଜା ସ୍ଥାନରେ ବିରଜାମାନ କରାଯାଏ। ଏଥିପାଇଁ ଘରେ ପୂଜା ପାଇଁ ବସିଥିବା  ଦେବୀ ଦେବତାଙ୍କ ମୂର୍ତ୍ତି ଶୁଭ ହୋଇଥାଏ।

୨. ଘରେ ଭଗବାନ ଗଣେଶ, କୁବେର, ଲକ୍ଷ୍ମୀଙ୍କ ବସିଥିବା ମୂର୍ତ୍ତି ରଖିଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି।

୩. ରାଧାକୃଷ୍ଣ ଓ ଭଗବାନ ରାମ ଠିଆ ହୋଇଥିବା ଅବସ୍ଥାରେ ପୂଜା ପାଇଥାନ୍ତି। ଆଣ୍ଠୁଆ ଗୋପାଳଙ୍କୁ ପୂଜା କଲେ ସୁଫଳ ପ୍ରାପ୍ତି ହୁଏ।

ଆହୁରି ମଧ୍ୟ ପଢନ୍ତୁ: ଓଦା ବସ୍ତ୍ରରେ ଠାକୁର ପୂଜୁଛନ୍ତି? ତେବେ ସାବଧାନ

Related story