ଆଜି ହିଁ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଆଳୁ ପନିର କୋପ୍ତା କରି

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ପନିର, ପୋସ୍ତୋ, ଟମାଟୋ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଧଣିଆ ପତ୍ର, କାଜୁ, କିସ୍‌ମିସ୍‌, ଅଦାପେଷ୍ଟ, କଞ୍ଚା ଲଙ୍କା, ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା, ଲୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ସିଝା ଆଳୁ ଓ ପନିରକୁ କଦୁକସ୍‌ କରିଦିଅନ୍ତୁ। ଏବେ ଏଥିରେ ଲୁଣ, କର୍ଣ୍ଣପ୍ଲୋର, କଞ୍ଚା ଲଙ୍କା, କଟା ଧଣିଆପତ୍ର ଓ କାଜୁକିସ୍‌ମିସ୍‌ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ […]

aloo-paneer-kofta-curry-recipe

Chinmayee Roy
  • Published: Wednesday, 29 August 2018
  • , Updated: 29 August 2018, 12:24 PM IST

ଆବଶ୍ୟକ ସାମଗ୍ରୀ: ସିଝା ଆଳୁ, ପନିର, ପୋସ୍ତୋ, ଟମାଟୋ ପେଷ୍ଟ, କର୍ଣ୍ଣଫ୍ଲୋର୍‌, ଧଣିଆ ପତ୍ର, କାଜୁ, କିସ୍‌ମିସ୍‌, ଅଦାପେଷ୍ଟ, କଞ୍ଚା ଲଙ୍କା, ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପାତ୍ରରେ ସିଝା ଆଳୁ ଓ ପନିରକୁ କଦୁକସ୍‌ କରିଦିଅନ୍ତୁ।
  • ଏବେ ଏଥିରେ ଲୁଣ, କର୍ଣ୍ଣପ୍ଲୋର, କଞ୍ଚା ଲଙ୍କା, କଟା ଧଣିଆପତ୍ର ଓ କାଜୁକିସ୍‌ମିସ୍‌ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ଏବେ ଏହି ମିଶ୍ରଣକୁ ଚୋଟ ଚୋଟ ଗୋଳା କରି ରଖନ୍ତୁ।
  • ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ।
  • ତେଲ ଭଲଭାବେ ଗରମ ହୋଇଗଲେ ଏଥିରେ ଏହି ଛୋଟ ଆଳୁ ଓ ପନିର ଗୋଳାକୁ ପକାଇ ଛାଣନ୍ତୁ।
  • ବର୍ତ୍ତମାନ ଆଉଏକ ପାତ୍ରେ ତେଲ ଗରମ କରନ୍ତୁ।
  • ଗରମ ତେଲରେ ଜିରା, ହଳଦୀ ଗୁଣ୍ଡ, ଧଣିଆ ଗୁଣ୍ଡ ଓ ଅଦା ପେଷ୍ଟ ପକାଇ ମସଲା କଷନ୍ତୁ।
  • କିଛି ସମୟ ମସଲା କଷି ହେବା ପରେ ଏଥିରେ ଟମାଟୋ ପୋସ୍ତ ଓ କଞ୍ଚା ଲଙ୍କା ପେଷ୍ଟ ପକାଇ କଷନ୍ତୁ।
  • ମସଲା କଷି ହୋଇଗଲେ ଏଥିରେ ପାଣି, ଲୁଣ, ଗରମ ସମଲା ପକାଇ କିଛି ସମୟ ପାଇଁ ଗୋଡ଼ାଇ ଦିଅନ୍ତୁ।
  • ମସଲା ଫଟିଗଲା ପରେ ଛଣା ଯାଇଥିବା କୋଫ୍ତାଗୁଡ଼ିକୁ ଏଥରେ ପକାଇ ଦିଅନ୍ତୁ।
  • କିଥଛି ସମୟ ଏହାକୁ ପୁଣି ଘୋଡ଼ାଇ ଦିଅନ୍ତୁ।
  • କୋଫ୍ତା ନରମ ହୋଇଗଲେ ଚୁଲି ବନ୍ଦ କରିଦିଅନ୍ତୁ।
  • ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ଆଳୁ ପନିର କୋପ୍ତା କରି’। ଏହାକୁ ଆପଣ ରୁଟି, ପରଟା, ନାନ୍‌ କିମ୍ବା ଭାତ ସହ ଖାଇ ପାରିବେ।

Related story