ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁସ୍ଥ ରହିବା ପାଇଁ ସନ୍ତୁଳିତ ଆହାର ସହିତ ଶାରୀରିକ ବ୍ୟାୟାମ ମଧ୍ୟ ଜରୁରୀ। ତା’ସହିତ ନିଶା ଜାତୀୟ ଦ୍ରବ୍ୟ, ଯେପରିକି ମଦ ଓ ସିଗାରେଟ୍ ଆଦିରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ।
ସ୍ୱାସ୍ଥ୍ୟକର ଖାଦ୍ୟରୁ ଉନ୍ନତମାନର ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଓ ମିନେରାଲ୍ ଆଦି ମିଳିଥାଏ। ଡାକ୍ତରଙ୍କର କହିବା ଅନୁଯାୟୀ, ଏହିପରି ଖାଦ୍ୟ ଖାଇଲେ ଆପଣଙ୍କ ଶରୀରକୁ ପ୍ରତିଦିନ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳେ ଓ ତା’ ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।
ତେବେ କେବଳ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ଦେଲେ ଚଳିବ ନାହିଁ। ଖାଦ୍ୟ ଖାଇ ସାରିବା ପରେ କ’ଣ ସବୁ କରିବା ଆଦୌ ଉଚିତ୍ ନୁହେଁ,ସେ ବିଷୟରେ ବି ଜାଣିବା ଜରୁରୀ।
ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ। ତା’ହେଲେ ଖାଇବା ପରେ ପରେ କ’ଣ କରିବା ଉଚିତ୍ ନୁହେଁ।
ଏକାଥରକେ ୧୦ଟି ସିଗାରେଟ୍ ପିଇଲେ ଯେତିକି କ୍ଷତି ହୁଏ, ଏକ ମିଲ୍ ଖାଇ ସାରିବା ପରେ ଗୋଟିଏ ସିଗାରେଟ୍ ଟାଣିଲେ ସେତିକି କ୍ଷତି ହୋଇଥାଏ। ଖାଇବା ପରେ ସିଗାରେଟ୍ ଟାଣିଲେ ପାକସ୍ଥଳୀ ଓ ଫୁସ୍ଫୁସ୍ କ୍ୟାନ୍ସର୍ ହେବାର ଆଶଙ୍କା ବଢ଼ିଯାଏ।
ଚାହା ଏବଂ କଫିରେ ଟେନିନ୍ ନାମକ ଏକ କେମିକାଲ୍ ରହିଛି, ଯାହା ଶରୀରକୁ ଲୌହ ଅଂଶକୁ ଅବଶୋଷଣ କରିବାକୁ ଦେଇ ନଥାଏ ବା ଏଥିରେ ବାଧା ଦେଇଥାଏ।
ଗରିଷ୍ଠ ଖାଦ୍ୟ ଖାଇବା ପରେ ଯଦି ଆପଣ ଫଳ ଖାଉଛନ୍ତି, ତେବେ ଏହା ଅନ୍ୟ ଖାଦ୍ୟ ପଦାର୍ଥ ସହିତ ମିଶି ପେଟରେ ରହିଥାଏ। ପାକସ୍ଥଳୀରେ ଏହା ଅଧିକ ସମୟ ରହିବା ସହିତ ଅମ୍ଳ ଅଂଶ ସୃଷ୍ଟି କରି ପଚିବା ଆରମ୍ଭ କରିଥାଏ।
ଶରୀରରେ ଅମ୍ଳ ଅଂଶ ରହିଲେ, ଖାଦ୍ୟ ଠିକ୍ ଭାବେ ହଜମ ହୁଏ ନାହିଁ ଓ ଗ୍ୟାସ୍ ଏବଂ ଛାତି ଜଳାପୋଡ଼ା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
୪.ଶୋଇବା: ଅନେକ ସମୟରେ ଆପଣ ଶୁଣିଥିବେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଭଲ ନୁହେଁ। ଏହା ଠିକ୍ କଥା। ମାସାଚୁସେଟସ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଗବେଷକଙ୍କ ମତରେ ଖାଇବା ସାରିବା ମାତ୍ରେ ଶୋଇଲେ ଶରୀରରେ ହଜମ ପ୍ରକ୍ରିୟା ପ୍ରଭାବିତ ହେବା ସହିତ ଓଜନ ବଢ଼ିବା ଏବଂ ହୃଦ୍ଘାତ ପରି ସମସ୍ୟା ସୃଷ୍ଟି ହୋଇଥାଏ।