ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ୱର: ଅଣ୍ଟା ବିନ୍ଧା ଆଜିକାଲି ମୁଖ୍ୟ ସମସ୍ୟା ହୋଇଗଲାଣି । ଛୋଟଠାରୁ ବଡ ସମସ୍ତେ ଏଥିରେ ସମ୍ମୁଖୀନ ହୋଇଥାନ୍ତି । ମାତ୍ର ଏହାକୁ ହାଲକାରେ ନେବା ପରବର୍ତ୍ତୀ ସମୟରେ ଅଧିକ କଷ୍ଟର କାରଣ ପାଲଟି ଯାଏ । କେତେକ ଲୋକ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏହାକୁ ହାଲୁକାରେ ନେଉଛନ୍ତି । ଏଥିପ୍ରତି ଆରମ୍ଭରୁ ସତର୍କତା ଅବଲମ୍ୱନ କରାଗଲେ ଭବିଷ୍ୟତରେ ଏପରି ଯନ୍ତ୍ରଣାରୁ ଆମେ ମୁକ୍ତି ପାଇପାରିବା। ଯଦି କୌଣସି ବ୍ୟକ୍ତି ଓଜନିଆ ଜିନିଷ ଉଠାନ୍ତି […]

pain

Rakesh Mallick
  • Published: Saturday, 26 September 2015
  • , Updated: 27 April 2017, 05:16 PM IST

ଭୁବନେଶ୍ୱର: ଅଣ୍ଟା ବିନ୍ଧା ଆଜିକାଲି ମୁଖ୍ୟ ସମସ୍ୟା ହୋଇଗଲାଣି । ଛୋଟଠାରୁ ବଡ ସମସ୍ତେ ଏଥିରେ ସମ୍ମୁଖୀନ ହୋଇଥାନ୍ତି । ମାତ୍ର ଏହାକୁ ହାଲକାରେ ନେବା ପରବର୍ତ୍ତୀ ସମୟରେ ଅଧିକ କଷ୍ଟର କାରଣ ପାଲଟି ଯାଏ । କେତେକ ଲୋକ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏହାକୁ ହାଲୁକାରେ ନେଉଛନ୍ତି । ଏଥିପ୍ରତି ଆରମ୍ଭରୁ ସତର୍କତା ଅବଲମ୍ୱନ କରାଗଲେ ଭବିଷ୍ୟତରେ ଏପରି ଯନ୍ତ୍ରଣାରୁ ଆମେ ମୁକ୍ତି ପାଇପାରିବା।
ଯଦି କୌଣସି ବ୍ୟକ୍ତି ଓଜନିଆ ଜିନିଷ ଉଠାନ୍ତି ତେବେ ତାହାର ପ୍ରଭାବ ସିଧାସଳଖ ଅଣ୍ଟା ଉପରେ ପଡିଥାଏ। ଏହାବ୍ୟତୀତ ଗୋଟିଏ ସ୍ଥାନରେ ବହୁ ସମୟ ବସିବା ଦ୍ୱାରା ଅଣ୍ଟା ଉପରେ ଏହାର ପ୍ରଭାବ ପଡିଥାଏ। ଏହାବ୍ୟତୀତ ଦୁର୍ଘଟଣାର ସମ୍ମୁଖୀନ ହେଲେ ଅନେକ ସମୟରେ ଅଣ୍ଟାରେ ଯନ୍ତ୍ରଣା ହୋଇଥାଏ। ଦୀର୍ଘଦିନ ଧରି ଏପରି ସମସ୍ୟା ଲାଗି ରହୁଥିଲେ ମଧ୍ୟ ଚିକିତ୍ସା ନ କରାଇଲେ ଜଣ ବ୍ୟକ୍ତିଙ୍କ ପକ୍ଷେ ସିଧା ଠିଆ ହେବା ବି କଷ୍ଟକର ହୋଇଯାଏ।

ତେବେ ଅଣ୍ଟା ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ କିଛିଟା ସରଳ ଉପାୟ ରହିଛି। ସତର୍କତା ହିଁ ସବୁଠାରୁ ବଡ ଉପାୟ । ବିଶେଷ କରି ଗୋଟିଏ ସ୍ଥାନରେ ବସି ରହୁଥିବା ଲୋକ ଅଣ୍ଟା ବିନ୍ଧଶ ପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହଠାତ୍ କୌଣସି ସ୍ଥାନରୁ ଉଠିଲେ ଏହାର ପ୍ରଭାବ ଅଣ୍ଟା ଉପରେ ପଡିଥାଏ । ଏଥିପାଇଁ ଦୀର୍ଘ ସମୟ ଧରି ବସିଥିବା ସ୍ଥାନରୁ ଉଠିବା ବେଳେ ହଠାତ ନ ଉଠି ଧିରେ ଧିରେ ଉଠିବା ଆବଶ୍ୟକ । ଏହାସହ ଅଣ୍ଟାକୁ ସୁସ୍ଥ ରଖିବାକୁ ଚାହଁଥିଲେ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ। ନଇଁକି କାମ କରୁଥିଲେ ଅଣ୍ଟାକୁ ଆରାମ ଦିଅନ୍ତୁ। ଅଧିକ ମୋଟା ଗଦିରେ ବସିବା ଓ ଶୋଇବା ଦ୍ୱାରା ଅଣ୍ଟା ଯନ୍ତ୍ରଣା ଦେଖା ଦେଇଥାଏ । ତେଣୁ ଯଥା ସମ୍ଭବ ମୋଟା ଗଦିଠାରୁ ଦୂରେଇ ରହିବା ଦରକାର । ଏହି ରୋଗ ହେଉଥିଲେ ବିଚଳିତ ନ ହୋଇ ଚିକିତ୍ସା କରାନ୍ତୁ । ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଆବଶ୍ୟକ ବ୍ୟାୟାମ ଓ ଔଷଧ ସେବନର ପରାମର୍ଶ ନିଅନ୍ତୁ ।

Related story