ରାତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ଭାଙ୍ଗି ଯାଉଛି କି ନିଦ? ଜାଣନ୍ତୁ ଏହାର କାରଣ

ଆପଣ ରାତିରେ ଠିକ୍‌ରେ ଶୋଇ ପାରୁନାହାନ୍ତି? ଏକ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗିଯାଉଛି? ଆପଣ ଏହି କଥାକୁ ହାଲକା ଭାବେ ନେଉଛନ୍ତି କି? ଜମାରୁ ସେମିତି କରନ୍ତୁ ନାହିଁ। ଏହା ଏକ ସାଧାରଣ କଥା ନୁହେଁ। ଚୀନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୋଇବା ଓ ନିଦ ଭାଙ୍ଗିବା ସହ ଗ୍ରହନକ୍ଷତ୍ରଙ୍କ ସଂପର୍କ ରହିଛି। ତା’ହେଲେ ଆସନ୍ତୁ ଜାଣିବା ଏକ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗି ଯିବାର କାରଣ କ’ଣ: – ଆପଣଙ୍କର ଶୀଘ୍ର ଶୋଇବାର ଅଭ୍ୟାସ ଅଛି। […]

sleeping

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 08:49 AM IST

ଆପଣ ରାତିରେ ଠିକ୍‌ରେ ଶୋଇ ପାରୁନାହାନ୍ତି? ଏକ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗିଯାଉଛି? ଆପଣ ଏହି କଥାକୁ ହାଲକା ଭାବେ ନେଉଛନ୍ତି କି? ଜମାରୁ ସେମିତି କରନ୍ତୁ ନାହିଁ। ଏହା ଏକ ସାଧାରଣ କଥା ନୁହେଁ। ଚୀନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୋଇବା ଓ ନିଦ ଭାଙ୍ଗିବା ସହ ଗ୍ରହନକ୍ଷତ୍ରଙ୍କ ସଂପର୍କ ରହିଛି। ତା’ହେଲେ ଆସନ୍ତୁ ଜାଣିବା ଏକ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗି ଯିବାର କାରଣ କ’ଣ:

- ଆପଣଙ୍କର ଶୀଘ୍ର ଶୋଇବାର ଅଭ୍ୟାସ ଅଛି। କିନ୍ତୁ ରାତିରେ ୯ରୁ ୧୦ ମଧ୍ୟରେ ନିଦ ଭାଙ୍ଗି ଯାଉଛି। ଏପରି ହେଉଥିଲେ ଆପଣ ମାନସିକ ଚାପରେ ଅଛନ୍ତି।

- ଯଦି ଆପଣଙ୍କର ନିଦ ରାତି ୧୧ଟାରୁ ଗୋଟାଏ ମଧ୍ୟରେ ଭାଙ୍ଗି ଯାଉଛି, ତା’ହେଲେ ଆପଣଙ୍କ ଭିତରେ ଭାବନାତ୍ମକ  ଦ୍ୱନ୍ଦ୍ୱ ରହିଛି।

- ଯଦି ରାତିରେ ଗୋଟାଏରୁ ୩ଟା ମଧ୍ୟରେ ନିଦ ଭାଙ୍ଗି ଯାଉଛି, ତା’ହେଲେ ଆପଣଙ୍କ ମନରେ ରାଗ ରହିଛି।  ଏହା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଯାଇପାରେ।

- ଯଦି ଡେରିରେ ଉଠୁଥିବା ବ୍ୟକ୍ତିଙ୍କ ନିଦ ଭୋର ୫ଟାରୁ ୭ଟା ମଧ୍ୟରେ ଭାଙ୍ଗି ଯାଉଥାଏ, ତା’ହେଲେ ସେ ଅନେକ ବିଷୟରେ ଭାବୁଛନ୍ତି ଓ ସେହି ଭାବନାର ଚାପରେ ଅଛନ୍ତି।

ସୌଜନ୍ୟ- ଅମର ଉଜାଲା

Related story