Advertisment

ଅଷ୍ଟିଓଆର୍ଥ୍ରାଇଟିସ ଓ ଏହାର ଚିକିତ୍ସା

ଭୁବନେଶ୍ୱର: ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ଅଷ୍ଟିଓଆର୍ଥ୍ରାଇଟିସ୍‌। ଅଷ୍ଟିଓଆର୍ଥ୍ରାଇଟିସ୍‌ର ପ୍ରଭାବରେ ଶରୀରର ସମସ୍ତ ଗଣ୍ଠିସ୍ଥାନ ଗୁଡ଼ିକରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ନିକଟରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଆମ ଦେଶରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୩୫,୩୮୫ ଜଣ ପୁରୁଷ ଏବଂ ୩୩,୯୭୯ ମହିଳା ଏହି ରୋଗରେ ପୀଡ଼ିତ। ସାଧାରଣତଃ ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଦେଇଥାଏ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ […]

ଅଦ୍ୟତନ ହୋଇଛି
ଅଷ୍ଟିଓଆର୍ଥ୍ରାଇଟିସ ଓ ଏହାର ଚିକିତ୍ସା

health

Advertisment

[caption id="attachment_95722" align="alignleft" width="244"]debabrata padhyଡ. ଦେବବ୍ରତ ପାଢୀ (କନସଲଟାଣ୍ଟ ଜଏଣ୍ଟ ରିପ୍ଲେସମେଣ୍ଟ ଅର୍ଥୋପେଡିକ୍ସ, ଆପୋଲ ହସ୍ପିଟାଲ)[/caption]

Advertisment

ଭୁବନେଶ୍ୱର: ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ଅଷ୍ଟିଓଆର୍ଥ୍ରାଇଟିସ୍‌। ଅଷ୍ଟିଓଆର୍ଥ୍ରାଇଟିସ୍‌ର ପ୍ରଭାବରେ ଶରୀରର ସମସ୍ତ ଗଣ୍ଠିସ୍ଥାନ ଗୁଡ଼ିକରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ନିକଟରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ଆମ ଦେଶରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ୩୫,୩୮୫ ଜଣ ପୁରୁଷ ଏବଂ ୩୩,୯୭୯ ମହିଳା ଏହି ରୋଗରେ ପୀଡ଼ିତ। ସାଧାରଣତଃ ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କଠାରେ ଅଧିକ ଦେଖାଦେଇଥାଏ।

ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ଗଣ୍ଠିରେ ଭୀଷଣ ଯନ୍ତ୍ରଣା ଅନୁଭବ ହୋଇଥାଏ। ପ୍ରାଥମିକ ଅବସ୍ଥାରେ ଏହି ଯନ୍ତ୍ରଣା ଧୀରେ ଧୀରେ ଆରମ୍ଭ ହୋଇଥାଏ। ହେଲେ ଅବହେଳା କାରଣରୁ ପରବର୍ତ୍ତୀ ସମୟରେ ଗଣ୍ଠିସ୍ଥାନ ଗୁଡ଼ିକରେ ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଏହା ସହିତ ଗଣ୍ଠିର ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇ ଭୀଷଣ ଯନ୍ତ୍ରଣା ଦେଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗରେ ରାତିରେ ଅଧିକ ଯନ୍ତ୍ରଣା ହେବା ସହିତ ହଠାତ୍‌ ବସିଥିବା ସ୍ଥାନରୁ ଉଠିପଡ଼ିଲେ କିମ୍ବା ପାହାଚ ଚଢ଼ିବା ସମୟରେ ଯନ୍ତ୍ରଣା ଅଧିକ ହୋଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗୀମାନଙ୍କର ଗଣ୍ଠି ଗୁଡ଼ିକ ଗତିଶୀଳ ହେବା ସମୟରେ ସେଥିରୁ କଡ଼କଡ଼ ଶବ୍ଦ ଶୁଣାଯାଇଥାଏ, ଯାହାଦ୍ୱାରା ଗଣ୍ଠିସ୍ଥାନ ଗୁଡ଼ିକରେ କ୍ଷୟ ଓ ବିକୃତି ଦେଖା ଦେଇଥାଏ।

Advertisment

ଅଷ୍ଟିଓଆର୍ଥାଟାଇଟିସ୍‌ ରୋଗରେ ଶରୀରର ବିଭିନ୍ନ ଗଣ୍ଠି ଯେଭଳି କି ଆଣ୍ଠୁ, ଅଣ୍ଟାଗଣ୍ଠି, ମେରୁଦଣ୍ଡ ଓ ଶରୀର ଅନ୍ୟାନ ଗଣ୍ଠି ସ୍ଥାନ ଗୁଡ଼ିକରେ ସାଧାରଣ ଭାବରେ ନଷ୍ଟ ହୋଇଥାଏ। ଠିକ୍ ସମୟରେ ସଠିକ୍‌ ଚିକିତ୍ସା ଅଭାବରୁ ଆଣ୍ଠୁଗଣ୍ଠିକୁ ରକ୍ଷା କରୁଥିବା ମାଂସପେଶୀ ଗୁଡ଼ିକ କ୍ଷୟ ହୋଇଯିବା ଦ୍ୱାରା ରୋଗୀ ଚାଲିବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଥାଏ।

କାରଣ-:  ଅଷ୍ଟିଓଆର୍ଥ୍ରାଇଟିସ୍‌ ପ୍ରଥମ କାରଣ ହୋଇଛି ବାର୍ଦ୍ଧକ୍ୟ। ବୟସ ଅଧିକ ହେଲେ ଗଣ୍ଠିସ୍ଥାନ ମାଂସପେଶୀ ଗୁଡ଼ିକ ଦୁର୍ବଳ ହୋଇଥାଏ। ଏହା ସହିତ ଗଣ୍ଠିସ୍ଥାନ ଗୁଡ଼ିକରେ ତରଳ ଅଂଶର ପରିମାଣ କମିବା କାରଣରୁ ଏହି ରୋଗ ଦେଖାଦେଇଥାଏ।

ପରିବାରରେ ପୂର୍ବରୁ କାହାକୁ ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟା ଥିଲେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ। ମେଦବହୁଳତା ମଧ୍ୟ ଏହି ରୋଗର କାରଣ ହୋଇଥାଏ। ଏହାଛଡ଼ା ଜନ୍ମଗତ ଅକ୍ଷମତା, ଦୁର୍ଘଟଣା, ବିକଳାଙ୍ଗ ଓ ନ ଗଣ୍ଠୁସ୍ଥାଗୁଡ଼ିକରେ ସଂକ୍ରମଣ କରଣରୁ ମଧ୍ୟ ଏହି ସମ୍ୟା ଦେଖାଦେଇଥାଏ।

ଚିକିତ୍ସା- ଅଷ୍ଟିଓଆର୍ଥ୍ରାଇଟିସ୍‌ ଭଳି ଯନ୍ତ୍ରଣାଦାୟକ ରୋଗର ଚିକିତ୍ସା ବିଭିନ୍ନ ଉପାୟରେ କରାଯାଇଥାଏ। ରୋଗୀଙ୍କ ବୟସ ଓ ଗଣ୍ଠିସ୍ଥାନ କେତେ ପରିମାଣରେ କ୍ଷୟ ହୋଇଛି ତାହା ଜାଣିବା ପରେ ହିଁ ଚିକିତ୍ସା ଆରମ୍ଭ କରାଯାଇଥାଏ।

୧-ଜୀବନଶୈଳୀରେ ପରିବର୍ତ୍ତନ- ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗୀମାନେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ କଲେ ଏହି ରୋଗରୁ ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ କିଛି ପରିମାଣରେ ଉପଶମ ମିଳିଥାଏ।

-ନିୟମିତ ଫିଜିଓଥେରାପି କରିବା

-ଓଜନ ଅଧିକ ଥିଲେ ଯଥାଶୀଘ୍ର ଓଜନ କମାଇବା

-ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା

୨- ଔଷଧୀୟ ଚିକିତ୍ସା ପଦ୍ଧତି- ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗରେ ରୋଗୀଙ୍କୁ କିଛି ଔଷଧ ସେବନ କରିବାକୁ ପଡ଼ିଥାଏ। ଏହାଦ୍ୱାରା ଯନ୍ତ୍ରଣା କମିବା ସହିତ ଗଣ୍ଠି ଗୁଡ଼ିକ ମଜଭୁତ୍‌ ହୋଇଥାଏ।

୩- ସର୍ଜରୀ ଦ୍ୱାରା ଅଷ୍ଟିଓଆର୍ଥ୍ରାଇଟିସ୍‌ ଯନ୍ତ୍ରଣାରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ସର୍ଜରୀ ମଧ୍ୟ କରାଯାଇଥା। ଯନ୍ତ୍ରଣା ଅଧିକ ହେଲେ ଅପରେଶନ୍‌ ସାହାଯ୍ୟରେ ରୋଗୀଙ୍କର ଅସ୍ଥିକୁ  କଟାଯାଇଥାଏ, ଯାହାଦ୍ୱାରା ଆଣ୍ଠୁର ଗୋଟିଏ ପାର୍ଶ୍ୱର ଚାପକୁ କମ କରିଥାଏ ଏବଂ ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହା ସହିତ ଅପରେଶନ୍‌ ସାହାଯ୍ୟରେ ଆଣ୍ଠୁଗଣ୍ଠି ମଧ୍ୟରେ ଥିବା ଦୂଷିତ କ୍ଷତାଂଶକୁ ସଫା କରାଯିବା ଫଳରେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

୪- ଆନ୍‌ଥ୍ରୋପ୍ଲାଷ୍ଟି- ପ୍ରାଥମିକସ୍ତରରେ ଅବହେଳା କାରଣରୁ ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗର ଚିକିତ୍ସା ଔଷଧ କିମ୍ବା ଫିଜିଓଥେରାପି ସାହାଯ୍ୟରେ ସମ୍ଭବ ହୋଇନଥାଏ। ହେଲେ, ଆନ୍‌ଥ୍ରୋପ୍ଲାଷ୍ଟି  ଅପରେଶନ୍‌ ସାହାଯ୍ୟରେ ରୋଗୀର କ୍ଷୟ ହୋଇଥିବା ଗଣ୍ଠିକୁ ସମ୍ପୂର୍ଣ୍ଣ ଭାବରେ କାଢ଼ି ଏକ ନୂତନ ଗଣ୍ଠି ଲଗାଯାଇଥାଏ। ଫଳରେ ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗୀ ଯନ୍ତ୍ରଣାରୁ ସମ୍ପୂର୍ଣ୍ଣ ଉପଶମ ପାଇବା ସହିତ ଏକ ସାଧାରଣ ଜୀବନ ଅତିବାହିତ କରିପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe