ଲୁଣକୁ କେବେ ସ୍କ୍ରବ୍‌ ଭାବେ ବ୍ୟବହାର କଥା ଭାବିଛନ୍ତି କି ?

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର)  : ଲୁଣ ସମସ୍ତଙ୍କ ଘରେ ଏକ ଅପରିହାର୍ଯ୍ୟ ଜିନିଷ। ହେଲେ କେବେ ଏହାକୁ ଚମକଦାର ତ୍ୱଚା ପାଇବା ଲାଗି ବ୍ୟବହାର କରି ହେବ ବୋଲି ଭାବିଛନ୍ତି। ଆଜି ଆମେ ଏହି ବିଷୟରେ ଜଣାଇବୁ।  ଏଥିଲାଗି କୌଣସି ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡ଼ିବ ନାହିଁ। ଘରେ ଥିବା ଲୁଣ ଓ ଆଉ କିଛି ଜିନିଷ ମିଶାଇ ଚେହେରାରେ ଲଗାଇ ଆପଣ ପାଇବେ ବେଦାଗ ତ୍ୱଚା। ଏଥିଲାଗି ଆପଣ ସଲ୍ଟ ସ୍କ୍ରବ୍‌ ପ୍ରସ୍ତୁତ ପ୍ରଣାଳୀ […]

salt-3..

Niharika Rout
  • Published: Monday, 13 May 2019
  • , Updated: 13 May 2019, 11:21 AM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର)  : ଲୁଣ ସମସ୍ତଙ୍କ ଘରେ ଏକ ଅପରିହାର୍ଯ୍ୟ ଜିନିଷ। ହେଲେ କେବେ ଏହାକୁ ଚମକଦାର ତ୍ୱଚା ପାଇବା ଲାଗି ବ୍ୟବହାର କରି ହେବ ବୋଲି ଭାବିଛନ୍ତି। ଆଜି ଆମେ ଏହି ବିଷୟରେ ଜଣାଇବୁ।  ଏଥିଲାଗି କୌଣସି ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡ଼ିବ ନାହିଁ। ଘରେ ଥିବା ଲୁଣ ଓ ଆଉ କିଛି ଜିନିଷ ମିଶାଇ ଚେହେରାରେ ଲଗାଇ ଆପଣ ପାଇବେ ବେଦାଗ ତ୍ୱଚା। ଏଥିଲାଗି ଆପଣ ସଲ୍ଟ ସ୍କ୍ରବ୍‌ ପ୍ରସ୍ତୁତ ପ୍ରଣାଳୀ ଓ ଏହାର ବ୍ୟବହାର ବିଷୟରେ ଅବଗତ ହେଲେ ପାଇପାରିବେ ବହୁ ଫାଇଦା। ଆସନ୍ତୁ  ଆଜି ସଲ୍ଟ ସ୍କ୍ରବ୍‌ର ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କରେ ଜାଣିବା।

 ସଲ୍ଟ ଆଣ୍ଡ ଲେମନ ସ୍କ୍ରବ

ଏହା ଖୁବ୍‌ ଶୀଘ୍ର ତିଆରି ହେଉଥିବା ଏକ ସ୍କ୍ରବ୍‌ ଅଟେ। ଏଥିଲାଗି ଆପଣ କିଛି ଲେମ୍ବୁ ବୁନ୍ଦାକୁ  ଲୁଣରେ ମିଶାଇ ତାହାକୁ ଚେହେରାରେ ହାଲକା ଭାବେ ସ୍କ୍ରବ୍‌ କରନ୍ତୁ। ଏହାଦ୍ୱାରା ମୁହଁରୁ ମୃତକୋଷିକା, ବ୍ଲାକହେଡସ୍‌ ଆଦି ଦୂର ହୋଇଯିବ। ଆପଣ ସପ୍ତାହକୁ ଏପରି ୨ ଥର  ଏପରି କରି ଫରକ ଅନୁଭବ କରନ୍ତୁ।

 ସଲ୍ଟ ଓ ଅଏଲ ସ୍କ୍ରବ୍‌

ଆପଣ ତ୍ୱଚାକୁ ସଫା କରିବା ଲାଗି ଲୁଣରେ କିଛି ଭଲ ସୁଗନ୍ଧଯୁକ୍ତ ତେଲ ମିଶାନ୍ତୁ। ଏହାକୁ ମାସରେ ଥରେ କରନ୍ତୁ। ଆପଣ ଲୁଣରେ ବାଦାମ ତେଲ ମିଶାଇ ସ୍କ୍ରବ୍‌ ତିଆରି କରନ୍ତୁ। ଏଥିଲାଗି ୫ରୁ ୭ ଚାମଚ ବାଦାମ ତେଲ ଓ ୧୦ରୁ ୧୨ ଚାମଚ ଲୁଣ ମିଶାଇ ଦିଅନ୍ତୁ। ଏହାକୁ ଚେହେରାରେ ଲଗାଇ ସ୍କ୍ରବ୍‌ କରନ୍ତୁ।  ହାଲକା ଭାବେ ମଥା, ନାକର ଉଭୟ ପାର୍ଶ୍ୱ ଓ ଓଠର ଉପର ଓ ତଳ ପାର୍ଶ୍ୱରେ ସ୍କ୍ରବ୍‌ କରନ୍ତୁ।

 ଲୁଣ ଓ ମହୁର ସ୍କ୍ରବ୍‌

ଏହା ଖରା ଦିନେ ଭଲ କାମ କରେ। ମହୁର ବ୍ୟବହାର ଦ୍ୱାରା ସନ୍‌ ଟ୍ୟାନିଂ ଦୂର ହୋଇଥାଏ ଓ ମୃତ  କୋଷିକା ବି ଦୂର ହୋଇଯାଇଥାଏ। ଏହି ମିଶ୍ରଣକୁ ମୁହଁରେ ୧୦ ମିନିଟ୍‌ ଲଗାଇ ଧୋଇ ଦିଅନ୍ତୁ।

ଲୁଣ ଓ ଓଟ୍‌ମିଲ୍‌ର  ସ୍କ୍ରବ୍‌

ଏହି ସ୍କ୍ରବ୍‌କୁ ଆପଣ ସପ୍ତାହରେ ଥରେ ତ୍ୱଚାରେ ଲଗାନ୍ତୁ। ଏହାକୁ ପ୍ରସ୍ତୁତ କରିବା ଲାଗି ଏକ ପାତ୍ରରେ ୨ ଚାମକ ଓଟମିଲ୍‌ ପାଉଡ଼ର,  ଏକ ଚିମୁଟା କଳା ଲୁଣ, ୬ ବୁନ୍ଦା ଲେମ୍ୱୁ ରସ ଏବଂ ୫ ବୁନ୍ଦା ବାଦାମ ତେଲ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ସ୍କ୍ରବ୍‌ କରନ୍ତୁ। ଏହାପରେ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ।  ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ହାଲକା ଭାବେ କରନ୍ତୁ ସ୍କ୍ରବ୍‌

ତ୍ୱଚାରେ ଗ୍ଲୋ ଆଣିବା ଲାଗି ସ୍କ୍ରବ୍‌ ଏକ ଭଲ ଉପାୟ। ହେଲେ ଏହାକୁ ସବୁଦିନ ବ୍ୟବହାର କରିବା ଅନାବଶ୍ୟକ। ଏହାବ୍ୟତୀତ ଯେବେବି ସ୍କ୍ରବ୍‌ କରୁଛନ୍ତି, ହାଲକା ହାତରେ କରନ୍ତୁ। ପ୍ରଥମେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଚେହେରାରେ ସ୍କ୍ରବ୍‌ ଲଗାଇ  ହାଲକା ହାତରେ କିଛି ସମୟ ମସାଜ୍‌ କରନ୍ତୁ।  ଏହାପରେ ଧୋଇ ଦିଅନ୍ତୁ ।

 

Related story