ବର୍ଷା ଦିନରେ ଭୁଲରେ ବି ଖାଆନ୍ତୁ ନାହିଁ ଏ ସବୁ ଜିନିଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନ ଆସିଲେ ଗରମରୁ ତ୍ରାହି ମିଳେ। ହେଲେ ଏ ଋତୁରେ ଅନେକ ରୋଗ ମଧ୍ୟ ହୁଏ। ଟିକେ ଅବହେଳା କଲେ ଥଣ୍ଡା, ଜ୍ୱର ଓ ଝାଡ଼ାବାନ୍ତି ଆଦି ହୋଇଥାଏ। ଏଭଳି ସ୍ଥିତିରେ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼େ। କାରଣ ଏହି ଋତୁରେ ଅନେକ ସମୟରେ ପାଣି ଓ ଖାଦ୍ୟରୁ ହିଁ ଦେହ ଅସୁସ୍ଥ ହୋଇଥାଏ। ଏଭଳି କିଛି ଖାଦ୍ୟ ଓ ପନିପରିବା ଅଛି, ଯେଉଁଗୁଡ଼ିକୁ ବର୍ଷା ଦିନେ ନଖାଇଲେ […]

fish

Chinmayee Roy
  • Published: Saturday, 03 August 2019
  • , Updated: 03 August 2019, 02:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନ ଆସିଲେ ଗରମରୁ ତ୍ରାହି ମିଳେ। ହେଲେ ଏ ଋତୁରେ ଅନେକ ରୋଗ ମଧ୍ୟ ହୁଏ। ଟିକେ ଅବହେଳା କଲେ ଥଣ୍ଡା, ଜ୍ୱର ଓ ଝାଡ଼ାବାନ୍ତି ଆଦି ହୋଇଥାଏ। ଏଭଳି ସ୍ଥିତିରେ ଖାଦ୍ୟପେୟ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼େ। କାରଣ ଏହି ଋତୁରେ ଅନେକ ସମୟରେ ପାଣି ଓ ଖାଦ୍ୟରୁ ହିଁ ଦେହ ଅସୁସ୍ଥ ହୋଇଥାଏ। ଏଭଳି କିଛି ଖାଦ୍ୟ ଓ ପନିପରିବା ଅଛି, ଯେଉଁଗୁଡ଼ିକୁ ବର୍ଷା ଦିନେ ନଖାଇଲେ ଭଲ। ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଇବୁ।

ଶାଗ:  ବର୍ଷା ଦିନେ ଶାଗ ଖାଆନ୍ତୁ ନାହିଁ। କାରଣ ଏହି ଋତୁରେ ଏଥିରେ ବିଭିନ୍ନ ପ୍ରକାର ପୋକ ହୋଇଥା’ନ୍ତି। ବେଳେ ବେଳେ ପୋକମାନେ ଏଥିରେ ଅଣ୍ଡା ଦେଇଥା’ନ୍ତି। ଏହା ପେଟ ପାଇଁ ଖରାପ। ସେହିପରି ବନ୍ଧାକୋବି, ଫୁଲକୋବି ଭଳି ପରିବା ଖାଆନ୍ତୁ ନାହିଁ। ଏଥିରେ ବି ପୋକମାନେ ଅଣ୍ଡା ଦିଅନ୍ତି।

ମାଛ- ବର୍ଷା ଦିନ ହେଉଛି ମାଛଙ୍କ ପ୍ରଜନନର ସମୟ। ତେଣୁ ଏହି ସମୟରେ ମାଛ ଖାଇଲେ ଫୁଡ୍‌ ପଏଜନ୍ ହେବାର ଅଧିକ ସମ୍ଭାବନା ଥାଏ। ଏହା ବ୍ୟତୀତ ବର୍ଷା ଦିନେ ନଦୀ, ପୋଖରୀ ଆଦିର ପାଣି ପ୍ରଦୂଷିତ ହେଉଥିବା ଯୋଗୁ ମାଛ ଖାଇଲେ ଝାଡ଼ାବାନ୍ତି ଆଦି ହୋଇଥାଏ।

ଛତୁ- ବର୍ଷା ଦିନରେ ଛତୁ ଖାଇବା ଆଦୌ ଉଚିତ୍ ନୁହେଁ। କାରଣ ଏହା ଦ୍ୱାରା ଇନ୍‌ଫେକ୍ସନ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।

ସାଲାଡ୍‌- ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଶରୀର ପାଇଁ ଉପକାରୀ ସାଲାଡ୍‌କୁ ବର୍ଷା ଦିନରେ ଖାଇବାକୁ ମନା କରାଯାଏ। ସାଧାରଣତଃ ବର୍ଷା ଦିନରେ କୌଣସି ପରିବାରକୁ କଞ୍ଚା ଖାଇବା କଥା ନୁହେଁ। କାରଣ ଏହି ଦିନରେ ପନିପରିବାରେ ପୋକ ହୋଇଥାଏ। ଏପରିକି ବହୁ ସମୟ ଧରି କଟା ହୋଇ ରହିଥିବା ଫଳ ମଧ୍ୟ ଖାଇବା ଉଚିତ୍‌ ନୁହେଁ।

ତେଲଛଣା ଖାଦ୍ୟ - ବର୍ଷା ପାଗରେ ପ୍ରାୟ ସମସ୍ତେ ଗରମ ଗରମ ତେଲଛଣା ଖାଦ୍ୟ ଖାଇବାକୁ ଭଲ ପାଆନ୍ତି। ହେଲେ ଏହି ଦିନରେ ଏଭଳି ଖାଦ୍ୟ ଶରୀରରେ ପ୍ରବେଶ କରି ପିତ୍ତ ସୃଷ୍ଟି କରିଥାଏ। ତେଣୁ ବର୍ଷାଦିନରେ ଅତ୍ୟଧିକ ତେଲଛଣା ଖାଦ୍ୟ ଖାଆନ୍ତୁ ନାହିଁ।

ବାହାରର ଖୋଲା ଖାଦ୍ୟ- ବର୍ଷା ଦିନେ ବାହାର ଖାଦ୍ୟକୁ ଯେତେ ସମ୍ଭବ ଏଡ଼ାଇ ଯାଆନ୍ତୁ। କାରଣ ଏହି ଦିନେ ମାଛି ଅଧିକ ହୁଅନ୍ତି। ଖୋଲାରେ ରଖାଯାଉଥିବା ଖାଦ୍ୟରେ ମାଛି ବସିଥା’ନ୍ତି। ଆଉ ଏହି ଖାଦ୍ୟକୁ ଖାଇଲେ ଫୁଡ୍ ପଏଜନ୍ ହେବାର ଅଧିକ ସମ୍ଭାବନା ଥାଏ।

Related story