ଡାଇବେଟିସ୍‌ ନିୟନ୍ତ୍ରଣ କରେ ବେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହିନ୍ଦୁ ଧର୍ମରେ ବେଲ ପତ୍ରର ବେଶ ମହତ୍ୱ ରଖେ। ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲ ପତ୍ର। ତେବେ ପୂଜା ବ୍ୟତୀତ ଏହି ପତ୍ରର ଅନେକ ଗୁରୁତ୍ୱ ବହନ କରେ। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକାରୀ ବିଭିନ୍ନ ରୋଗର ନିରାକରଣ ପାଇଁ ସେତିକି ଉପକାରୀ । ଏହି ବେଲପତ୍ରରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି। ତେବେ ଆସନ୍ତୁ ଜାଣିବା ବେଲପତ୍ରରୁ କ’ଣ ସବୁ ଫାଇଦା ମିଳେ। ବେଲ ପତ୍ରରେ ଭିଟାମିନ୍‌ […]

g-11

Tapas Behera
  • Published: Thursday, 03 January 2019
  • , Updated: 03 January 2019, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହିନ୍ଦୁ ଧର୍ମରେ ବେଲ ପତ୍ରର ବେଶ ମହତ୍ୱ ରଖେ। ଭଗବାନ ଶିବଙ୍କର ଅତି ପ୍ରିୟ ହେଉଛି ବେଲ ପତ୍ର। ତେବେ ପୂଜା ବ୍ୟତୀତ ଏହି ପତ୍ରର ଅନେକ ଗୁରୁତ୍ୱ ବହନ କରେ। ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକାରୀ ବିଭିନ୍ନ ରୋଗର ନିରାକରଣ ପାଇଁ ସେତିକି ଉପକାରୀ । ଏହି ବେଲପତ୍ରରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି। ତେବେ ଆସନ୍ତୁ ଜାଣିବା ବେଲପତ୍ରରୁ କ’ଣ ସବୁ ଫାଇଦା ମିଳେ।

ବେଲ ପତ୍ରରେ ଭିଟାମିନ୍‌ ଏ, ବି ଏବଂ ସି ରହିଛି। ବେଲପତ୍ରକୁ ନିୟମିତ ଖାଇବା ଦ୍ୱାରା ଗ୍ୟାସଷ୍ଟ୍ରିକ ରୋଗରୁ ମୁକ୍ତି ମିଳିଥାଏ। ପ୍ରତିଦିନ ଅଳ୍ପ ମହୁ ସହ ୨ ଚାମଚ ବେଲ ପତ୍ରର ରସକୁ ପିଇବା ଦ୍ୱାରା ଡ଼ାଇବେଟିସ କଣ୍ଟ୍ରୋଲ୍‌ ହୋଇଥାଏ।

ଅଳ୍ପ ଗୋଲମରିଚ ଗୁଣ୍ଡ ସହ ଏକ ଚାମଚ ଶୁଖିଲା ବେଲ ପତ୍ର ଗୁଣ୍ଡ ଖାଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ଏହା ଆଜ୍‌ମା, ଜଣ୍ଡିସ୍ ଭଳି ରୋଗରୁ ମୁକ୍ତି ଦେଇଥାଏ। ଶରୀରକୁ ସୁସ୍ଥ ସବଳ ରଖିବାରେ ଏହା ବେଶ ସହାୟକ ହୋଇଥାଏ ।

ବେଲପତ୍ର ମଧ୍ୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ବେଲ ପତ୍ରକୁ ଚିପୁଡ଼ି ସେଥିରୁ ରସ ବାହାର କରି ସେହି ରସକୁ ଅଳ୍ପ ଗୋଲମରିଚ ଗୁଣ୍ଡ ସହିତ ମିଶାଇ ସେବନ କଲେ କୃମି, ଶୂଳ,ପାଣ୍ଡୁ, କାମଳ ପ୍ରଭୃତି ରୋଗରୁ ଆରୋଗ୍ୟ ମିଳିଥାଏ। ଭୋକ ହେଉ ନ ଥିଲେ କିମ୍ବା ଖାଇବାକୁ ଇଚ୍ଛା ହେଉ ନଥିଲେ କଁଳିଆ ବେଲ ପତ୍ରକୁ ଖାଆନ୍ତୁ। କସି ବେଲକୁ ବାଟି ସେଥିରେ ମହୁ ମିଶାଇ ସେବନ କରିବା ଦ୍ୱାରା ନାଳ ଝାଡ଼ା ରୋଗ ଭଲ ହୋଇଥାଏ।

Related story