ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ସମସ୍ତେ ସୁନ୍ଦର ଓ ଗୋରା ଦେଖାଯିବାକୁ ଚାହାନ୍ତି। ସଧାରଣତଃ ଅଧିକ ଗୋରା ଦିଶିବା ପାଇଁ ପ୍ରାୟ ଅଧିକାଂଶ ବଜାରରେ ମିଳୁଥିବା ନାନା ପ୍ରକାରର କସ୍ମେଟିକ୍ସର ବ୍ୟବହାର କରନ୍ତି। ତେବେ ଏହିସବୁ କସ୍ମେଟିକ୍ସରେ ଅନେକ କେମିକାଲ୍ ମିଶିଥାଏ, ଯାହା ମୁହଁ ଉପରେ କୁପ୍ରଭାବ ପକାଇଥାଏ।
ଆଜି ଆମେ ଆପଣଙ୍କୁ ଗୋରା ଓ ଉଜ୍ଜ୍ୱଳ ତ୍ୱଚା ପାଇବାର ଏକ ଘରୋଇ ଉପାୟ ବତାଇବୁ। ଆସନ୍ତୁ ଜାଣିବା, 'ବେକିଂ ସୋଡ଼ା'ରେ କେମିତି ଗୋରାପଣ ଆସିଥାଏ।
ଲେମ୍ବୁ ରସ ତ୍ୱଚାରେ ବ୍ଲିଚ୍ର କାମ କରିଥାଏ। ତେଣୁ ବେକିଂ ସୋଡ଼ାରେ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇ କିଛି ସମୟ ପରେ ପାଣିରେ ମୁହଁକୁ ଭଲ ଭାବରେ ଧୋଇଦେଲେ, ଚେହେରାରେ ଚମକ ଆସିଥାଏ।
ବେକିଂ ସୋଡ଼ାରେ ମହୁ ମିଶାଇ ମୁହଁରେ ଲଗାଇବାର ୫ ମିନିଟ୍ ପରେ ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏପରି ସପ୍ତାହରେ ଗୋଟିଏ ଥର କଲେ, ଆପଣଙ୍କ ତ୍ୱଚା ସଫା, କୋମଳ ଓ ଉଜ୍ୱଳ ଦେଖାଯିବ।
କେବଳ ଚେହେରା ନୁହେଁ ବେକିଂ ସୋଡ଼ା ଦାନ୍ତ ମଧ୍ୟ ସଫା ରଖିଥାଏ। ଏହା ହଳଦିଆ ଦାନ୍ତକୁ ଧଳା କରିଥାଏ। ଏଥିପାଇଁ ବେକିଂ ସୋଡ଼ା ଓ ଲେମ୍ବୁ ରସକୁ ମିଶାଇ ସପ୍ତାହରେ ଅତିକମ୍ରେ ଥରେ ଏଥିରେ ବ୍ରସ୍ କରନ୍ତୁ। ହେଲେ ମନେରଖନ୍ତୁ, ଏହାକୁ ବ୍ୟବହାର କଲେ ଯଦି ଆପଣଙ୍କ ପାଟିରେ ଅଧିକ ଜଳାପୋଡ଼ା ହୁଏ, ତେବେ ତୁରନ୍ତ ବନ୍ଦ କରିଦିଅନ୍ତୁ।