ସମ୍ପର୍କରେ ମଧୁରତା ଆଣେ ବଂଶୀ: ଘରେ ରଖିଲେ ମିଳେ ଶୁଭଫଳ

ମ୍ୟୁଜିକ୍‌ ସମସ୍ତଙ୍କୁ ଭଲ ଲାଗେ। ବହୁ ଲୋକ ନିଜେ କିଛି ନା କିଛି ବାଦ୍ୟଯନ୍ତ୍ର ବଜାବାକୁ ଭଲ ପାଇଥାନ୍ତି। ଆଜିକାଲି ତ ପିଲାମାନଙ୍କୁ ମ୍ୟୁଜିସିଆନ ହେବାକୁ ଅବିଭାବକମାନେ ଉତ୍ସାହିତ କରୁଛନ୍ତି। ଯେତେ ପ୍ରକାର ବାଦ୍ୟଯନ୍ତ୍ର ଅଛି ସବୁଠାରୁ ଅଧିକ ମଧୁର ଲାଗେ ବଂଶୀର ସ୍ୱର। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବଂଶୀ ରଖିବା ବହୁତ ଭଲ। ଯେଉଁମାନେ ଘରେ ବଂଶୀ ରଖିଥାନ୍ତି ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ, ସଦ୍‌ଭାବନା ବଢିଥାଏ। ଏହାସହ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ସବୁ […]

bamboo-flute

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 10:50 AM IST

ମ୍ୟୁଜିକ୍‌ ସମସ୍ତଙ୍କୁ ଭଲ ଲାଗେ। ବହୁ ଲୋକ ନିଜେ କିଛି ନା କିଛି ବାଦ୍ୟଯନ୍ତ୍ର ବଜାବାକୁ ଭଲ ପାଇଥାନ୍ତି। ଆଜିକାଲି ତ ପିଲାମାନଙ୍କୁ ମ୍ୟୁଜିସିଆନ ହେବାକୁ ଅବିଭାବକମାନେ ଉତ୍ସାହିତ କରୁଛନ୍ତି। ଯେତେ ପ୍ରକାର ବାଦ୍ୟଯନ୍ତ୍ର ଅଛି ସବୁଠାରୁ ଅଧିକ ମଧୁର ଲାଗେ ବଂଶୀର ସ୍ୱର। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବଂଶୀ ରଖିବା ବହୁତ ଭଲ।

ଯେଉଁମାନେ ଘରେ ବଂଶୀ ରଖିଥାନ୍ତି ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ, ସଦ୍‌ଭାବନା ବଢିଥାଏ। ଏହାସହ ଶ୍ରୀକୃଷ୍ଣଙ୍କ କୃପା ଦୃଷ୍ଟି ସବୁ କଷ୍ଟ ଦୂର କରିଦେଇଥାଏ ଓ ଘରକୁ ଖୁସି ଆସିଥାଏ।

ବଂଶୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ଏହା ଅତି ପବିତ୍ର ଓ ପୂଜନୀୟ ବୋଲି ବିଶ୍ୱାସ ରହିଛି। ବଂଶୀର ମଧୁର ସ୍ୱର ପ୍ରେମର ପ୍ରତୀକ। ଘରେ ବଂଶୀ ରଖିଲେ ଧନ ବଢିଥାଏ ବୋଲି ବିଶ୍ୱାସ ରହିଛି।ଏହାସହ ବଂଶୀର ମଧୁର ସ୍ୱର ପରି ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥାଏ।

Related story