ଯେତେ ରୋଜଗାର କଲେ ବି ଘରେ ରହୁନି ପଇସା , ପ୍ରତିକାର ପାଇଁ କ’ଣ କୁହେ ବାସ୍ତୁ

ଘରେ ଧନହାନି ଘଟୁଛି କି? ଯେତେ ରୋଜଗାର କଲେ ମଧ୍ୟ ଅଭାବ ରହୁଛି।  ତେବେ ଏହାର କାରଣ ହୋଇପାରେ ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ଅବସ୍ଥିତି। ଏ ସମ୍ପର୍କରେ ବାସ୍ତୁ ନିୟମ କ’ଣ କୁହେ ଆସନ୍ତୁ ଜାଣିବା। ଘରର ମୁଖ୍ୟ ଦ୍ୱାର ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ହେବା ଅନୁଚିତ। ବାସ୍ତୁ ଦୃଷ୍ଟିରୁ ପୂର୍ବ ଏବଂ ଉତ୍ତର ଦିଗ ଆଡକୁ ମୁଖ୍ୟ ଦ୍ୱାର ହେବା ସବୁଠୁ ଭଲ। ଯଦି ଘର ଆଗରେ ଦୁଇଟି ଗେଟ କରୁଛନ୍ତି  ତେବେ […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 12:19 PM IST

ଘରେ ଧନହାନି ଘଟୁଛି କି? ଯେତେ ରୋଜଗାର କଲେ ମଧ୍ୟ ଅଭାବ ରହୁଛି।  ତେବେ ଏହାର କାରଣ ହୋଇପାରେ ଆପଣଙ୍କ ଘରର ମୁଖ୍ୟ ଦ୍ୱାରର ଅବସ୍ଥିତି। ଏ ସମ୍ପର୍କରେ ବାସ୍ତୁ ନିୟମ କ’ଣ କୁହେ ଆସନ୍ତୁ ଜାଣିବା।

ଘରର ମୁଖ୍ୟ ଦ୍ୱାର ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ହେବା ଅନୁଚିତ। ବାସ୍ତୁ ଦୃଷ୍ଟିରୁ ପୂର୍ବ ଏବଂ ଉତ୍ତର ଦିଗ ଆଡକୁ ମୁଖ୍ୟ ଦ୍ୱାର ହେବା ସବୁଠୁ ଭଲ। ଯଦି ଘର ଆଗରେ ଦୁଇଟି ଗେଟ କରୁଛନ୍ତି  ତେବେ ଧ୍ୟାନ ଦିଅନ୍ତି ଏହା ଯେପରି ପରସ୍ପର ଆଗପଛ ହୋଇ ନ ରୁହେ।  କୁହାଯାଏ ଯେ ଏପରି ଥିଲେ ଘରକୁ ଯେତେ ଧନ ସମ୍ପତ୍ତି ଆସିଲେ ମଧ୍ୟ  ସେତେ ଶୀଘ୍ର ଖର୍ଚ୍ଚ ହୋଇଯିବ।

ଘରର ମେନ୍ ଗେଟ କେବେ ବି ସାମ୍ନା ମଝିରେ ହେବା ଉଚିତ ନୁହଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯେଉଁ କାନ୍ଥରେ ଗେଟ ବନାଯିବ ସେହି କାନ୍ଥକୁ ପ୍ରଥମେ 9ଭାଗ କରନ୍ତୁ। ଏହାପରେ ପ୍ରବେଶ ଦ୍ୱାରରୁ ବାମ ପଟେ 5 ଭାଗ ଓ ଡାହାଣ ପଟେ 3 ଭାଗ ଛାଡି ବନାନ୍ତୁ। ଏପରି କରିଲେ ଆୟ ଅଧିକ ହେବା ସହ ବ୍ୟୟ କମ ରହିବ।

ମୁଖ୍ୟ ଦ୍ୱାରର ସାମ୍ନା ପଟେ ମନ୍ଦିର, ବୃକ୍ଷ, କୂଅ କିମ୍ବା ଖୁଣ୍ଟ ରହିବା ଉଚିତ ନୁହେଁ। ଏହାକୁ ବାସ୍ତୁ ବାଧା କୁହାଯାଏ। କାରଣ ଏହା ଦ୍ୱାରା ଲକ୍ଷ୍ମୀଙ୍କ ପ୍ରବେଶରେ ବାଧା ସୃଷ୍ଟି ହୁଏ।

Related story