ଘରର ସୁଖ ସମୃଦ୍ଧି ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଫିଟିକିରି ବ୍ୟବହାର କରି ଘରୁ କିପରି ବାସ୍ତୁ ଦୋଷ ଦୂର କରିପାରିବେ।
୧- ଆପଣଙ୍କ ଘରେ କିମ୍ବା ଅଫିସର ଯେଉଁ ଜାଗାରେ ବାସ୍ତୁ ଦୋଷ ଥିଲେ ସେହି ସ୍ଥାନରେ ଫିଟିକିରି ରଖନ୍ତୁ । ଏହି ଛୋଟ ଫିଟିକିର ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରିପାରିବ। ମନେରଖିବେ ଫିଟିକିରି ପ୍ରତି ମାସରେ ବଦଳେଇବା ଜରୁରୀ।
୨- ଆପଣଙ୍କ ଦେକାନର ମୁଖ୍ୟ ଫାଟକ ଉପରେ ଏକ କଳା ରଙ୍ଗର କପଡାରେ ଫିଟିକିରି ବାନ୍ଧି ଝୁଲାଇ ଦିଅନ୍ତୁ। ଏହା ଆପଣଙ୍କ ଦୋକାନ ଉପରେ ଥିବା ଖରାପ ନଜରରୁ ରକ୍ଷା କରିବ।
୩-ଘର ଉପରେ ନକରାତ୍ମକ ପ୍ରଭାବ ପଡୁଥିଲେ ଗାଧୁଅ। ଘରେ ଏକ ଗିନାରେ ଫିଟିକରି ରଖନ୍ତୁ। ପ୍ରତି ମାସରେ ଫିଟିକିରିକୁ ବଦଳେଇବାକୁ ଯେପରି ନ ଭୁଲନ୍ତି ।