ପରିଶ୍ରମ କରୁଛନ୍ତି, ହେଲେ ଧନ ବଢୁନି ! ଆପଣାନ୍ତୁ ଏସବୁ ଉପାୟ

ଘରେ ସୁଖ ଶାନ୍ତି ସୁରକ୍ଷିତ ରଖିବା ସହ ଧନ ବୃଦ୍ଧି କରିବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ଅନେକ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥାନ୍ତି। ତେବେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳି ନ ଥାଏ। ଯଦି ଆପଣ ମଧ୍ୟ ଆର୍ଥିକ ପୀଡାର ସମ୍ମୁଖୀନ ହେଉଛନ୍ତି, ତେବେ ଜଣିନିଅନ୍ତୁ ଗ୍ରହଦୋଷ ଏପରି କରୁଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ନିରାକାରଣ ବିଧି ରହିଛି। ବିଶ୍ୱାସ କରାଯାଏ ଏହି ଉପାୟ ସବୁକୁ ଆପଣାଇଲେ ଘରେ ସୁଖ  ଶାନ୍ତି ବଜାୟ […]

14-1368513156-kalash-600

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 09:30 AM IST

ଘରେ ସୁଖ ଶାନ୍ତି ସୁରକ୍ଷିତ ରଖିବା ସହ ଧନ ବୃଦ୍ଧି କରିବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ। ଏଥିପାଇଁ ଅନେକ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଥାନ୍ତି। ତେବେ ଅନେକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳି ନ ଥାଏ। ଯଦି ଆପଣ ମଧ୍ୟ ଆର୍ଥିକ ପୀଡାର ସମ୍ମୁଖୀନ ହେଉଛନ୍ତି, ତେବେ ଜଣିନିଅନ୍ତୁ ଗ୍ରହଦୋଷ ଏପରି କରୁଛି। ଜ୍ୟୋତିଷ ଶାସ୍ତ୍ରରେ ଏହାର ନିରାକାରଣ ବିଧି ରହିଛି। ବିଶ୍ୱାସ କରାଯାଏ ଏହି ଉପାୟ ସବୁକୁ ଆପଣାଇଲେ ଘରେ ସୁଖ  ଶାନ୍ତି ବଜାୟ ରହିବ। ଆସନ୍ତୁ ଜାଣିବା ସେ ଉପାୟଗୁଡିକ ସମ୍ପର୍କରେ ।

- ସକାଳୁ  ଉଠି ଘରର ମାଲିକାଣୀ ପ୍ରଥମେ ଏକ ଢାଳରେ ପାଣି ମୁଖ୍ୟ ଦ୍ୱାରରେ ଢାଳିଲେ ଘରେ ମା'ଲକ୍ଷ୍ମୀଙ୍କ ପ୍ରବେଶ ଦ୍ୱାର ଫିଟିଯାଏ।

- ଘରେ ସୁଖ ଶାନ୍ତି ବଜାୟ ରଖିବାକୁ ଚାହୁଁଥିଲେ ପ୍ରତ୍ୟେକ ଅମବାସ୍ୟାରେ ଘରକୁ ଭଲ ଭାବେ ସଫା କରନ୍ତୁ । ଅଦରକାରୀ ଜିନିଷକୁ ବାହାର କରିଦିଅନ୍ତୁ।

- ମାସକୁ ଦୁଇ ଅବା ତିନି ଥର ଘରେ ଝୁଣା ଦିଅନ୍ତୁ।  ଝୁଣାଦେବା ଦ୍ୱାର ଘରେ ରୋଗ ପ୍ରବେଶ କରେ ନାହିଁ।

- କରଜ ବା ଋଣ ସମସ୍ୟା ଥିଲେ ଅବା ଘରର ସଦସ୍ୟ ବେମାରରେ ରହୁଥିଲେ ଘରର ଗୋଟିଏ କୋଣରେ ଲାଲ ବଲ୍‌ବ ଜଳାନ୍ତୁ । ଏହାକୁ ସର୍ବଦା ଜଳାଇ ରଖିଲେ ସମସ୍ୟାର ସମାଧାନ ହେବ।

- ଘରର ଆଲମାରୀକୁ ଉତ୍ତର ଆଡକୁ ମୁହଁ କରି ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ଧନ ବଢିଥାଏ ବୋଲି ବିଶ୍ୱାସ ଅଛି।

- ସନ୍ଧ୍ୟା ସମୟରେ ଏକ ମାଟି ପାତ୍ରରେ ଗାଈ କ୍ଷୀର ରଖି ଛୋଟ ଛୁଆ ମୁଣ୍ଡରେ ସାତ ଥର ଛୁଆନ୍ତୁ। ଏହା ପରେ ଏହି କ୍ଷୀରକୁ ଘର ବାହରେ ଥିବା କୁକୁରକୁ ପିଇବାକୁ ଦେଇଦିଅନ୍ତୁ।

- କୌଣସି କାର୍ଯ୍ୟ ବା ଯାତ୍ରାକୁ ବାହାରିବା ବେଳେ ୪ପାଦ ବିପରୀତ ଦିଗ ଆଡକୁ ଯାଆନ୍ତୁ।  ଏହାପରେ  ନିଜ କାର୍ଯ୍ୟ ଦିଗକୁ ଅଗ୍ରସର ହୁଅନ୍ତୁ । କାର୍ଯ୍ୟରେ ସଫଳତା ମିଳିବ।

Related story