କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି? ସାବଧାନ! ସଂକ୍ରମଣର ଆଶଙ୍କା ରହିଛି

ଆଖି ଖରାପ ହେବା ଏକ ସାଧାରଣ କଥା ହୋଇଗଲାଣି। ଆଖିରେ ସମସ୍ୟା ଦେଖାଗଲେ ଆମେ ଡାକ୍ତରଙ୍କ ପାଖକୁ ଯାଉ। ଡାକ୍ତର ଅନେକଙ୍କୁ ଚଷମା ପିନ୍ଧିବାକୁ ପରାମର୍ଶ ଦିଅନ୍ତି। ଏବେ ତ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଇ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି। ତେବେ କଣ୍ଟାକ୍ଟ ଲେନ୍ସକୁ ଠିକ୍ ଭାବେ ବ୍ୟବହାର କରିବା ନିହାତି ଜରୁରୀ। ନହେଲେ ଆଖି ସଂକ୍ରମିତ ହେବାର ଓ ସମସ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ତା’ହେଲେ ଆସନ୍ତୁ ଜାଣିବା କଣ୍ଟାକ୍ଟ ଲେନ୍ସ ଲଗାଇବା […]

lense

Rakesh Mallick
  • Published: Friday, 17 November 2017
  • , Updated: 17 November 2017, 12:58 PM IST

ଆଖି ଖରାପ ହେବା ଏକ ସାଧାରଣ କଥା ହୋଇଗଲାଣି। ଆଖିରେ ସମସ୍ୟା ଦେଖାଗଲେ ଆମେ ଡାକ୍ତରଙ୍କ ପାଖକୁ ଯାଉ। ଡାକ୍ତର ଅନେକଙ୍କୁ ଚଷମା ପିନ୍ଧିବାକୁ ପରାମର୍ଶ ଦିଅନ୍ତି। ଏବେ ତ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଇ କଣ୍ଟାକ୍ଟ ଲେନ୍ସ ପିନ୍ଧୁଛନ୍ତି। ତେବେ କଣ୍ଟାକ୍ଟ ଲେନ୍ସକୁ ଠିକ୍ ଭାବେ ବ୍ୟବହାର କରିବା ନିହାତି ଜରୁରୀ। ନହେଲେ ଆଖି ସଂକ୍ରମିତ ହେବାର ଓ ସମସ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ତା’ହେଲେ ଆସନ୍ତୁ ଜାଣିବା କଣ୍ଟାକ୍ଟ ଲେନ୍ସ ଲଗାଇବା ବେଳେ କେଉଁ ସବୁ କଥା ପ୍ରତି ଗୁରୁତ୍ୱ ଦେବେ।

- କଣ୍ଟାକ୍ଟ ଲେନ୍ସ ଲଗାଇବା ପୂର୍ବରୁ ହାତକୁ ଭଲ ଭାବେ ସଫା କରି ପୋଛି ଦିଅନ୍ତୁ ଯେପରି ହାତର ମଇଳା ଆଖିରେ ନପହଞ୍ଚେ।

- କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିବା ପୂର୍ବରୁ ସଲ୍ୟୁସନ୍‌ରେ ପକାଇ ଭଲ ଭାବେ ହଲାଇ ଦିଅନ୍ତୁ ଯେପରି ଏହା ଆଖିରେ ଚାପି ନହେବ। ଆଖିରେ ଲେନ୍ସ ଚାପି ହୋଇ ଲାଗୁଥିଲେ ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ। ଏପରି  କଲେ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

- ଲେନ୍ସକୁ ମଝି ଆଙ୍ଗୁଠିରେ ଟିପ ଦେଇ ଲଗାନ୍ତୁ। ଏହାକୁ ଲଗାଇଗା ସମୟରେ ହାତ ଡ୍ରାଏ ରହିବା ଜରୁରୀ।

- ଗୋଟିଏ ଆଙ୍ଗୁଠିରେ ଆଖିର ଉପର ପତା ଉଠାଇ ତଳ ପତାରେ କଣ୍ଟାକ୍ଟ ଲେନ୍ସକୁ ଲଗାନ୍ତୁ।

- କଣ୍ଟାକ୍ଟ ଲେନ୍ସ ଲଗାଇବା ପରେ ଆଖିକୁ କିଛି ସମୟ ବନ୍ଦ କରି ଗୋଲ ଗୋଲ ଘୁରାନ୍ତୁ ଏବଂ ପତା ପକାନ୍ତୁ ଯେପରି ଲେନ୍ସଟି ଆଖିରେ ଭଲ ଭାବେ ସେଟ୍‌ ହୋଇଯିବ।

- ଲେନ୍ସ ଲଗାଇବା ପରେ ନିଶ୍ଚିତ କରନ୍ତୁ ଯେପରି ଏହା ଆଖିର ମଝି ଭାଗରେ ଠିକ୍‌ରେ ଲାଗିଥିବ ଏବଂ ଆପଣଙ୍କୁ ସବୁ କ୍ଲିଅର ଦେଖାଯାଉଥିବ।

Related story