ପ୍ରେମରେ ପଡ଼ିବା ପରେ... ଜାଣନ୍ତୁ କେମିତି ବଦଳିଯାଏ ଝିଅଙ୍କ ଅଭ୍ୟାସ !

ପ୍ରେମ ଏକ ଭାବନାକୁ ବୁଝାଏ ଯାହା ବ୍ୟକ୍ତିତ୍ୱକୁ ବଦଳାଇ ଥାଏ। ଆଜିକାଲି ଯୁଗରେ ପ୍ରକୃତ ପ୍ରେମ ପାଇବା କଠିନ ହେଲେ ମଧ୍ୟ କିଛି ଲୋକ ଏପରି ଅଛନ୍ତି ଯାହାକୁ  ଆଧୁନିକ ଯୁଗରେ ବି ପ୍ରକୁତ ପ୍ରେମ ମିଳିପାରିଛି। ଦେଖାଯାଇଛି ପ୍ରେମରେ ପଡିବା ପରେ ଖାସ୍ କରି  ମହିଳା ମାନଙ୍କ ସ୍ୱଭାବରେ  ପରିବର୍ତ୍ତନ  ଦେଖାଯାଇଥାଏ। ଆସନ୍ତୁ ଜାଣିବା ପ୍ରେମରେ ପଡିବା ପରେ ମହିଳା ମାନଙ୍କ ବଦଳୁଥିବା ସ୍ୱଭାବ ବିଷୟରେ। ୧. ପ୍ରେମରେ ପଡ଼ିବା ପରେ ଝିଅମାନେ ପ୍ରଥମେ ନିଜ […]

love

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 02:36 PM IST

ପ୍ରେମ ଏକ ଭାବନାକୁ ବୁଝାଏ ଯାହା ବ୍ୟକ୍ତିତ୍ୱକୁ ବଦଳାଇ ଥାଏ। ଆଜିକାଲି ଯୁଗରେ ପ୍ରକୃତ ପ୍ରେମ ପାଇବା କଠିନ ହେଲେ ମଧ୍ୟ କିଛି ଲୋକ ଏପରି ଅଛନ୍ତି ଯାହାକୁ  ଆଧୁନିକ ଯୁଗରେ ବି ପ୍ରକୁତ ପ୍ରେମ ମିଳିପାରିଛି। ଦେଖାଯାଇଛି ପ୍ରେମରେ ପଡିବା ପରେ ଖାସ୍ କରି  ମହିଳା ମାନଙ୍କ ସ୍ୱଭାବରେ  ପରିବର୍ତ୍ତନ  ଦେଖାଯାଇଥାଏ। ଆସନ୍ତୁ ଜାଣିବା ପ୍ରେମରେ ପଡିବା ପରେ ମହିଳା ମାନଙ୍କ ବଦଳୁଥିବା ସ୍ୱଭାବ ବିଷୟରେ।

୧. ପ୍ରେମରେ ପଡ଼ିବା ପରେ ଝିଅମାନେ ପ୍ରଥମେ ନିଜ ଫୋନ୍ ପାସୱାର୍ଡ ବଦଳେଇ ଦିଅନ୍ତି। ଅଧିକାଂଶ ଝିଅ ତାଙ୍କ ପ୍ରେମିକଙ୍କ ନାଁରେ ହିଁ ପାସଓ୍ୱାର୍ଡ ରଖିଥାନ୍ତି। ପ୍ରେମରେ ପଡ଼ିଲା ପରେ ଝିଅମାନେ ନିଜ ଫୋନ୍ ଆଉ କାହା ହାତକୁ ଦେବାକୁ ଚାହାଁନ୍ତି ନାହିଁ।

୨. ପ୍ରେମରେ ପଡ଼ିବା ପରେ ଝିଅଙ୍କୁ ରାତିଦିନର ଫରକ କମ୍ ଜଣାପଡ଼େ। ଅଧିକାଂଶ ଚାହାଁନ୍ତି, ସାରା ରାତି ନିଜ ପ୍ରେମିକଙ୍କ ସହ କଥା ହେବେ। ସେହିପରି ଅଧିକାଂଶ ଝିଅ, ବୟଫ୍ରେଣ୍ଡ ସହ ଗୋଟିଏ ଦିନ ମଧ୍ୟ କଥା ନହୋଇ ରହିପାରନ୍ତି ନାହିଁ।

୩. ପ୍ରେମରେ ପଡ଼ିଥିବା ଝିଅ ନିଜକୁ ଅଧିକ ସୁନ୍ଦର ରଖିବାକୁ ଚାହେଁ। ତେଣୁ ସେ ନିଜର ସାଜସଜ୍ଜା ଓ ମେକପ୍ ଉପରେ ଗୁରୁତ୍ୱ ଦେଇଥାଏ। କହିବାକୁ ଗଲେ, ପ୍ରେମରେ ପଡ଼ିଥିବା ଝିଅଟିର ଅଧିକାଂଶ ସମୟ ଦର୍ପଣ ଆଗରେ ହିଁ କଟିଥାଏ।

୪. ପ୍ରେମରେ ପଡ଼ିଥିବା ଝିଅ ସବୁବେଳେ ରୋମାଣ୍ଟିକ ମୁଡ୍‌ରେ ରହିବାକୁ ପସନ୍ଦ କରେ। ତେଣୁ ସେ ଅଧିକାଂଶ ସମୟ ପ୍ରେମ ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାଏ। କେବଳ ସେତିକି ନୁହେଁ, ପ୍ରତି ଗୀତ ସହ ସେ ନିଜକୁ ଓ ନିଜ ପ୍ରେମିକକୁ ଯୋଡ଼ି କଳ୍ପନା କରିବାକୁ ଚେଷ୍ଟା କରିଥାଏ।

୫. ପ୍ରେମରେ ପଡ଼ିଥିବା ଝିଅ ନିଜର ଗେଟ୍‌ଅପ୍ ସବୁବେଳେ ବଦଳେଇବାକୁ ଚାହିଁଥାଏ। ନୂଆ ନୂଆ ଡ୍ରେସ୍ ପିନ୍ଧିବା। କିଛି ନୂଆ ଷ୍ଟାଇଲ୍ ଫ୍ୟାସନେବଲ୍ ଜିନିଷ ଆସିଲେ କିଣି ଆଣି ବ୍ୟବହାର କରିବାକୁ ସେ ପସନ୍ଦ କରିଥାଏ।

Related story