ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଜିକାଲି ଲୋକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ଏହି ସବୁ ଖାଦ୍ୟ ଶରୀରର ଇମ୍ୟୁନିଟି ସିଷ୍ଟମ୍କୁ ଦୁର୍ବଳ କରିବା ସହିତ ଶରୀରର କ୍ଷତି କରିଥାଏ। ଏସବୁ ସମସ୍ୟାରୁ ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣ ‘ଯଅ’ କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତୁ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ। ଯଅ ରେ ଫାଇବର୍, ଭିଟାମିନ୍, ମିନେରାଲ୍ସ୍ ଏବଂ ଅନେକ ପୋଷକ ତତ୍ତ୍ୱ ରହିଛି।
ଏହା ବ୍ୟତୀତ ଯଦି ଯଅ ପାଣି ଆପଣଙ୍କ ଶରୀରକୁ ହାଇଡ୍ରେଟ୍ କରି ରଖିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥ ନଷ୍ଟ ହୋଇ ଯାଇଥାଏ।
ଏଥିରେ ଫ୍ୟାଟ୍ ଓ ସୁଗାର୍ କମ୍ ମାତ୍ରାରେ ରହିଛି।
ଏଥିରେ ଥିବା ସାଲ୍ୟୁବଲ୍ ଫାଇବର୍ ପାକସ୍ଥଳୀରେ ଫ୍ୟାଟ୍କୁ ଏକତ୍ରିତ ହେବାକୁ ଦେଇନଥାଏ। ସେଥିପାଇଁ ପ୍ରତିଦିନ ଦୁଇରୁ ତିନି ଗ୍ଲାସ୍ ଯଅ ପାଣି ପିଇଲେ ଶରୀରର ଓଜନ ବଢ଼ିବ ନାହିଁ।
ଯଅରେ ଥିବା ଭିଟାମିନ୍, ମିନେରାଲସ୍ ଏବଂ କ୍ୟାଲ୍ସିୟମ୍ ହାଡ଼କୁ ମଜବୁତ୍ କରିଥାଏ। ଏହାକୁ ଖାଇବା ଦ୍ୱାରା ଅଷ୍ଟିଓପୋରୋସିସ୍ ହେବାର ଆଶଙ୍କା କମ୍ ଥାଏ। ଯଅରେ କ୍ଷୀର ତୁଳନାରେ ୧୧ ଗୁଣା ଅଧିକ କ୍ୟାଲ୍ସିୟମ୍ ରହିଛି।
ଯଅ ଶରୀରରେ ବ୍ଲଡ୍ ପ୍ରେସର୍ ଏବଂ କୋଲେଷ୍ଟ୍ରଲ୍ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ଅଧିକ ପରିମାଣରେ ଯଅ ଖାଇଲେ ହୃଦ୍ଘାତ ହେବାର ଆଶଙ୍କା କମ୍ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏହା ସହିତ ଯଅ ଖାଇବା ଦ୍ୱାରା ୟୁରିନ୍ ଇନ୍ଫେକ୍ସନ୍ ମଧ୍ୟ ହୋଇ ନ ଥାଏ।