ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀର ପାଇଁ ନଡ଼ିଆ ତେଲ ଖୁବ୍ ଉପକାରୀ। କାହିଁ କେତେ କାଳରୁ, ଶରୀରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନଡ଼ିଆ ତେଲକୁ ବ୍ୟବହାର କରାଯାଉଛି। ଶରୀର ସହ ତ୍ୱଚାର ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ନଡ଼ିଆତେଲ ବ୍ୟବହାର କରାଯାଏ।
ନଡ଼ିଆ ତେଲ ତ୍ୱଚା ପାଇଁ ପ୍ରାକୃତିକ ମଶ୍ଚରାଇଜର୍ ଭାବେ କାମ କରିଥାଏ। ଏହା ରୁକ୍ଷତାକୁ ହଟାଇ ତ୍ୱଚାରେ ଚମକ ଆଣିଥାଏ। ଏହାର ପ୍ରୟୋଗ ଦ୍ୱାରା ଚର୍ମ ରୋଗ, ଡର୍ମେଟାଇଟିସ୍, ଏକ୍ଜିମା ଓ ଜଳି ଯାଇଥିବା ତ୍ୱଚାରୁ ସୁରକ୍ଷା ମିଳିଥାଏ। ନଡ଼ିଆ ତେଲ, ଷ୍ଟ୍ରେଚ୍ ମାର୍କ ହଟାଇବାରେ ସାହାଯ୍ୟ କରିଥାଏ। ଆଜି ଆମେ ନଡିଆ ତେଲକୁ ବ୍ୟବହାର କରି କିପରି ସୌନ୍ଦର୍ଯ୍ୟ ବୃଦ୍ଧି କରିହେବ ତାହା ଜାଣିବା।
୧) ଚେହେରାରେ ବାରମ୍ବାର ନଡିଆ ତେଲ ଘଷିଲେ କ୍ଷତ ଚିହ୍ନ ମଧ୍ୟ ଦୂରେଇ ଯାଏ । କେବଳ ଏତିକି ନୁହେଁ ଖରାରୁ ଆସି ତ୍ୱଚାରେ ନଡ଼ିଆତେଲ ଲଗାଇଲେ ସନବର୍ଣ୍ଣ ମଧ୍ୟ ଭଲ ହୋଇଯାଏ।
୨) ଏଥିରେ ଆଣ୍ଟି-ଏଜିଙ୍ଗର ଗୁଣ ଥାଏ । ତେଲର କିଛି ବୁନ୍ଦା ନେଇ ଆଖି ପାଖରେ ମସାଜ୍ କରନ୍ତୁ। କିଛିଦିନର ବ୍ୟବହାର ପରେ ଡାର୍କ ସର୍କଲ ଏବଂ କୁଞ୍ଚପଣ ଦୂରେଇ ଯାଇଥାଏ।
୪) ଚିନିରେ କିଛି ବୁନ୍ଦା ନଡିଆ ତେଲ ପକାଇ ସ୍କ୍ରବ୍ ଭଳି ବ୍ୟବହାର କରନ୍ତୁ, ଯାହାଦ୍ୱାରା ଡେଡ୍ ସ୍କିନ୍ ଏବଂ ଟାନିଙ୍ଗ୍ ସମସ୍ୟା ମଧ୍ୟ ଦୂର ହେବ।
୫) ଝାଳରୁ ହେଉଥିବା ଘିମିରି ସମସ୍ୟା ମଧ୍ୟ ଏଥିଯୋଗୁଁ ଦୂର ହୋଇଥାଏ। କୁଣ୍ଡିଆ ସମସ୍ୟା ଥିଲେ ମଧ୍ୟ ଏହି ତେଲକୁ ବ୍ୟବହାର କରି ଆପଣ ଉପସମ ପାଇପାରିବେ
୭) ଫଟା ଗୋଇଠି ଏବଂ ପାଦକୁ ସୁନ୍ଦର କରିବା ପାଇଁ ନଡିଆ ତେଲର ବ୍ୟବହାର ସର୍ବୋକୃଷ୍ଟ ଅଟେ। ଏଥିପାଇଁ ତେଲରେ ଚିମୁଟାଏ ହଳଦୀ ମଧ୍ୟ ପକାଇ ପାରିବେ। ଫଟା ଓଠ ପାଇଁ ମଧ୍ୟ ନଡିଆ ତେଲ ଭଲ କାମ କରେ ।