ଶୀତ ଦିନେ ଅଧିକ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ

ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ । ଗରମ ଦିନ ତୁଳନାରେ ଶୀତ ଦିନେ ସାଧାରଣତଃ ଶରୀରରୁ କମ ଝାଳ ବୁହେ । ଶୋଷ କମ ହେବା ଯୋଗୁଁ ପାଣି ପଇବା ମଧ୍ୟ କମିଯାଏ । ଫଳରେ ତ୍ୱଚା ଶୁସ୍କ ହେବା ଭଳି ଅନେକ ସମସ୍ୟା ଦେଖାଯାଏ, ଯାହାକୁ ସହଜରେ ଜାଣି ହୁଏ ନାହିଁ । ତେଣୁ ଶୀତ ଦନେ ପର୍ଯ୍ୟାପ୍ତମାତ୍ରାରେ ପାଣି ପିଇବା ଉଚିତ । ତେବେ […]

drink-water

Madhupriya Mistry
  • Published: Sunday, 20 December 2020
  • , Updated: 08 February 2021, 01:07 PM IST

ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ । ଗରମ ଦିନ ତୁଳନାରେ ଶୀତ ଦିନେ ସାଧାରଣତଃ ଶରୀରରୁ କମ ଝାଳ ବୁହେ । ଶୋଷ କମ ହେବା ଯୋଗୁଁ ପାଣି ପଇବା ମଧ୍ୟ କମିଯାଏ । ଫଳରେ ତ୍ୱଚା ଶୁସ୍କ ହେବା ଭଳି ଅନେକ ସମସ୍ୟା ଦେଖାଯାଏ, ଯାହାକୁ ସହଜରେ ଜାଣି ହୁଏ ନାହିଁ । ତେଣୁ ଶୀତ ଦନେ ପର୍ଯ୍ୟାପ୍ତମାତ୍ରାରେ ପାଣି ପିଇବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ଦିନେ ଅଧିକ ପାଣି ପିଇଲେ ଶରୀରକୁ କ’ଣ ସବୁ ଫାଇଦା ମିଳେ ।

  • ଶୀତ ଦିନେ ଥଣ୍ଡା ପବନ ବହିବା ଯୋଗୁଁ ଶରୀରକୁ ଗରମ ରଖିବା ପାଇଁ ସ୍ୱେଟର ତଥା ଗରମ ପୋଷାକ ପିନ୍ଧିବାକୁ ପଡେ । ଫଳରେ ପେଟ ଗରମ ହୋଇ ଡିହାଇଡ୍ରେସନ ସମସ୍ୟା ଉତ୍ପନ ହୁଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯେତେ ସମ୍ଭବ ସେତେ ଅଧିକ ପାଣି ପିଇବା ଉଚିତ। ଫଳରେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟା ଉତ୍ପନ୍ନ ହୁଏ ନାହିଁ ।
  • ଶୀତ ଦିନେ ଓଜନ କମ କରିବା ସବୁଠାରୁ କଷ୍ଟକର । କାରଣ ଏହି ଦିନ ଆମେ ବହୁତ କମ ପାଣି ପିଇଥାଉ । ତେଣୁ ନିଜକୁ ହାଇଡ୍ରେଟ ରଖିବା ପାଇଁ ଅଧିକ ପାଣି ପିଇବା ଉଚିତ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଓଜନ ମଧ୍ୟ କମ୍ ହୋଇଥାଏ ।
  • ଶୀତ ଦିନେ ତ୍ୱଚାରେ ଡ୍ରାଏନେସ ଭଳି ସମସ୍ୟା ଦେଖାଯାଏ । ମୁହଁ ଫାଟିବା ସହ ଶୁଖିଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବାରମ୍ବାର ପାଣି ପିଅନ୍ତୁ । ବାରମ୍ବାର ପାଣି ପିଇବା ଦ୍ୱାରା ଶରୀରରେ ଥିବା ମଇଳା ଅଂଶ ସବୁ ବାହରିଯାଇଥାଏ । ଫଳରେ ତ୍ୱଚା ଉଜ୍ଜଳ ଏବଂ ସୁସ୍ଥ ରହିଥାଏ । ଏଥିସହ ୟୁମ୍ୟୁନ ସିଷ୍ଟମ ମଧ୍ୟ ସଫା ହୋଇଯାଇଥାଏ ।
  • ଶୀତ ହେଉ ଅବା ଗ୍ରୀଷ୍ମ । ଉଭୟ ଋତୁରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇରହେ। କେବଳ ସେତିକି ନୁହେଁ ଶୀତଦିନେ ପାଣି ପିଇବା ଦ୍ୱାରା ଥଣ୍ଡା ମଧ୍ୟ ଅନୁଭୁତ ହୁଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ସାଧାରଣତଃ ଶୀତ ଦିନେ ଥଣ୍ଡା ଏବଂ ଶୁସ୍କ ପବନ ବହିବା ଯୋଗୁଁ ଆମକୁ ଅଧିକ ଅଳସୁଆ ଅନୁଭବ ହୁଏ। ଏଭଳି ସମୟରେ ଯଦି ଆପଣ ପର୍ଯ୍ୟାପ୍ତ ପାଣି ପିଇବେ ତେବେ ଆପଣଙ୍କୁ ଫୁର୍ତ୍ତି ଲାଗିବା ସହ ସତେଜତା ମଧ୍ୟ ଅନୁଭବ କରିବେ । ଆପଣ ଚାହିଁଲେ ଅଧିକ ପାଣିଯୁକ୍ତ ଫଳ ମଧ୍ୟ ଖାଇପାରିବେ ।
  • ଶୀତ ଦିନେ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ହୁଏ ନାହିଁ । ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ଦିନ ନିଶା ଦ୍ରବ୍ୟ ବା କ୍ୟାଫିନ ଜାତୀୟ ଦ୍ରବ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ । ନଚେତ ଡିହାଇଡ୍ରେଟ ଭଳି ସମସ୍ୟା ଦେଖାଦେଇପାରେ।

Related story