k2
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋତୁ ପରିବର୍ତ୍ତନ ଅନୁଯାୟୀ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପାନୀୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି କ୍ରମରେ ଅନେକ ଲୋକ ଶୀତଦିନେ ଡାଏଟ୍ରେ ଖଜୁରୀକୁ ସାମିଲ କରନ୍ତି। କାରଣ ବିଶେଷଜ୍ଞଙ୍କ କହିବା ଅନୁସାରେ ଖଜୁରୀ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ। ତା’ସହିତ ଏଥିରୁ ଆହୁରି ଅନେକ ଫାଇଦା ମିଳିଥାଏ। ତା’ହେଲେ ଆସନ୍ତୁ ଜାଣିବା ଶୀତଦିନେ ଖଜୁରୀ ଖାଇଲେ ଶରୀରକୁ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ।
୧. ଶୀତଦିନେ ଥଣ୍ତାକାଶ ପରି ସମସ୍ୟା ଦେଖା ଦେଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଗୋଟିଏ ଗ୍ଲାସ ପାଣିରେ ୫ ରୁ ୬ଟି ଖଜୁରୀ, ୫ଟି ଗୋଲମରିଚ, ଗୋଟିଏ ଗୁଜୁରାତି ଓ ଏକ ଚାମଚ ଘିଅ ପକାଇ ସିଝାଇ ଦିଅନ୍ତୁ। ଏହି ମିଶ୍ରଣକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏପରି କଲେ ଥଣ୍ଡାଜ୍ୱର ଭଲ ହୋଇଥାଏ। ଏହା ସହ ଖଜୁରୀ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
୨. ବୟସ୍କ ଲୋକଙ୍କ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଖଜୁରୀ ଲାଭଦାୟକ। ଖଜୁରୀ ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ।
/odisha-reporter/media/post_attachments/wp-content/uploads/2020/02/k1.jpg)
୩. ଖଜୁରୀରେ ପ୍ରୋଟିନ୍ ଓ ଫାଇବର୍ ପ୍ରଚୁର ମାତ୍ରାରେ ରହିଛି। ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ୨ରୁ ୩ଟି ଖଜୁରୀକୁ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ଖା’ନ୍ତୁ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
୪. ଖଜୁରୀ ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ। କ୍ଷୀରରେ ୩ ରୁ୪ଟି ଖଜୁରୀ ପକାଇ ସିଝାନ୍ତୁ। ପରେ ଏହାକୁ ପିଅନ୍ତୁ। ସକାଳେ ଓ ସନ୍ଧ୍ୟାରେ ଏଭଳି ଭାବେ ଖଜୁରୀ ମିଶା କ୍ଷୀର ପିଇଲେ ବ୍ଲଡ୍ ପ୍ରେସର ସମସ୍ୟା ମଧ୍ୟ କମ୍ ହୋଇଥାଏ।
୫. ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତା’ହେଲେ ପ୍ରତିଦିନ ଖଜୁରୀ ଖା’ନ୍ତୁ।
୬. ପତଳା ଲୋକ ମୋଟା ହେବାକୁ ଚାହୁଁଥିଲେ, ଖଜୁରୀ ଖାଇବା ଅଭ୍ୟାସ କରନ୍ତୁ। ଓଜନ ବୃଦ୍ଧି କରିବାରେ ଖଜୁରୀ ସାହାଯ୍ୟ କରିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/k2.jpg)