ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଥଣ୍ଡା ପାଣି ଆମ ଶରୀରର ଶୋଷ ମେଣ୍ଟାଏ। ଆଉ ଗରମ ପାଣି ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଗରମ ପାଣି ପିଇବା ଦ୍ଵାରା ଶରୀରରେ ଥିବା ସବୁ ବ୍ୟାକ୍ଟେରିଆ ବାହାରକୁ ବାହାରି ଯାଏ କିମ୍ବା ମରିଯାଏ । କହିବାକୁ ଗଲେ ଗରମ ପାଣି ପିଇବା ଦ୍ଵାରା ଶରୀରର ଥିବା ଚର୍ବି ମଧ୍ୟ କମି ଯାଏ ଏବଂ ମଣିଷ ଫିଟ ରହିଥାଏ। ପ୍ରାୟ ଅନେକ ଲୋକ ଫିଟ୍ ରହିବାକୁ ସକାଳେ ଗରମ ପାଣି ପିଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ଅଧିକ ଲାଭ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ରାତିରେ ଗରମ ପାଣି ପିଇବା ଦ୍ଵାରା କ’ଣ ଲାଭ ହୋଇଥାଏ।
୧) କୋଷ୍ଠ କାଠିନ୍ୟ: ସବୁଦିନ ରାତ୍ରି ଭୋଜନର ଅଧ ଘଣ୍ଟା ପରେ ଗୋଟିଏ ଗ୍ଳାସ ଗରମ ପାଣି ପିଇବା ଦ୍ଵାରା ଆପଣଙ୍କର କୋଷ୍ଠ କାଠିନ୍ୟ ବା କବ୍ଜ ସମସ୍ୟା ଦୂର ହୋଇଯାଏ। ଏହା ଆପଣଙ୍କର ପାଚନ ତନ୍ତ୍ର ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
୨) ହୃଦୟକୁ ସ୍ଵସ୍ଥ ରଖେ: ହୃଦ୍ ରୋଗୀ ସବୁଦିନ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଭଲ। ଏହାଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହ ହୃଦ୍ଘାତର ଆଶଙ୍କା ଅନେକ ପରିମାଣରେ କମିଯାଏ।
୪) ପେଟରେ ପଥର ସମସ୍ୟା: ଯଦି ଆପଣଙ୍କର ପେଟରେ ପଥର ସମସ୍ୟା ଅଛି ତେବେ ଆପଣ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଗରମ ପାଣି ପିଇଲେ ଏଥିରୁ ଶୀଘ୍ର ଉପଶମ ପାଇ ପାରିବେ।
୬) ଗୋଡ଼ର ଦରଜ: ଯଦି ଆପଣଙ୍କ ଗୋଡ଼ ଅଳ୍ପ ଚାଲିଲେ ମଧ୍ୟ ଦରଜ ହେଉଛି କି ଫୁଲି ଯାଉଛି ତେବେ ଉଷୁମ ପାଣି ଏହାର ଏକ ଭଲ ଉପଚାର। ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ଶୁଅନ୍ତୁ ଦେଖିବେ ପରଦିନ ଆପଣଙ୍କ ଗୋଡ଼ ଦରଜ କମିଯିବ।