ରୋଗକୁ ବାଏ ବାଏ କରେ ହଳଦୀ; ପଢ଼ିନିଅନ୍ତୁ ପୂରା ରିପୋର୍ଟ 

ଘରେ ପ୍ରତିଦିନ ଆମେ ହଳଦୀ ବ୍ୟବହାର କରିଥାଉ। ହଳଦୀ କେବଳ ସ୍ୱାସ୍ଥ୍ୟକର ନୁହେଁ ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଏ।  ଆସନ୍ତୁ ଜାଣିବା ଆଣ୍ଟିଅକ୍ସାଇଡ୍‌ରେ ଭରପୂର ଥିବା ହଳଦୀ ଖାଇଲେ କ’ଣ ସବୁ ଫାଇଦା ମିଳେ। ହଳଦୀ ଖାଇବା ଦ୍ୱାରା କାଶରୁ ମୁକ୍ତି ମିଳେ। ହଳଦୀ ଗଣ୍ଠିକୁ ପ୍ରତିଦିନ ଚାଟିଲେ କାଶ ସମସ୍ୟା ଦୂର ହୁଏ। ସର୍ଦି ଓ ଜ୍ୱରରୁ ଆରାମ ଦିଏ ହଳଦୀ। ସର୍ଦି ହୋଇଥିଲେ ସାଧାରଣତଃ ନାକ ବନ୍ଦ ହୋଇଯାଏ। ସେତେବେଳେ ହଳଦୀ, ମହୁ ଓ […]

tumeric

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 10:25 AM IST

ଘରେ ପ୍ରତିଦିନ ଆମେ ହଳଦୀ ବ୍ୟବହାର କରିଥାଉ। ହଳଦୀ କେବଳ ସ୍ୱାସ୍ଥ୍ୟକର ନୁହେଁ ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଏ।  ଆସନ୍ତୁ ଜାଣିବା ଆଣ୍ଟିଅକ୍ସାଇଡ୍‌ରେ ଭରପୂର ଥିବା ହଳଦୀ ଖାଇଲେ କ’ଣ ସବୁ ଫାଇଦା ମିଳେ।

  • ହଳଦୀ ଖାଇବା ଦ୍ୱାରା କାଶରୁ ମୁକ୍ତି ମିଳେ। ହଳଦୀ ଗଣ୍ଠିକୁ ପ୍ରତିଦିନ ଚାଟିଲେ କାଶ ସମସ୍ୟା ଦୂର ହୁଏ।
  • ସର୍ଦି ଓ ଜ୍ୱରରୁ ଆରାମ ଦିଏ ହଳଦୀ। ସର୍ଦି ହୋଇଥିଲେ ସାଧାରଣତଃ ନାକ ବନ୍ଦ ହୋଇଯାଏ। ସେତେବେଳେ ହଳଦୀ, ମହୁ ଓ ଗୋଲମରିଚ ମିଶାଇ ସେବନ କରନ୍ତୁ।
  • ହଳଦୀ ସଂପୂର୍ଣ୍ଣ ଭାବେ ଆଣ୍ଟିବାୟୋଟିକ୍ ହୋଇଥାଏ। ହଳଦୀ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଏ। ଫଳରେ କୌଣସି ରୋଗ ହେବାର ଆଶଙ୍କା କମ୍‌ ଥାଏ।
  • ହଳଦୀକୁ କ୍ଷୀରରେ ମିଶାଇ ପିଇଲେ ଶ୍ୱାସ ସଂପର୍କିତ ରୋଗ ଯେମିତିକି ସାଇନସ୍‌, ବ୍ରୋନ୍‌କାଇଟିସ୍‌ ଓ ଜମି ରହିଥିବା କଫ ଭଳି ସମସ୍ୟା ଦୂର ହୁଏ।
  • ହଳଦୀ ମିଶା କ୍ଷୀର ପିଇଲେ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳେ। ଏହା ସହିତ ମାଂସପେଶୀ ଭଲ ରହେ।
  • ହଳଦୀକୁ ବାଟି ଶରୀରର କ୍ଷତ ସ୍ଥାନରେ ଲଗାଇଲେ ଘା’ ଶୀଘ୍ର ଭଲ ହୋଇଯାଏ। ସଂକ୍ରମଣ ବି ଭଲ ହୋଇଯାଏ।
  • ଆଖୁରସରେ ହଳଦୀ ମିଶାଇ ପିଇଲେ ଆଖି ତଳେ ହେଉଥିବା କଳାଦାଗ ସମସ୍ୟା ଦୂରେଇ ଯାଏ।
  • ମଧୁମେହ ରୋଗୀ ସବୁଦିନେ ହଳଦୀ ସେବନ କରିବା ଉଚିତ।

ରିପୋର୍ଟ ଓ ଫଟୋ- ଏବିପି ନ୍ୟୁଜ୍‌

 

Related story