ବାର୍ଥ ଡେ କେକ୍‌ରେ କ୍ୟାଣ୍ଡେଲ୍‌ ଲଗାଇ ଫୁଙ୍କୁଛନ୍ତି କି? ହୋଇପାରେ ବ୍ୟାକ୍ଟେରିଆ ସଂକ୍ରମଣ

ଆଧୁନିକତାର ଚାକଚକ୍ୟ ଭିତରେ ଆମେ ନିଜର ପରମ୍ପରାକୁ ଭୁଲି ଗଲେଣି। ଜନ୍ମ ଦିନ ହେଉ ଅବା ଯେକୌଣସି ଉତ୍ସବ ପାଳନ କରିବା ସମୟରେ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛେ। ଜନ୍ମ ଦିନ ପାଳନ ବେଳେ ଆମେ କେକ୍‌ ଉପରେ ମହମବତୀ ଲଗାଇ ଫୁଙ୍କି ଲିଭାଉଛନ୍ତି ଓ ତା’ପରେ କେକ୍‌ କାଟୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଆମେ ମହମବତୀ ଲିଭାଇବା ସମୟରେ କେକ୍‌ ବ୍ୟାକ୍ଟେରିଆରେ ଭର୍ତ୍ତି ହୋଇଯାଏ। ଏ କଥା ଆମେ କହୁନୁ, ନିକଟରେ ବୈଜ୍ଞାନିକମାନେ ଏହି ଦାବି […]

cake1

Rakesh Mallick
  • Published: Monday, 14 August 2017
  • , Updated: 14 August 2017, 12:00 PM IST

ଆଧୁନିକତାର ଚାକଚକ୍ୟ ଭିତରେ ଆମେ ନିଜର ପରମ୍ପରାକୁ ଭୁଲି ଗଲେଣି। ଜନ୍ମ ଦିନ ହେଉ ଅବା ଯେକୌଣସି ଉତ୍ସବ ପାଳନ କରିବା ସମୟରେ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛେ। ଜନ୍ମ ଦିନ ପାଳନ ବେଳେ ଆମେ କେକ୍‌ ଉପରେ ମହମବତୀ ଲଗାଇ ଫୁଙ୍କି ଲିଭାଉଛନ୍ତି ଓ ତା’ପରେ କେକ୍‌ କାଟୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି ଆମେ ମହମବତୀ ଲିଭାଇବା ସମୟରେ କେକ୍‌ ବ୍ୟାକ୍ଟେରିଆରେ ଭର୍ତ୍ତି ହୋଇଯାଏ। ଏ କଥା ଆମେ କହୁନୁ, ନିକଟରେ ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି।

ଆମେରିକାର କ୍ଲେମ୍‌ସନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି,“ଜନ୍ମଦିନ କେକ୍‌ରେ ଲାଗିଥିବା ମହମବତୀ ଲିଭାଇବା ସମୟରେ କେକ୍‌ ଉପରେ ଛେପ ପଡ଼ିଥାଏ। ଫଳରେ କେକ୍‌ ଉପରେ ୧୪୦୦ ପ୍ରତିଶତ ବ୍ୟାକ୍ଟେରିଆ ବଢି ଯାଇଥାଏ।”

‘ଜର୍ନାଲ ଅଫ୍ ଫୁଡ୍‌ ରିସର୍ଚ୍ଚ’ରେ ପ୍ରକାଶିତ ହୋଇଥିବା ଏହି ଗବେଷଣାର ରିପୋର୍ଟରେ ଗବେଷକମାନେ କହିଛନ୍ତି,“ ଜନ୍ମଦିନରେ ମହମବତୀକୁ ଫୁଙ୍କି ଲିଭାଇବାର ପରମ୍ପରା କେଉଁଠୁ ଆରମ୍ଭ ହେଲା ତାହାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି।  କେତେକଙ୍କ ମତରେ ଏହି ପରମ୍ପରା ପ୍ରାଚୀନ ଗ୍ରୀସ୍‌ରେ ଆରମ୍ଭ ହୋଇଥିଲା। ଏପରି ପରମ୍ପରାର କାହିଁକି ଆରମ୍ଭ ହେଲା ସେ ନେଇ ବି ଭିନ୍ନ ଭିନ୍ନ କଥା ରହିଛି। ସେଥିରୁ ଗୋଟିଏ ହେଉଛି ନିଆଁ ଲିଭାଇବା ପରେ ମହମବତୀରୁ ବାହାରୁ ଥିବା ଧୂଆଁ ଲୋକଙ୍କ ମନର କଥା ଓ ପ୍ରାର୍ଥନାକୁ ସିଧାସଳଖ ଭଗବାନଙ୍କ ପାଖରେ ପହଞ୍ଚାଇଥାଏ।”

ଗବେଷକଙ୍କ ମତରେ ମଣିଷରେ ନିଶ୍ୱାସ,“ମଣିଷ ପାଟି ବ୍ୟାକ୍ଟେରିଆରେ ପରିପୂର୍ଣ୍ଣ ହୋଇଥାଏ। ହେଲେ ଏଥିରୁ ଅନେକ ବ୍ୟାକ୍ଟେରିଆ ହାନିକାରକ ହୋଇନଥାଆନ୍ତି। ଯଦି କୌଣସି ଅସୁସ୍ଥ ବ୍ୟକ୍ତି ମହମବତୀ ଲିଭାଉଥାଆନ୍ତି, ତା’ହେଲେ ସେହି କେକ୍‌ ଖାଆନ୍ତୁ ନାହିଁ।”

Related story