Advertisment

ବିଶ୍ୱ ଆଲଜିମର୍ସ ଦିବସ: ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଆଲଜିମର୍ସ

ଭୁବନେଶ୍ୱର: ଆଲଜିମର୍ସ ଏବେ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ରୋଗ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଥାଏ। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସମ୍ପକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ। ଫଳରେ ସେ କିଛି ମନେ ରଖିପାରି ନଥାନ୍ତି। ଏ ସମ୍ପର୍କରେ ଜନସାଧରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ୱର ୨୧ ତାରିଖକୁ  ବିଶ୍ୱ ଆଲଜିମର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ୟୁଏଚଓ) ପକ୍ଷରୁ […]

ଅଦ୍ୟତନ ହୋଇଛି
ବିଶ୍ୱ ଆଲଜିମର୍ସ ଦିବସ: ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଆଲଜିମର୍ସ

health

Advertisment

ଭୁବନେଶ୍ୱର: ଆଲଜିମର୍ସ ଏବେ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ରୋଗ ବୟସ୍କ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳିଥାଏ। ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ସମ୍ପକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ। ଫଳରେ ସେ କିଛି ମନେ ରଖିପାରି ନଥାନ୍ତି। ଏ ସମ୍ପର୍କରେ ଜନସାଧରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ୱର ୨୧ ତାରିଖକୁ  ବିଶ୍ୱ ଆଲଜିମର୍ସ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ୟୁଏଚଓ) ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

Advertisment

ଏହା ଏକ ବଂଶାନୁକ୍ରମିକ ରୋଗ ରୂପରେ ଜଣାଯାଏ। ପରିବାରର ଗୋଟିଏ ପିଢିରୁ ଆଉ ଏକ ପିଢିକୁ ସଂକ୍ରମଣ କରିଥାଏ। ବର୍ତ୍ତମାନ ୫.୪ ଲକ୍ଷ ଆମେରିକୀୟ ନାଗରିକଙ୍କ ସମେତ ସାରା ବିଶ୍ୱରେ ୩ କୋଟି ୫୦ଲୋକ  ଲୋକ ଏହି ରୋଗରେ ଆକ୍ରାନ୍ତ। ଯାହା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୁର୍ଭାଗ୍ୟ ବଶତଃ ଏହି ରୋଗ ଲାଗି କୌଣସି ଚିକିତ୍ସା ବ୍ୟବସ୍ଥା ବାହାରି ପାରି ନାହିଁ।  ଏହି  ରୋଗ  ସମ୍ପର୍କରେ ଆଜି ବି ଅନୁସନ୍ଧାନ ଜାରି ରହିଛି।

ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ହେଉଛି ଅନିଦ୍ରା, ଚିନ୍ତା ଓ ଅବସାଦ। ଏହି ରୋଗରେ ପୀଡିତ ବ୍ୟକ୍ତି ପରିବାର ସଦସ୍ୟଙ୍କୁ ବି ଠିକ୍ ରୂପେ ଚିହ୍ନି ପାରି ନଥାନ୍ତି। ଗମ୍ଭୀର ଅବସ୍ଥାରେ ଥିବା ରୋଗୀ ଅନ୍ୟ ଉପରେ ନିର୍ଭର କରିଥାଏ। ଜଣେ ଆଲଜିମର୍ସ ରୋଗୀଙ୍କୁ ସମ୍ଭାଳିବା କଠିନ ବ୍ୟାପାର। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଦରକାର। ଯାହାଦ୍ୱାରା ରୋଗୀଙ୍କ ବ୍ୟବହାରରେ ଘଟୁଥିବା ପରିବର୍ତ୍ତନ ଦୂର ହୋଇପାରିବ। ଏହି ଅବସ୍ଥାରେ ରୋଗୀଙ୍କୁ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟ କରିବାରେ ସାହାଯ୍ୟ କରାଯିବା ସହ ଦେଖାଶୁଣା କରାଯିବ ବହୁତ ଜରୁରୀ। ଏହି ଅବସ୍ଥାରେ ରୋଗୀଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ତାଙ୍କ ସହ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରିବା ଦଦରକାର। ରୋଗୀଙ୍କୁ ସକ୍ରିୟ ରଖିବାକୁ ପ୍ରତିଦିନ କିଛି ନା କିଛି ଶାରୀରିକ ବ୍ୟୟାମ କରାଯିବା ଦରକାର। ରୋଗୀଙ୍କ ସହ ସବୁବେଳେ ସମ୍ପର୍କ ରଖିବା ଦ୍ୱାରା ସେମାନେ ପ୍ରତିଦିନ ନିଜ କାର୍ଯ୍ୟ ସମ୍ପାଦନ କରିପାରିବା ସହ ପୂର୍ବ କାର୍ଯ୍ୟକୁ ମନେ ରଖି ପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe