Advertisment

ପେପର ବିକାଳିରୁ ୧୦,୦୦୦ କୋଟି ଟଙ୍କାର ମାଲିକ ଅମ୍ବରିଶ

ଇଚ୍ଛାଶକ୍ତି ଆଗରେ ବଡ଼ରୁ ବଡ଼ ସମସ୍ୟା ହାର ମାନିଥାଏ। କିଛି କରି ଦେଖାଇବାର ଦୃଢ ବିଶ୍ୱାସ ଆଣି ଦେଇଥାଏ ସଫଳତା। ଯାହା ବାସ୍ତବରେ କରି ଦେଖାଇଛନ୍ତି ଅମ୍ବରିଶ ମିତ୍ରା। ଅମ୍ବରିଶ ଏପାରି ଜଣେ ବ୍ୟକ୍ତି ଯିଏ ନିଜର ଦୃଢ଼ ବିଶ୍ୱାସ ଓ ଇଚ୍ଛାଶକ୍ତି ବଳରେ ପେପର ବିକାଳିରୁ ୱାର୍ଲ୍ଡ ଇକୋନମିକ ଫୋରମ୍‌ର ୟଙ୍ଗ ଗ୍ଲୋବାଲ ଲିଡର୍ସ ତାଲିକାରେ ସାମିଲ ହୋଇପାରିଛନ୍ତି। ଆଉ ହୋଇ ପାରିଛନ୍ତି ୧୦,୦୦୦ କୋଟି ଟଙ୍କାର କମ୍ପାନୀ ‘ବ୍ଲିପର’ର ମାଲିକ। ଆରମ୍ଭରୁ ଅମ୍ବରିଶଙ୍କର ସ୍କୁଲ […]

ଅଦ୍ୟତନ ହୋଇଛି
ପେପର ବିକାଳିରୁ ୧୦,୦୦୦ କୋଟି ଟଙ୍କାର ମାଲିକ ଅମ୍ବରିଶ

Ambarish-Mitra-Blippar

Advertisment

ଇଚ୍ଛାଶକ୍ତି ଆଗରେ ବଡ଼ରୁ ବଡ଼ ସମସ୍ୟା ହାର ମାନିଥାଏ। କିଛି କରି ଦେଖାଇବାର ଦୃଢ ବିଶ୍ୱାସ ଆଣି ଦେଇଥାଏ ସଫଳତା। ଯାହା ବାସ୍ତବରେ କରି ଦେଖାଇଛନ୍ତି ଅମ୍ବରିଶ ମିତ୍ରା। ଅମ୍ବରିଶ ଏପାରି ଜଣେ ବ୍ୟକ୍ତି ଯିଏ ନିଜର ଦୃଢ଼ ବିଶ୍ୱାସ ଓ ଇଚ୍ଛାଶକ୍ତି ବଳରେ ପେପର ବିକାଳିରୁ ୱାର୍ଲ୍ଡ ଇକୋନମିକ ଫୋରମ୍‌ର ୟଙ୍ଗ ଗ୍ଲୋବାଲ ଲିଡର୍ସ ତାଲିକାରେ ସାମିଲ ହୋଇପାରିଛନ୍ତି। ଆଉ ହୋଇ ପାରିଛନ୍ତି ୧୦,୦୦୦ କୋଟି ଟଙ୍କାର କମ୍ପାନୀ ‘ବ୍ଲିପର’ର ମାଲିକ।

Advertisment

ଆରମ୍ଭରୁ ଅମ୍ବରିଶଙ୍କର ସ୍କୁଲ ଶିକ୍ଷା ପ୍ରତି ଆଗ୍ରହ ନ ଥିଲା। ଅଭାବ ଅନଟନରେ ପିଲାଦିନ ବିତୁ ଥିବା ବେଳେ ଘରୁ ଲୁଚି ଦିଲ୍ଲୀ ପଳାଇ ଯାଇ ସେଠାରେ ଏକ ବସ୍ତିରେ ରହିଥିଲେ। ଗୁଜୁରାଣ ମେଣ୍ଟାଇବାର ସାହାର ପାଲଟିଥିଲା ଖବରକାଗଜ ଓ ମ୍ୟାଗେଜିନ ବିକ୍ରିରୁ ମିଳୁଥିବା ମାତ୍ର କିଛି ଟଙ୍କା।

ଦିନେ ଅମ୍ବରିଶ ଖବରକାଗଜରେ ଏକ ବିଜ୍ଞାପନ ଦେଖିଥିଲେ, ଯେଉଁଥିରେ ବିଜନେସ୍‌ ଆଇଡିଆ ମଗାଯାଇଥିଲା। ଅମ୍ବରିଶ ମହିଳାଙ୍କୁ ଇଣ୍ଟରନେଟ୍‌ ସେବା ଯୋଗାଇବା ଆଇଡିଆ ଦେଇଥିଲେ। ଏଥିପାଇଁ ସେ ୫ ଲକ୍ଷ ଟଙ୍କାର ଆର୍ଥ ଜିତିଥିଲେ। ଏହି ଅର୍ଥରେ ସେ ଏକ କମ୍ପାନୀ ଆରମ୍ଭ କରିଥିଲେ। ଯେଉଁଥିରେ ସେ କ୍ଷତି ସହିଥିଲେ। ପରେ ୧୯୯୭ ମସିହାରେ ମାତ୍ର ୧୭ ବର୍ଷ ବୟସରେ ମହିଳା ସଶକ୍ତିକରଣକୁ ନେଇ ଏକ ୱେବ ପୋର୍ଟାଲ ଆରମ୍ଭ କରିବା ସହ ଏହାର ଆଇପିଓ ଲଞ୍ଚ କରିବାକୁ ସଫଳ ହୋଇଥିଲେ।

Advertisment

ଭାରତରେ ତାଙ୍କର ପୋର୍ଟାଲ କ୍ଷତିରେ ଚାଲିଥିଲା। ଏପରି ସ୍ଥିତିରେ ନିଜର ବଡ଼ ସ୍ୱପ୍ନକୁ ପୂରଣ କରିବାକୁ ସେ ଲଣ୍ଡନ ଯିବାକୁ ନିଷ୍ପତ୍ତି ନେଇଥିଲେ। ଲଣ୍ଡନରେ ସେ ମଦ ନିଶାରେ ପଡି ଯାଇଥିଲେ। ଦିନେ ସାଙ୍ଗମାନଙ୍କ ସହ ବସି ମଦ ପିଉଥିବା ବେଳେ ଜଣେ ସାଙ୍ଗ କହିଥିଲେ, ‘କେତେ ଭଲ ହୁଅନ୍ତା, ଯଦି ଏହି ନୋଟ୍‌ରୁ ଏଲିଜାବେଥ୍‌ ବାହାରକୁ ଆସିଯାଆନ୍ତେ’। ଏହା ଶୁଣିବା ପରେ ଅମ୍ବରିଶଙ୍କ ମନକୁ ‘ଆଙ୍ଗମେଣ୍ଟେଡ ରିୟଲିଟିର’ ଆଇଡିଆ ଆସିଥିଲା ଏବଂ ୨୦୧୧ରେ ସେ ‘ବ୍ଲିପର’ ନାମରେ ଏକ ଆପ୍‌ ବନାଇଥିଲେ। ଏବେ ‘ବ୍ଲିପର’ ୧୦,୦୦୦ କୋଟି ଟଙ୍କାର କମ୍ପାନୀ ହୋଇ ସାରିଛି।

ନିକଟରେ ତାଙ୍କୁ ୱାର୍ଲ୍ଡ ଇକୋନମିକ ଫୋରମ୍‌ର ୟଙ୍ଗ ଗ୍ଲୋବାଲ ଲିଡର ତାଲିକାରେ ସ୍ଥାନ ମିଳିଛି। ଏହି ତାଲିକାରେ ପୂର୍ବରୁ ଜେକ୍‌ ମା, ଗୁଗଲ୍‌ ଫାଉଣ୍ଡର ଲେରୀ ପେଜଙ୍କ ପରି ଦିଗଜ୍‌ ବ୍ୟକ୍ତି ସ୍ଥାନ ପାଇସାରିଛନ୍ତି। ଅମ୍ବରିଶଙ୍କୁ ୨୦୧୬ ବର୍ଷ ପାଇଁ ବ୍ରିଟେନ୍‌ର ‘ଏଣ୍ଟରପ୍ରିମିୟର ଅଫ୍‌ ଦି ୟର’ ଚୟନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe