କେବେ ଖାଇଛନ୍ତି ବନ୍ଧା କୋବି ଚଟଣି?

ଆବଶ୍ୟକ ସାମଗ୍ରୀ: ବନ୍ଧା କୋବି, ରସୁଣ, ଅଦା, କଞ୍ଚାଲଙ୍କା, ରାଶି, ହଳଦୀ, ତେଲ, ଜିରା, ତେନ୍ତୁଳି ଓ ଲୁଣ । ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ବନ୍ଧାକୋବିକୁ କାଟି ଭଲଭାବେ ଧୋଇ, ଛାଣି ରଖନ୍ତୁ। ଏବେ କରେଇ ଗରମ କରି ବିନା ତେଲରେ ରାଶିକୁ ଭାଜି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ପ୍ରଥମେମେ ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏସବୁ ଭାଜି […]

chuttny

Chinmayee Roy
  • Published: Sunday, 15 September 2019
  • , Updated: 15 September 2019, 08:07 PM IST

ଆବଶ୍ୟକ ସାମଗ୍ରୀ: ବନ୍ଧା କୋବି, ରସୁଣ, ଅଦା, କଞ୍ଚାଲଙ୍କା, ରାଶି, ହଳଦୀ, ତେଲ, ଜିରା, ତେନ୍ତୁଳି ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ବନ୍ଧାକୋବିକୁ କାଟି ଭଲଭାବେ ଧୋଇ, ଛାଣି ରଖନ୍ତୁ। ଏବେ କରେଇ ଗରମ କରି ବିନା ତେଲରେ ରାଶିକୁ ଭାଜି ରଖନ୍ତୁ। ତା'ପରେ କଡ଼େଇରେ ତେଲ ଗରମ କରି ପ୍ରଥମେମେ ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ ଖଣ୍ଡ କରି ପକାଇ ଦିଅନ୍ତୁ। ଏସବୁ ଭାଜି ହୋଇଗଲା ପରେ ଏଥିରେ ବନ୍ଧା କୋବିକୁ ପକାନ୍ତୁ। ଏହା ପରେ ଲୁଣ, ହଳଦୀ ଦେଇ ଭଳଭାବେ ଗୋଳାଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ କୋବି ଦରସିଝା ଅବସ୍ଥାରେ ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ଏହାକୁ ତେନ୍ତୁଳି ଓ ରଖିଥିବା ଭଜା ରାଶି ସହିତ ବାଟି ପରଷି ଦିଅନ୍ତୁ। ଏହି ଚଟଣି ଭାତ ସହିତ ଖାଇବାକୁ ଭଲ ଲାଗେ।

 

Related story