diabetes
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଡାଇବେଟିସ’ ଯାହାକୁ ସାଧାରଣ ଭାବେ ମଧୁମେହ ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ। ଡାଇବେଟିସ ମଣିଷ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାକୁ ଲାଗେ। ଫଳରେ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ । ଭାରତରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ତେବେ ଏହି ରୋଗର କାରଣ କ’ଣ ଏବଂ ପ୍ରତିକାର କ’ଣ ରହିଛି ଆସନ୍ତୁ ଜାଣିବା ।/odisha-reporter/media/post_attachments/wp-content/uploads/2021/01/fat-woman.jpg)
ଡାଇବେଟିସର କାରଣ-ଶରୀରରେ ଅତ୍ୟଧିକ ସର୍କରା ମାତ୍ରା ବଢ଼ିଗଲେ ଆମେ ତାକୁ ଡାଇବେଟିସ ବୋଲି କହିଥାଉ। ବହୁ ପ୍ରକାରର ଡାଇବେଟିସ ରହିଛି, ଯେପରିକି ଟାଇପ-୧, ଟାଇପ-୨ ଓ ଜେଷ୍ଟେସନାଲ । ମୁଖ୍ୟତଃ ଡାଇବେଟିସର ହେବାର କାରଣ ହେଉଛି ଆମ ଖାଦ୍ୟ ପଦାର୍ଥ ଏବଂ ଲାଇଫଷ୍ଟାଇଲ ଚେଞ୍ଜ। କିମ୍ବା ଆମେ ଦୈନନ୍ଦିନ ବ୍ୟାୟମ ନ କରିପାରିବା ଏବଂ ମେଦବହୁଳତା ଓ ବଂଶାନୁଗତ।
ଡାଇବେଟିସର ଲକ୍ଷଣ- ଡାଇବେଟିସ ହେଲେ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରା ଲାଗିଥାଏ। ଏଥିସହ ଅଧିକ ଭକୋ ଲାଗିବା, ଦୁର୍ବଳ ଲାଗିବା ଏବଂ ଦେହହାତ କୁଣ୍ଡେଇ ହେବା ଆଦି ଡାଇବେଟିସର ଲକ୍ଷଣ। ଯଦି ଏମିତି ଲକ୍ଷଣ ଆପଣଙ୍କର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେଇ ଡାଇବେଟିସ ଚେକ୍ କରିବା ଉଚିତ।
ପ୍ରତିକାର- ଡାଇବେଟିସ ନ ହେବା ପାଇଁ ୪ଟି ମୁଖ ପ୍ରତିକାର ରହିଛି। ପ୍ରଥମିଟି ହେଲା ସଠିକ ଟାଇମ ବା ନିୟମତି ଅନୁସାରା ଖାଇବା ଉଚିତ। ଦ୍ୱିତୀୟଟି ବହୁ ପରିମାଣରେ ବାହାରର ଖାଦ୍ୟ ଯେପରିକି ଫାଷ୍ଟଫୁଡ, ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ। ତୃତୀୟଟି ନିୟମିତ ଭାବ ଦିନକୁ ଅତିକମରେ ୩୦ ମିନିଟ୍ ଯାଏଁ ଚାଲିବା ଉଚିତ। ଚତୁର୍ଥଟି ହେଲା ମାନସିକ ଚିନ୍ତାଠାରୁ ଦୂରେଇ ରହିବା। ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟମ ଡାଇବେଟିସ ଠାରୁ ବ୍ୟକ୍ତିଙ୍କୁ ଦୂରେଇ ରଖିବାରେ ସହାୟକ ହେବ। ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ ଡାଇବେଟିସ ହୋଇଛି ବୋଲି ଜଣାପଡେ ତେବେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଡାକ୍ତର ଚେକଅପ ପରେ ହିଁ ଖାଦ୍ୟ ଏବଂ ବ୍ୟାୟାମ କରିବା ଉଚିତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/diabetes.jpg)