ଘଣ୍ଟା ଘଣ୍ଟା ଧରି କରୁଛନ୍ତି କି ଚାଟିଂ ? ସାବଧାନ, ମାଡି ବସିବ ରୋଗ

ଆଜିର ମଡର୍ଣ୍ଣ ସମାଜରେ ଫୋନ କଲ୍‌ ଠାରୁ ଅଧିକ ଚାହିଦା ରହିଛି ମେସେଜର। ସୋସିଆଲ ମିଡିଆରେ ଅଧିକ ସମୟ ଚାଟିଂରେ ବ୍ୟସ୍ତ ରହୁଛନ୍ତି ଆଜିର ଯୁବଗୋଷ୍ଠି। ପ୍ରତ୍ୟେକ ଘଟଣାର ବିବରଣୀ ଏବେ ମେସେଜ ମାଧ୍ୟମରେ ଆସୁଛି ଫୋନକୁ। ତେବେ ଏହା ଭିତରେ ଚାଟିଂକୁ ନେଇ ଆସିଛି ଏକ ସାଙ୍ଘ।ତିକ ଖବର। ଯାହା ଶୁଣିଲେ ଆପଣ ଚାଟିଂକୁ କହିବେ ବାଏ ବାଏ। ଏକ ଗବେଷଣା ଅନୁଯାୟୀ ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଚାଟିଂ କରିବା ଆପଣଙ୍କୁ ଅସୁବିଧାରେ ପକାଇପାରେ। […]

chatting

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 02:23 PM IST

ଆଜିର ମଡର୍ଣ୍ଣ ସମାଜରେ ଫୋନ କଲ୍‌ ଠାରୁ ଅଧିକ ଚାହିଦା ରହିଛି ମେସେଜର। ସୋସିଆଲ ମିଡିଆରେ ଅଧିକ ସମୟ ଚାଟିଂରେ ବ୍ୟସ୍ତ ରହୁଛନ୍ତି ଆଜିର ଯୁବଗୋଷ୍ଠି। ପ୍ରତ୍ୟେକ ଘଟଣାର ବିବରଣୀ ଏବେ ମେସେଜ ମାଧ୍ୟମରେ ଆସୁଛି ଫୋନକୁ। ତେବେ ଏହା ଭିତରେ ଚାଟିଂକୁ ନେଇ ଆସିଛି ଏକ ସାଙ୍ଘ।ତିକ ଖବର। ଯାହା ଶୁଣିଲେ ଆପଣ ଚାଟିଂକୁ କହିବେ ବାଏ ବାଏ।

ଏକ ଗବେଷଣା ଅନୁଯାୟୀ ମୋବାଇଲରେ ଘଣ୍ଟା ଘଣ୍ଟା ଧରି ଚାଟିଂ କରିବା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ମୋବାଇଲରେ ଅଧିକାଂଶ ସମୟ ଟାଇପ୍ କରିବା ଫଳରେ ସ୍ମାର୍ଟଫେ।ନ ଥମ୍ୱ ଅଥୋରାଇଟସ୍ ପରି ରୋଗ ହୋଇଥାଏ।

ଏହା ଫଳରେ ଆଙ୍ଗୁଠି ମୋଡିବା କିମ୍ୱା ସିଧା କରିବାକୁ ବହୁତ କଷ୍ଟ ହୋଇଥାଏ। ଡାକ୍ତରଙ୍କ ସୂଚନା ଅନୁସାରେ ଗତ ସାତ ବର୍ଷ ମଧ୍ୟରେ ଏହିଭଳି ମାମଲା ବଢି ବଢି ଚାଲିଛି। ଏପରିକି ଖାଲି ମେସେଜ ନୁହେଁ ଅଧିକାଂଶ ସମୟ ଫେ।ନ ଧରି ରଖିବା ହେତୁ ମଧ୍ୟ ଏପରି ହୋଇଥାଏ। ବହୁତ ସମୟ ଧରି ଗୋଟିଏ ଷ୍ଟାଇଲରେ ସ୍ମାର୍ଟଫେ।ନ ଧରିବା ମଧ୍ୟ ମହଙ୍ଗ। ପଡିପାରେ। ତେବେ ବୈଜ୍ଞାନିକ ମାନେ ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ଉପାୟ ମଧ୍ୟ ବତାଇଛନ୍ତି। ଚାଟିଂ କରୁଥିବା ବେଳେ ସମସ୍ତ ଆଙ୍ଗୁଠିରେ ଟାଇପ କରିବାକୁ ସର୍ବଦା ଚେଷ୍ଟା କରନ୍ତୁ। ଏଥିସହିତ ଲେଖିକି ମେସେଜ୍ ପଠାଇବା ବଦଳରେ ଭଏସ୍ ମେସେଜ ମଧ୍ୟ ଏହାର ଏକ ଉପଯୁକ୍ତ ବିକଳ୍ପ।

Related story