Advertisment

କରୋନାରୁ ରକ୍ଷା ପାଇଁ ବୟସ୍କ ବ୍ୟକ୍ତିଙ୍କ ଏପରି ଯତ୍ନ ନିଅନ୍ତୁ

ଭୁବନେଶ୍ୱର : ବର୍ତ୍ତମାନ ଭାରତରେ ୫୦୦ରୁ ଅଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ ଶ୍ୱାସ ବା ଆସ୍ଥମା, ଡାଇବେଟିସ୍‌, ହୃଦ୍‌ରୋଗୀଗଙ୍କ ଉପରେ ଶୀଘ୍ର ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ୬୦ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ଭାଇରସ୍‌ରେ ଶୀଘ୍ର ଆକ୍ରାନ୍ତ ହୋଇଥା’ନ୍ତି। ଏହାର କାରଣ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ। ଏଥିପାଇଁ ଘରେ ବୟସ୍କ ଲୋକଙ୍କର ଅଧିକ ଯତ୍ନ ନେବାକୁ […]

କରୋନାରୁ ରକ୍ଷା ପାଇଁ ବୟସ୍କ ବ୍ୟକ୍ତିଙ୍କ ଏପରି ଯତ୍ନ ନିଅନ୍ତୁ

aged

Advertisment

ଭୁବନେଶ୍ୱର : ବର୍ତ୍ତମାନ ଭାରତରେ ୫୦୦ରୁ ଅଧିକ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ ଶ୍ୱାସ ବା ଆସ୍ଥମା, ଡାଇବେଟିସ୍‌, ହୃଦ୍‌ରୋଗୀଗଙ୍କ ଉପରେ ଶୀଘ୍ର ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ୬୦ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ଭାଇରସ୍‌ରେ ଶୀଘ୍ର ଆକ୍ରାନ୍ତ ହୋଇଥା’ନ୍ତି। ଏହାର କାରଣ ଏମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ। ଏଥିପାଇଁ ଘରେ ବୟସ୍କ ଲୋକଙ୍କର ଅଧିକ ଯତ୍ନ ନେବାକୁ ଚେଷ୍ଟା କରନ୍ତୁ। ବୟସ୍କ ଲୋକଙ୍କ ଯତ୍ନ ନେବା ଦିଗରେ କେଉଁସବୁ ପଦକ୍ଷେପ ଗ୍ରହଣ କରିବା ଉଚିତ ଜାଣିରଖନ୍ତୁ।

Advertisment

୧. ୬୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଅନ୍ତୁ। ଫ୍ରାନ୍ସ ଓ ଇଟାଲୀ ସରକାର ବୟସ୍କ ଲୋକଙ୍କୁ ଭାଇରସ୍‌ ପ୍ରଭାବରୁ ରକ୍ଷା କରିବା ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ଘରେ ହିଁ ଉପଲବ୍ଧ କରିଛନ୍ତି। ସେହିପରି ୮୦ ବର୍ଷର ଅଧିୟ ବୟସ ବ୍ୟକ୍ତିଙ୍କର ବିଶେଷ ଧ୍ୟାନ ନିଅନ୍ତୁ।

୨. ବୟସ୍କଙ୍କ ଶରୀରର ତାପମାତ୍ରା ଉପରେ ନଜର ରଖନ୍ତୁ। ଯଦି ତାଙ୍କ ଦେହରେ ଜ୍ୱର କିମ୍ୱା ଥଣ୍ଡାର ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Advertisment

୩. ବୟସ୍କଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସେମାନଙ୍କୁ ସତେଜ ଖାଦ୍ୟ ଖାଇବାକୁ ଦିଅନ୍ତୁ। ବାହାର ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ।

୪. ସବୁବେଳେ ଘରେ ରହିବା ସହଜ ହୋଇନଥାଏ। ଏଥିପାଇଁ ସେମାନଙ୍କୁ ଟେକ୍ନୋଲୋଜି ବିଷୟରେ ଜ୍ଞାନ ଦିଅନ୍ତୁ। ବନ୍ଧୁ, ପରିଜନଙ୍କ ସହିତ ଦେଖା ନକରି ହ୍ୱାଟସ୍‌ଆପ୍‌, ସ୍କାଏ ପି ଓ ଭିଡିଓ କଲ୍‌ରେ କଥା ହେବାକୁ କୁହନ୍ତୁ।

୫. କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ବୟସ୍କମାନେ ଠିକ୍ ସମୟରେ ହାତ ସଫା କରୁଛନ୍ତି କି ନାହିଁ, ଏହା ଉପରେ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

୬. ଯେ କୌଣସି ଫ୍ଳୁ ସହିତ ଲଢ଼େଇ କରିବା ପାଇଁ ଅଦା ସାହାଯ୍ୟ କରିଥାଏ। ଯଦି ଆପଣଙ୍କ ଘରେ ବୟସ୍କ ଲୋକ ଅଛନ୍ତି,ତେବେ ସେମାନଙ୍କୁ ଅଦାର କାଢ଼ା ପ୍ରସ୍ତୁତ କରି ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe