ଶରୀର ପାଇଁ ଲାଭଦାୟକ କାକୁଡ଼ି, ଅନେକ ରୋଗରୁ ଦିଏ ମୁକ୍ତି

କାକୁଡ଼ି କିଏ ଅବା ଖାଇବାକୁ ପସନ୍ଦ ନ କରେ। ବିଶେଷ କରି ଖରା ଦିନେ ଏହା ଆମ ଖାଦ୍ୟ ଥାଳିରେ ନିଶ୍ଚୟ ସାମିଲ ଥାଏ। ଅନେକ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ଥାଆନ୍ତି। ତେବେ କାକୁଡ଼ିର ଉପକାରିତା ଏତିକିରେ ସୀମିତ ନାହିଁ। ଆସନ୍ତୁ ଜାଣିବା କାକୁଡ଼ି ଆମ ଶରୀରର ଆଉ କେଉଁ ସବୁ ଉପକାର କରେ। କିଡ୍‌ନୀ ସୁସ୍ଥ ରୁହେ ପ୍ରତିଦିନ ଦୁଇରୁ ତିନି ଗ୍ଲାସ କାକୁଡି ଜୁସ୍‌ ପିଅନ୍ତୁ। ଏହା କିଡ୍‌ନୀକୁ […]

cucumber

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 11:29 AM IST

କାକୁଡ଼ି କିଏ ଅବା ଖାଇବାକୁ ପସନ୍ଦ ନ କରେ। ବିଶେଷ କରି ଖରା ଦିନେ ଏହା ଆମ ଖାଦ୍ୟ ଥାଳିରେ ନିଶ୍ଚୟ ସାମିଲ ଥାଏ। ଅନେକ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଏହାକୁ ବ୍ୟବହାର କରି ଥାଆନ୍ତି। ତେବେ କାକୁଡ଼ିର ଉପକାରିତା ଏତିକିରେ ସୀମିତ ନାହିଁ। ଆସନ୍ତୁ ଜାଣିବା କାକୁଡ଼ି ଆମ ଶରୀରର ଆଉ କେଉଁ ସବୁ ଉପକାର କରେ।

କିଡ୍‌ନୀ ସୁସ୍ଥ ରୁହେ

ପ୍ରତିଦିନ ଦୁଇରୁ ତିନି ଗ୍ଲାସ କାକୁଡି ଜୁସ୍‌ ପିଅନ୍ତୁ। ଏହା କିଡ୍‌ନୀକୁ ସୁସ୍ଥ ରଖିବା ସହିତ ପରିସ୍ରା ସଂପର୍କିତ ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

ପାଚନତନ୍ତ୍ରକୁ ସୁସ୍ଥ ରଖେ

କାକୁଡିରେ ଅଧିକ ଫାଇବର ଥାଏ।  ଏହା ପାଚନତନ୍ତ୍ରକୁ ସ୍ୱାସ୍ଥ୍ୟ ରଖିଥାଏ। ଖାଇବା ପୂର୍ବରୁ ସବୁବେଳେ ଏକ ପ୍ଲେଟ୍‌ କାକୁଡ଼ି ଖାଇଲେ ବା କାକୁଡି ଜୁସ୍‌ ପିଇଲେ ପାଚନତନ୍ତ୍ର ଠିକ୍‌ ରହିଥାଏ।

କୃମି ସମସ୍ୟାରୁ ମୁକ୍ତି

କାକୁଡ଼ିରେ ପ୍ରଚୁରମାତ୍ରାରେ ଏନଜାଇମ ଇରେସ୍ପିନ୍‌ ଥାଏ।  ଏହା ପେଟରେ କୃମିଙ୍କୁ ମାରିବାରେ ସାହାଯ୍ୟ କରିଥାଏ। ନିୟମିତ ଭାବେ କାକୁଡି ଖାଇଲେ କୃମି ସମସ୍ୟାରୁ ମୁକ୍ତି ମିଳେ।

ଇଲେକ୍ଟ୍ରୋଲାଇଟ୍‌କୁ ସନ୍ତୁଳିତ ରଖେ

କାକୁଡ଼ିରେ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍‌ ଅଛି।  ଏହା ଶରୀର ଇଲେକ୍ଟ୍ରୋଲାଇଟ୍‌ର ମାତ୍ରାକୁ ସନ୍ତୁଳିତ ରଖେ।  ଏହା ସହ ରକ୍ତଚାପକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ।

ମଧୁମେହ ନିୟନ୍ତ୍ରଣ କରେ

କାକୁଡିରେ ଇନ୍‌ସୁଲିନ୍‌ ତିଆରି କରୁଥିବା ହରମନ୍ ରହିଛି। ମଧୁମେହ ହୋଇଥିବା ବ୍ୟକ୍ତି ସବୁବେଳେ କାକୁଡି ଖାଇଲେ ସୁଗାରର ସ୍ତର ନିୟନ୍ତ୍ରିତ ରହିଥାଏ।

କ୍ୟାନସରରୁ ରକ୍ଷା

କାକୁଡ଼ିରେ ଲିଗନେନ୍‌ ପ୍ରଚୁର ମାତ୍ରାରେ ମିଳିଥାଏ। ଏହାର ସ୍ତନ ଓ ଗର୍ଭାଶୟ କର୍କଟରୁ ରକ୍ଷା କରେ।

ରୋଗପ୍ରତିରୋଧ ଶକ୍ତି ବଢ଼ାଏ

କାକୁଡି ଖାଇଲେ ରୋଗପ୍ରତିରୋଧ ଶକ୍ତି ବଢ଼ିଥାଏ। ନିୟମିତ କାକୁଡ଼ି ଖାଇଲେ କୁଣ୍ଡିଆ ଓ  ଅନ୍ୟ ରୋଗ ଶୀଘ୍ର ହୋଇ ନ ଥାଏ।

ପାଟିରୁ ଦୁର୍ଗନ୍ଧ ଦୂର କରେ

କାକୁଡ଼ିର ଛୋଟ ଖଣ୍ଡକୁ ପାଟିରେ ପୂରାଇ ରଖିଲେ ପାଟିରେ ଦୁର୍ଗନ୍ଧ ତିଆରି କରୁଥିବା ଜୀବଣୁ ମରିଯାଆନ୍ତି।

ସୌଜନ୍ୟ: News 18, ଫଟୋ: News 18

Related story