Advertisment

ଡେଙ୍ଗୁରୁ କିପରି ପାଇବେ ମୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଏକ ମାରାତ୍ମକ ସଂକ୍ରାମକ ରୋଗ। ଏଡିଜ୍ ଏଜିଫିଟ୍‌ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ପ୍ରବଳ ଜ୍ୱର, ମାଂସପେଶୀ ଓ ଗଣ୍ଠି ଜୋର୍‌ରେ ଦରଜ ହେବା, ମୁଣ୍ଡ ବ୍ୟଥା, ଝାଡ଼ା ଓ ବାନ୍ତି ଏବଂ ତ୍ୱଚା ଲାଲ୍‌ ହୋଇଯିବା ଡେଙ୍ଗୁ ରୋଗର ଲକ୍ଷଣ । ଏହି ରୋଗରେ ପୀଡ଼ିତ ରୋଗୀର ଅବସ୍ଥା ଗୁରୁତର ହୋଇପଡ଼ିଲେ ନାକ, କାନ ଓ  ମୁହଁ ପରି ଅନ୍ୟ ଅଙ୍ଗରୁ ରକ୍ତସ୍ରାବ […]

ଅଦ୍ୟତନ ହୋଇଛି
ଡେଙ୍ଗୁରୁ କିପରି ପାଇବେ ମୁକ୍ତି

dangu

Advertisment

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଏକ ମାରାତ୍ମକ ସଂକ୍ରାମକ ରୋଗ। ଏଡିଜ୍ ଏଜିଫିଟ୍‌ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ବ୍ୟାପିଥାଏ। ପ୍ରବଳ ଜ୍ୱର, ମାଂସପେଶୀ ଓ ଗଣ୍ଠି ଜୋର୍‌ରେ ଦରଜ ହେବା, ମୁଣ୍ଡ ବ୍ୟଥା, ଝାଡ଼ା ଓ ବାନ୍ତି ଏବଂ ତ୍ୱଚା ଲାଲ୍‌ ହୋଇଯିବା ଡେଙ୍ଗୁ ରୋଗର ଲକ୍ଷଣ ।

Advertisment

ଏହି ରୋଗରେ ପୀଡ଼ିତ ରୋଗୀର ଅବସ୍ଥା ଗୁରୁତର ହୋଇପଡ଼ିଲେ ନାକ, କାନ ଓ  ମୁହଁ ପରି ଅନ୍ୟ ଅଙ୍ଗରୁ ରକ୍ତସ୍ରାବ ହୋଇଥାଏ। ଏହାସହିତ ଶରୀରର ରକ୍ତଚାପ ହ୍ରାସ ପାଇଥାଏ।  ଠିକ୍ ସମୟରେ ଉଚିତ୍ ଚିକିତ୍ସା କରା ନ ଗଲେ ରୋଗୀ କୋମା ଅବସ୍ଥାକୁ ଚାଲି ଯାଇଥାଏ। ଜ୍ୱର ଏକରୁ ଦୁଇ ଦିନ ଧରି ଲାଗି ରହିଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। କାରଣ  ଏହା ଡେଙ୍ଗୁ  ଜ୍ୱର ହେବାର ସମ୍ଭାବନା ରହିଥାଏ।

ଡେଙ୍ଗୁ ରୋଗରୁ ଦୂରେଇ ରହିବାକୁ ହେଲେ ଘର କିମ୍ୱା ଘର ବାହାରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ। ଘରେ କୌଣସି ପାତ୍ରରେ ପାଣି ରଖୁଥିଲେ ତାହାକୁ ଢାଙ୍କୁଣୀ ଘୋଡ଼ାଇ ରଖନ୍ତୁ, ନ ହେଲେ ପାତ୍ରରେ ପାଣି ନ ରଖି ତାହାକୁ ଓଲଟାଇ ରଖନ୍ତୁ। କୁଲର୍‌ର ପାଣି ପ୍ରତିଦିନ ପରିବର୍ତ୍ତନ କରନ୍ତୁ । ଜରୁରୀ ନ ଥିଲେ କୁଲ୍‌ରରେ ପାଣି ଭର୍ତ୍ତି କରନ୍ତୁ ନାହିଁ। ଶରୀରକୁ ଘୋଡ଼ାଇ ରଖୁଥିବା ପୋଷାକ ପିନ୍ଧନ୍ତୁ। ମଶା ଦାଉରୁ ବର୍ତ୍ତିବା ପାଇଁ କ୍ରିମ୍‌, କଏଲ୍‌ ଲିକୁଇଡ୍ ବ୍ୟବହାର କରିପାରିବେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe