ଦିନରେ କେତେ କପ୍‌ ଗ୍ରୀନ୍‌ ଟି ପିଉଛନ୍ତି, ଜାଣନ୍ତୁ ବେଶୀ ପିଇଲେ କ’ଣ କ୍ଷତି

ନୂଆଦିଲ୍ଲୀ:ଏବେ ଗ୍ରୀନ୍‌ ଟି ପିଇବା କିଛି ଲୋକଙ୍କ ସଉକ୍‌ ହୋଇଯାଇଛି। ଗ୍ରୀନ୍‌ଟିକୁ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ମାନାଯାଏ।ଏହାକୁ ଏକ ଉପାଦେୟ ହର୍ବାଲ୍ ପାନୀୟ ଭାବେ ଗଣନା କରାଯାଏ।ଗ୍ରୀନ୍‌ ଟି’ରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହି ଟି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ହେଲେ ଅଧିକ ଗ୍ରୀନ୍‌ଟି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ। ଏକ ଗବେଷରାରୁ ଜଣାପଡ଼ିଛି ଯେ, ଗୋଟିଏ ଦିନରେ ଦୁଇ କପ୍‌ରୁ ଅଧିକ ଗ୍ରୀନ୍ ଟି ପିଇଲେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। […]

green-tea-stress-lg

Tapas Behera
  • Published: Tuesday, 05 February 2019
  • , Updated: 05 February 2019, 01:01 PM IST

ନୂଆଦିଲ୍ଲୀ:ଏବେ ଗ୍ରୀନ୍‌ ଟି ପିଇବା କିଛି ଲୋକଙ୍କ ସଉକ୍‌ ହୋଇଯାଇଛି। ଗ୍ରୀନ୍‌ଟିକୁ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ମାନାଯାଏ।ଏହାକୁ ଏକ ଉପାଦେୟ ହର୍ବାଲ୍ ପାନୀୟ ଭାବେ ଗଣନା କରାଯାଏ।ଗ୍ରୀନ୍‌ ଟି’ରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ଏହି ଟି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ହେଲେ ଅଧିକ ଗ୍ରୀନ୍‌ଟି ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାର ହୋଇଥାଏ। ଏକ ଗବେଷରାରୁ ଜଣାପଡ଼ିଛି ଯେ, ଗୋଟିଏ ଦିନରେ ଦୁଇ କପ୍‌ରୁ ଅଧିକ ଗ୍ରୀନ୍ ଟି ପିଇଲେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ।

ଗ୍ରୀନ୍ ଟିରେ ଟୋନିନ୍ସ ନାମକ ଏକ ତତ୍ତ୍ୱ ରହିଛି। ତେଣୁ ଅଧିକମାତ୍ରାରେ ଗ୍ରୀନ୍ ଟି ପିଇଲେ ମୁଣ୍ଡ ବିନ୍ଧେ, ପେଟ ଦରଜ ହୁଏ, ଏସିଡିଟି ଓ ଝାଡ଼ାବାନ୍ତି ସହିତ କୋଷ୍ଠକାଠିନ୍ୟ ମଧ୍ୟ ହୋଇଥାଏ।ଅଧିକ ମାତ୍ରାରେ ଗ୍ରୀନ୍ ଟି ପିଇଲେ ରାତିରେ ନିଦ ହୁଏ ନାହିଁ। ରାତିରେ ଭଲ ନିଦ ନ ହେଲେ ଅନ୍ୟ ରୋଗ ହେବାର ଆଶଙ୍କା ବଢ଼ି ଯାଏ।

ହୃତ୍‌ପିଣ୍ଡ ପାଇଁ ଭଲ ନୁହେଁ ମାତ୍ରାଧିକ ଗ୍ରୀନ୍ ଟି ସେବନ। ଅଧିକ ଗ୍ରୀନ୍ ଟି ପିଇଲେ ହୃତ୍‌ପିଣ୍ଡ ସହିତ ଜଡ଼ିତ ଅନେକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ।ଗର୍ଭବତୀ ମହିଳାମାନଙ୍କୁ ଗ୍ରୀନ୍ ଟି ନ ପିଇବା ପାଇଁ ପରାମର୍ଶ ଦିଆଯାଏ। କାରଣ ଏହା ଦ୍ୱାରା ଗର୍ଭପାତର ଆଶଙ୍କା ରହିଥାଏ।

Related story