Advertisment

ଘରୋଇ ଉପାୟରେ ଡେଙ୍ଗୁ ଓ ଚିକୁନଗୁନିଆ ରୋଗର ପ୍ରତିକାର

ଭୁବନେଶ୍ୱର: ରୋଗ ଛୋଟ ହେଉ କି ବଡ଼ ଘରୋଇ ଚିକିତ୍ସା ନିହାତି ରହିଛି। ଘରୋଇ ଚିକିତ୍ସାର ପ୍ରୟୋଗରେ କୌଣସି ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ନଥାଏ। କିନ୍ତୁ ଘରୋଇ ଉପାୟ ଆପଣାଇବା ପୂର୍ବରୁ ଏହା କେତେଦୂର ରୋଗ କମ କରିବାରେ ସକ୍ଷମ ତାହା ଜାଣି ରଖିବା ଜରୁରୀ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନେ ହେଉଥିବା ଡେଙ୍ଗୁ ଓ ଚିକୁନଗୁନିଆ ରୋଗର କିଛି ଘରୋଇ ଉପଚାର। ଅମୃତଭଣ୍ଡା ରସ: ଡେଙ୍ଗୁ, ଚିକୁନଗୁନିଆରେ ଅମୃତ ଭଣ୍ଡାର ଚୋପାକୁ ସିଝାଇ ସେହି ପାଣି […]

ଅଦ୍ୟତନ ହୋଇଛି
ଘରୋଇ ଉପାୟରେ ଡେଙ୍ଗୁ ଓ ଚିକୁନଗୁନିଆ ରୋଗର ପ୍ରତିକାର

dengue-edis

Advertisment

ଭୁବନେଶ୍ୱର: ରୋଗ ଛୋଟ ହେଉ କି ବଡ଼ ଘରୋଇ ଚିକିତ୍ସା ନିହାତି ରହିଛି। ଘରୋଇ ଚିକିତ୍ସାର ପ୍ରୟୋଗରେ କୌଣସି ପ୍ରକାର ପାର୍ଶ୍ୱପ୍ରତିକ୍ରିୟା ନଥାଏ। କିନ୍ତୁ ଘରୋଇ ଉପାୟ ଆପଣାଇବା ପୂର୍ବରୁ ଏହା କେତେଦୂର ରୋଗ କମ କରିବାରେ ସକ୍ଷମ ତାହା ଜାଣି ରଖିବା ଜରୁରୀ। ତେବେ ଆସନ୍ତୁ ଜାଣିବା ବର୍ଷା ଦିନେ ହେଉଥିବା ଡେଙ୍ଗୁ ଓ ଚିକୁନଗୁନିଆ ରୋଗର କିଛି ଘରୋଇ ଉପଚାର।

Advertisment

ଅମୃତଭଣ୍ଡା ରସ: ଡେଙ୍ଗୁ, ଚିକୁନଗୁନିଆରେ ଅମୃତ ଭଣ୍ଡାର ଚୋପାକୁ ସିଝାଇ ସେହି ପାଣି ପିଇବାକୁ କୁହାଯାଏ। କାରଣ ଏହାର ଚୋପାରେ କାଇମୋପେପେନ ଏବଂ ପପେନ ନାମକ ଦୁଇଟି ଏନଜାଇମ ଶରୀରେ ପ୍ଲେଟଲେଟ କାଉଣ୍ଟ ବଢ଼ାଏ। ଡେଙ୍ଗୁ ଓ ଚିକୁନଗୁନିଆରେ ପ୍ଲେଟଲେଟର ମାତ୍ରା କମିଯାଏ।

ଜୁଆଣୀ: ଜୁଆଣୀରେ ଥିବା ଥାଇମଲ ନାମକ ତେଲ ଲୋକାଲ ଆନସଥେସିଆ ପରି କାମ କରେ। ଏହାସହିତ ଏଥିରେ ଆଣ୍ଟିବ୍ୟାକଟେରିଆଲ ଏବଂ ଆଣ୍ଟି ଫଙ୍ଗଲର ଗୁଣ ମଧ୍ୟ ରହିଛି। ଜୁଆଣୀରେ ଥିବା ଆଣ୍ଟି-ଅକ୍‌ସିଡାଣ୍ଟ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଏ। ଏଥିରେ ଥିବା ଲୋକାଲ ଆନେସଥେସିଆ ଶରୀର ଯନ୍ତ୍ରଣା କମ୍ କରେ। ତେଣୁ ଡେଙ୍ଗୁ, ଚିକୁନଗୁନିଆରେ ଜୁଆଣୀ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର।

Advertisment

ତୁଳସୀ ପତ୍ର: ସାଧାରଣତଃ ତୁଳସୀ ପତ୍ରକୁ ଔଷଧୀୟ ରୂପେ ବ୍ୟବହାର କରାଯାଏ। ତୁଳସୀ ପତ୍ରରେ ଥବା ଏନଜାଇମ ଶରୀରକୁ ଦୁର୍ବଳ କରାଏ ନାହିଁ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ବେଟା-କେରୋଟିନ୍ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ।

ରସୁଣ: ରସୁଣର ପ୍ରୟୋଗ ଯେ କେବଳ ମସଲାରେ କରାଯାଏ ତାନୁହେଁ, ଏହାର ଔଷଧୀୟ ଉପାୟ ମଧ୍ୟ ରହିଛି। ଏଥିରେ ମିନେରାଲ୍ସ, ଭିଟାମିନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହାର ପାଖୁଡାରେ ଥିବା ଅଲିସିନ ଏଣ୍ଟି-ଭାଇରାଲ ପରି କାମ କରେ। ଡେଙ୍ଗୁ ଓ ଚିକୁନଗୁନିଆରେ ରସୁଣ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe