Advertisment

ସୁସ୍ଥ ମେରୁଦଣ୍ଡ ପାଇଁ ଧନୁରାସନ

ଭୁବନେଶ୍ୱର: ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ। ଏହି ଆସନ କରିବା ସମୟରେ ଏହାର ପ୍ରଭାବ ଆପଣ ବେକ, ତଳିପେଟ ଓ ଅଣ୍ଟା ଉପରେ ପଡ଼ିବା ସହ ଆରାମ ମଧ୍ୟ ଅନୁଭବ କରିବେ। କେବଳ ଯେ ଏହି ତିନୋଟି ସମସ୍ୟା ନୁହେଁ ଆହୁରି ଛୋଟବଡ଼ ସମସ୍ୟା ସମାଧାନ ମଧ୍ୟ କରେ ଏହି ଧନୁରାସନ। ତେବେ ଏହି ଆସନ ଶରୀରର ଉପରେ କିପ୍ରଭାବ […]

ଅଦ୍ୟତନ ହୋଇଛି
ସୁସ୍ଥ ମେରୁଦଣ୍ଡ ପାଇଁ ଧନୁରାସନ

dhanurasana

Advertisment

dhanurasanaଭୁବନେଶ୍ୱର: ତଳିପେଟ ବଢ଼ୁଥିଲେ, ଅଣ୍ଟାରେ ଯନ୍ତ୍ରଣା ଅନୁଭବ ହେଉଥିଲେ କିମ୍ବା ଶ୍ୱାସ ରୋଗ ସମସ୍ୟା ଥିଲେ ଧନୁରାସନ ପ୍ରତିଦିନ ସକାଳେ କିଛି ସମୟ କରନ୍ତୁ। ଏହି ଆସନ କରିବା ସମୟରେ ଏହାର ପ୍ରଭାବ ଆପଣ ବେକ, ତଳିପେଟ ଓ ଅଣ୍ଟା ଉପରେ ପଡ଼ିବା ସହ ଆରାମ ମଧ୍ୟ ଅନୁଭବ କରିବେ। କେବଳ ଯେ ଏହି ତିନୋଟି ସମସ୍ୟା ନୁହେଁ ଆହୁରି ଛୋଟବଡ଼ ସମସ୍ୟା ସମାଧାନ ମଧ୍ୟ କରେ ଏହି ଧନୁରାସନ। ତେବେ ଏହି ଆସନ ଶରୀରର ଉପରେ କିପ୍ରଭାବ ପକାଏ ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ କଥା।

Advertisment

କିପରି କରିବେ:

-ପ୍ରଥମେ ପେଟେଇ ସିଧା ଶୋଇ ରୁହନ୍ତୁ

-ଏକ ଲମ୍ବା ନିଶ୍ୱାସ ଛାଡ଼ିବା ପରେ ଦୁଇ ଆଣ୍ଠୁକୁ ଭାଙ୍ଗି ଗୋଇଠିକୁ ଦୁଇ ହାତର ପାପୁଲି ସାହାଯ୍ୟରେ ଧରି ରଖନ୍ତୁ

-ସ୍ୱାଭାବିକ ଶ୍ୱାସକ୍ରିୟା ସହ ଦୁଇ ଜଘଂ ପେଟ ଓ ମୁଣ୍ଡକୁ ମଧ୍ୟ ଯେତେଦୂର ସମ୍ଭବ ଉପରକୁ ଉଠାନ୍ତୁ

Advertisment

- ପୂରା ଶରୀରର ଓଜନକୁ ତଳି ପେଟ ଉପରେ ରଖିବା ପାଇଁ ଚେଷ୍ଟା କରନ୍ତୁ ଓ ଉପରକୁ ଦୃଷ୍ଟି ରଖନ୍ତୁ। ଏହି ଆସନରେ କିଛି ସମୟ ରହିବା ପରେ ନିଶ୍ୱାସ ଛାଡ଼ିବା ସହ ଧୀରେ ଧୀରେ ଗୋଡ଼ ଓ ମୁଣ୍ଡକୁ ତଳକୁ ଖସାନ୍ତୁ।

ଲାଭ:

-ଶରୀର ଓଜନ ସହ ପେଟରେ ଜମି ରହିଥିବା ଚର୍ବି କମ୍‌ ହ୍ରାସ କରେ, ଅଳସୁଆପଣ ଦୂର ହୁଏ। ପେଟ ଭିତରେ ଥିବା ସବୁ ଅଙ୍ଗ ସକ୍ରିୟ ହୁଏ ଏବଂ ଲିଭରର ମସାଜ ହୁଏ ଓ ହଜମ ଶକ୍ତି ବଢ଼େ।

-ମଧୁମେହ ରୋଗୀଙ୍କ ଶରୀରରେ ଉପଯୁକ୍ତ ପରିମାଣର ଇନସୁଲିନ ଏବଂ ଗ୍ଲୁକାଗୋନ୍‌ କ୍ଷରଣ ହୁଏ। ଫଳରେ ରକ୍ତରେ ଶର୍କରା ମାତ୍ରା ଠିକ୍‌ ରୁହେ। ଉଭୟ ୧ ଓ୨ଟାଇପ୍‌ ମଧୁମେହ ରୋଗୀ ଏହି ଆସନ କରିପାରିବେ।

-ମେରୁଦଣ୍ଡ ସିଧା ରଖିବା ସହ ଅଣ୍ଟା ଯନ୍ତ୍ରଣା ଦୂର କରେ। କାନ୍ଧ ମଧ୍ୟ ମଜବୁତ୍‌ ରଖେ। ଶ୍ୱାସ ଓ ଥାଇରଏଡ ସମସ୍ୟା ମଧ୍ୟ ଏହି ଆସନ ଦ୍ୱାରା ସହଜେ ଦୂର ହୁଏ।

କେଉଁମାନେ କରିବେ ନାହିଁ:

-ହୃଦ୍‌ ସମସ୍ୟା, ଉଚ୍ଚ ରକ୍ତଚାପ, ହାର୍ନିଆ, ଆପେଣ୍ଡିସସାଇଟିସ ସମସ୍ୟା ଥିଲେ ଏହି ଆସନ କରିବେ ନାହିଁ।

-ରାତିରେ ଶୋଇବାର କିଛି ସମୟ ପୂର୍ବରୁ ଏହି ଆସନ କରିବେ ନାହିଁ।

-ସିଆଟିକା କିମ୍ବା ଅଧିକ ଅଣ୍ଟା ଯନ୍ତ୍ରଣା ଥିଲେ ଯୋଗ ଗୁରୁଙ୍କ ବିନା ପରାମର୍ଶରେ ଏହି ଆସନ କରିବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe