ବଜାରରୁ ସ୍କିନ୍‌ କେୟାର୍‌ ପ୍ରଡକ୍ଟ କିଣୁଛନ୍ତି କି! ସାବଧାନ, ହୋଇପାରେ ହାନିକାରକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ବଜାରରେ ମିଳୁଥିବା ବିଭିନ୍ନ ସ୍କିନ୍‌ କେୟାର୍‌ ପ୍ରଡକ୍ଟସ୍‌ ବ୍ୟବହାର କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଜରୁରୀ। ବିଶେଷଜ୍ଞଙ୍କ ମତରେ, ଯେତେବେଳେ ବି ଆପଣ ସ୍କିନ୍‌ କେୟାର୍‌ ପ୍ରଡକ୍ଟସ୍‌ ବଜାରରୁ କିଣୁଛନ୍ତି, ସେଥିରେ କ’ଣ ସବୁ ଇନ୍‌ଗ୍ରେଡି‌ଏଣ୍ଟସ୍‌ ଅଛି ଏବଂ ଏହା କେଉଁଥିରେ ତିଆରି ହୋଇଛି, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏବେ ଆସନ୍ତୁ ଜାଣିବା, ସ୍କିନ୍‌ କେୟାର୍‌ ପ୍ରଡକ୍ଟସ୍‌ରେ କେଉଁ ସବୁ ଜିନିଷ […]

pp1

Puspanjali Panda
  • Published: Tuesday, 15 January 2019
  • , Updated: 15 January 2019, 08:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ବଜାରରେ ମିଳୁଥିବା ବିଭିନ୍ନ ସ୍କିନ୍‌ କେୟାର୍‌ ପ୍ରଡକ୍ଟସ୍‌ ବ୍ୟବହାର କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଜରୁରୀ।

ବିଶେଷଜ୍ଞଙ୍କ ମତରେ, ଯେତେବେଳେ ବି ଆପଣ ସ୍କିନ୍‌ କେୟାର୍‌ ପ୍ରଡକ୍ଟସ୍‌ ବଜାରରୁ କିଣୁଛନ୍ତି, ସେଥିରେ କ’ଣ ସବୁ ଇନ୍‌ଗ୍ରେଡି‌ଏଣ୍ଟସ୍‌ ଅଛି ଏବଂ ଏହା କେଉଁଥିରେ ତିଆରି ହୋଇଛି, ତାହା ଜାଣିବା ଗୁରୁତ୍ୱପୂର୍ଣ୍ଣ।

ଏବେ ଆସନ୍ତୁ ଜାଣିବା, ସ୍କିନ୍‌ କେୟାର୍‌ ପ୍ରଡକ୍ଟସ୍‌ରେ କେଉଁ ସବୁ ଜିନିଷ ରହିଲେ, ସେ ସବୁ ବ୍ୟବହାର କରିବେ ନାହିଁ।

ବିଶେଷଜ୍ଞଙ୍କ ମତରେ କିଛି ପ୍ରଡକ୍ଟସ୍‌ରେ ଖରାପ କେମିକାଲସ୍‌ ମିଶିଥାଏ। ଏହି କେମିକାଲସ୍‌କୁ ପ୍ରଡକ୍ଚରେ ଆର୍ଟିଫିସିଆଲ୍‌ ଫ୍ରାଗ୍‌ନାନ୍ସ ଦେବା ପାଇଁ ବ୍ୟବହାର କରାଯାଇଥାଏ।

ଏହି ଆର୍ଟିଫିସିଆଲ୍‌ ଫ୍ରାଗ୍‌ନାନ୍ସରେ ଭିନ୍ନ ଭିନ୍ନ କେମିକାଲସ୍‌ ବହୁ ପରିମାଣରେ ଥାଏ, ଯାହାର ମାନ ପରୀକ୍ଷା ହୋଇ ନ ଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଆର୍ଟିଫିସିଆଲ୍‌ ଫ୍ରାଗ୍‌ନାନ୍ସ ସ୍କିନ୍‌ ପାଇଁ କ୍ଷତିକାରକ।
କିଛି ପ୍ରଡକ୍ଟସ୍‌କୁ ଆକର୍ଷଣୀୟ ରୂପ ଦେବା ପାଇଁ ସେଥିରେ ଆର୍ଟିଫିସିଆଲ୍‌ କଲର୍‌ ବ୍ୟବହାର କରାଯାଏ। ତେବେ ଖରାପ ମାନର କେମିକାଲ୍‌ସ୍‌ ଯୋଗୁ ଏହା ଦ୍ୱାରା ସ୍କିନ୍‌ରେ ଆଲର୍ଜି କିମ୍ୱା ଇନ୍‌ଫ୍ଲାମେଟୋରୀ ଡିଜର୍ଡର୍‌ ହେବାର ଆଶଙ୍କା ଥାଏ।

ଯେଉଁ ପ୍ରଡକ୍ଟ୍‌ସ୍‌ରେ ପାରାବେନ୍‌ ନାମକ ଇନ୍‌ଗ୍ରେଡି‌ଏଣ୍ଟସ୍‌ ରହିଥାଏ, ତାହାକୁ କିଣନ୍ତୁ ନାହିଁ। ପାରାବେନ୍‌କୁ ବିଶେଷତଃ ଫାର୍ମାସ୍ୟୁଟିକାଲସ୍‌, ମଶ୍ଚୟରାଇଜର୍‌, ଶାମ୍ପୁ, କସ୍‌ମେଟିକ୍‌ ଓ ଡିଓଡରାଣ୍ଟ୍‌କୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିବା ପାଇଁ ବ୍ୟବହାର କରାଯାଇଥାଏ।

ପାରାବେନ୍‌ରେ ବ୍ୟୁଟାଇଲ୍‌ପାରାବେନ୍‌, ଏଥିଲ୍‌ପାରାବେନ୍‌, ବ୍ୟୁଟିଲ୍‌ପାରାବେନ୍‌ ଓ ମିଥାଇଲ୍‌ପାରାବେନ୍‌ର ବ୍ୟବହାର କରାଯାଇଥାଏ। ପାରାବେନ୍‌ରେ କ୍ୟାନସର୍‌ ହେବାର ଗୁଣ ରହିଛି, ଯାହାକୁ ବ୍ୟବହାର କରିବା ପରେ ଏହା ଆପଣଙ୍କ ଶରୀରରେ ପ୍ରବେଶ କରେ ଏବଂ ଲମ୍ୱା ସମୟ ପାଇଁ ଆପଣଙ୍କ ଶରୀରରେ ରହିଥାଏ। ଏହାଦ୍ୱାରା ଆପଣଙ୍କ ଶରୀରରେ ଭବିଷ୍ୟତରେ କ୍ୟାନସର୍‌ ସେଲ୍‌ର ବୃଦ୍ଧି ଘଟିଥାଏ।

ଯଦି ଆପଣ ପାରାବେନ୍‌ ନ ଥିବା କୌଣସି ପ୍ରଡକ୍ଟ ପାଉଛନ୍ତି, ତେବେ ଏହା ଆପଣଙ୍କ ସ୍କିନ୍‌ ପାଇଁ କ୍ଷତିକାରକ ନୁହେଁ।
ସେହିପରି ଯଦି ଆପଣ କୌଣସି ପ୍ରଡକ୍ଟରେ ଫର୍‌ମାଲ୍‌ଡିହାଇଡ୍‌ ଡେରିଭେଟିଭ୍‌ ଇନ୍‌ଗ୍ରେଡି‌ଏଣ୍ଟସ୍‌ ଥିବା ଜାଣିବାକୁ ପାଉଛନ୍ତି, ତେବେ ଏହା କାର୍ସିଓଜେନିକ୍‌ ବା କ୍ୟାନସର୍‌ ପ୍ରବଣ ପ୍ରଡକ୍ଟ ବୋଲି ଜାଣିବେ।

Related story