ଗ୍ରହରାଜଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ? ଜାଣିରଖନ୍ତୁ ଶନିବାର କ’ଣ କିଣିବା ଅନୁଚିତ

ଜ୍ୟୋତିଷ ଶାସ୍ତ୍ରର କହିବା ଅନୁଯାୟୀ ଆମ ଗ୍ରହମାନଙ୍କର ଚଳନ ଅନୁଯାୟୀ ଆମ ଜୀବନ ପ୍ରଭାବିତ ହୋଇଥାଏ। କେତେବେଳେ କେଉଁ ଘରେ କେଉଁ ଗ୍ରହ ଅବସ୍ଥାନ କରନ୍ତି, ତାକୁ ନେଇ ଆମ ଭାଗ୍ୟ ଭବିଷ୍ୟତ ପରିଚାଳିତ ହୋଇଥାଏ। ତେବେ ଜ୍ୟୋତିଷ ବିଦ୍ୟା କହୁଛି, ଗ୍ରହମାନଙ୍କ ଭିତରେ ରାଜା ହେଉଛନ୍ତି ପ୍ରଭୁ ଶନିଦେବ। ତାଙ୍କ ପ୍ରଭାବ ପଡ଼ିଲେ ମଣିଷର ଭାଗ୍ୟ ଖରାପ ପଡ଼େ ବୋଲି କୁହାଯାଏ। କୁହାଯାଏ ଶନିଦଶା ପଡ଼ିଲେ ମଣିଷ ତଳିତଳାନ୍ତ ହୋଇଯାଏ। ବ୍ୟକ୍ତିର ବିକାଶ ବିକାଶରେ ବାଧା […]

SANIDEVMARKETING

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 02:13 PM IST

ଜ୍ୟୋତିଷ ଶାସ୍ତ୍ରର କହିବା ଅନୁଯାୟୀ ଆମ ଗ୍ରହମାନଙ୍କର ଚଳନ ଅନୁଯାୟୀ ଆମ ଜୀବନ ପ୍ରଭାବିତ ହୋଇଥାଏ। କେତେବେଳେ କେଉଁ ଘରେ କେଉଁ ଗ୍ରହ ଅବସ୍ଥାନ କରନ୍ତି, ତାକୁ ନେଇ ଆମ ଭାଗ୍ୟ ଭବିଷ୍ୟତ ପରିଚାଳିତ ହୋଇଥାଏ। ତେବେ ଜ୍ୟୋତିଷ ବିଦ୍ୟା କହୁଛି, ଗ୍ରହମାନଙ୍କ ଭିତରେ ରାଜା ହେଉଛନ୍ତି ପ୍ରଭୁ ଶନିଦେବ। ତାଙ୍କ ପ୍ରଭାବ ପଡ଼ିଲେ ମଣିଷର ଭାଗ୍ୟ ଖରାପ ପଡ଼େ ବୋଲି କୁହାଯାଏ। କୁହାଯାଏ ଶନିଦଶା ପଡ଼ିଲେ ମଣିଷ ତଳିତଳାନ୍ତ ହୋଇଯାଏ। ବ୍ୟକ୍ତିର ବିକାଶ ବିକାଶରେ ବାଧା ଦେଖାଦିଏ। ଶନିଙ୍କର କୋପ ଅତି ଭୟଙ୍କର। ଜ୍ୟୋତିଷ ଶାସ୍ତ୍ର କହୁଛି, ଆପଣ ଯଦି ଶନିବାର ଦିନ କିଛି କିଣାକିଣି କରୁଛନ୍ତି। ତେବେ କିଛି ନିର୍ଦ୍ଦିଷ୍ଟ ବିଷୟ ଉପରେ ଧ୍ୟାନ ଦେବା ଜରୁରି। ଆସନ୍ତୁ ଜାଣିବା କଣ ସେ ସତର୍କତା

ବାଇଗଣ: ଜ୍ୟୋତିଷ ଶାସ୍ତ୍ର କହୁଛି, ଶନିବାର ଦିନ ବାଇଗଣ କିଣନ୍ତୁ ନାହିଁ କି ଖାଆନ୍ତୁ ନାହିଁ। ଖାସ୍ କରି କଳା ବାଇଗଣଠୁ ଦୂରେଇ ରୁହନ୍ତୁ। ଗ୍ରହରାଜ ଶନିଦେବ କୋପରୁ ବଞ୍ଚିବା ପାଇଁ ଏହି ଦିନ କଳାଲଙ୍କା ମଧ୍ୟ ଖାଆନ୍ତୁ ନାହିଁ।

ଲୁଣ: ଶନିବାର ଲୁଣ କିଣନ୍ତୁ ନାହିଁ। ଏପରି କଲେ ଆପଣ ଆର୍ଥିକ ସମସ୍ୟା ଦେଇ ଗତିକରି ପାରନ୍ତି। ଋଣରୁ ବଞ୍ଚିବା ପାଇଁ ଶନିବାର ଦିନ ମନ୍ଦିର ଓ ପୂଜା ସ୍ଥାନରେ ଲୁଣଦାନ କରନ୍ତୁ।

ନୂଆ ଗାଡ଼ି: କୁହାଯାଏ ଶନିଗ୍ରହ ସହ ଧାତୁର ସଂଯୋଗ ଥାଏ।,ତେଣୁ ଶନିବାର ଲୁହା କିଣିବା ଅନୁଚିତ। ଏହିଦିନ ନୂଆ ଗାଡି କଣିବା ଦ୍ୱାରା ଦୁର୍ଘଟଣା ହେବାର ଆଶଂକା ଥାଏ ବୋଲି ଶାସ୍ତ୍ର କହୁଛି।

ସୋରିଷ ତେଲ: ଶନିବାର ଦିନ ସୋରିଷ ତେଲ କିଣନ୍ତୁ ନାହିଁ। ଯଦି ପାରୁଛନ୍ତି ଏହିଦିନ ସୋରିଷ ତେଲକୁ ଗରିବଙ୍କୁ ଦାନ ଦିଅନ୍ତୁ ଓ ଶନିଦେବଙ୍କ ପାଖରେ ଚଢାନ୍ତୁ।

କଳା ଚୋପା ଥିବା ଡାଲି: ଶନିବାର କଳା ଚୋପାଯୁକ୍ତ ଡାଲି କିଣନ୍ତୁ ନାହିଁ କି ରୋଷେଇ କରନ୍ତୁ ନାହିଁ॥ ଯହି ସମ୍ଭବ ହୁଏ ତେବେ ଏହାକୁ ଗରିବ ଲୋକମାନଙ୍କୁ ବାଣ୍ଟି ଦିଅନ୍ତୁ , ନହେଲେ ଗାଈକୁ ଖାଇବାକୁ ଦିଅନ୍ତୁ।

କଳା ଡ୍ରେସ୍: ଯଦି ଆପଣଙ୍କୁ କଳା ରଙ୍ଗର ଡ୍ରେସ ପସନ୍ଦ ତେବେ ତାକୁ ଶନିବାର ଦିନ କିଣନ୍ତୁ ନାହିଁ। ଯହି ଆପଣଙ୍କ କୁଣ୍ଡଳି ଉପରେ ଶନିଦେବଙ୍କ ପ୍ରଭାବ ରହିଛି, ତେବେ କଳା ରଙ୍ଗର ଡ୍ରେସ୍ ପିନ୍ଧିଲେ ଆପଣଙ୍କ ଉପରେ ବିପଦ ଆସିପାରେ।

Related story