ଏମିତି କିଛି ଜିନିଷ ଯାହା ଫ୍ରିଜ୍‌ରେ ରଖିବା ଉଚିତ ନୁହେଁ

ଆଜିକାଲି ଘରେ ଘରେ ଫ୍ରିଜ୍‌ ଅଛି। ଏଥିରେ ଆମେ ଖାଦ୍ୟ ପଦାର୍ଥକୁ ସାଇତି ରଖୁ। ଫଳମୂଳ, ପନିପରିବା ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଏଥିରେ ରଖୁ। କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଖାଦ୍ୟ ପଦାର୍ଥ ରହିଛି ଯେଉଁଗୁଡ଼ିକୁ ଫ୍ରିଜ୍‌ରେ ରଖିଲେ ନଷ୍ଟ ହୋଇଯାଏ ଅବା ସେଗୁଡ଼ିକର ସ୍ୱାଦ ବଦଳି ଯାଏ। ଆଜି ଆମେ ଆପଣଙ୍କୁ ଏଭଳି ୫ଟି ଖାଦ୍ୟ ପଦାର୍ଥ ବିଷୟରେ ଜଣାଇବୁ। ଟମାଟୋ– ଅଧିକାଂଶ ଲୋକ ଟମାଟୋକୁ ଫ୍ରିଜରେ ରଖିଥାନ୍ତି। ଆପଣ […]

vegitable

Rakesh Mallick
  • Published: Monday, 21 August 2017
  • , Updated: 13 September 2017, 01:02 PM IST

ଆଜିକାଲି ଘରେ ଘରେ ଫ୍ରିଜ୍‌ ଅଛି। ଏଥିରେ ଆମେ ଖାଦ୍ୟ ପଦାର୍ଥକୁ ସାଇତି ରଖୁ। ଫଳମୂଳ, ପନିପରିବା ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ଏଥିରେ ରଖୁ। କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଖାଦ୍ୟ ପଦାର୍ଥ ରହିଛି ଯେଉଁଗୁଡ଼ିକୁ ଫ୍ରିଜ୍‌ରେ ରଖିଲେ ନଷ୍ଟ ହୋଇଯାଏ ଅବା ସେଗୁଡ଼ିକର ସ୍ୱାଦ ବଦଳି ଯାଏ। ଆଜି ଆମେ ଆପଣଙ୍କୁ ଏଭଳି ୫ଟି ଖାଦ୍ୟ ପଦାର୍ଥ ବିଷୟରେ ଜଣାଇବୁ।

ଟମାଟୋ- ଅଧିକାଂଶ ଲୋକ ଟମାଟୋକୁ ଫ୍ରିଜରେ ରଖିଥାନ୍ତି। ଆପଣ ବି ରଖୁଥିବେ? ଯଦି ରଖୁଥିବେ ତା’ହେଲେ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଟମାଟୋକୁ ଅତି କମ୍‌ ତାପମାତ୍ରାରେ ଷ୍ଟୋର କରି ରଖିଲେ ତା’ର ସ୍ୱାଦ ବଦଳି ଯାଏ। ଏହା ସହିତ ଏହା ଶୀଘ୍ର ଖରାପ ହୋଇଯାଏ।

ରସୁଣ- ଫ୍ରିଜରେ ରସୁଣ  ରଖିବା ଉଚିତ ନୁହେଁ। ଫ୍ରିଜ୍‌ରେ ରଖିଲେ ରସୁଣ ଶୁଖିଯାଏ। ଏଥିପାଇଁ ରସୁଣକୁ ସବୁବେଳେ ସାମାନ୍ୟ ତାପମାତ୍ରାରେ ରଖନ୍ତୁ।

କଫି ମଞ୍ଜି- ଅଧିକାଂଶ ଲୋକ କଫି ମଞ୍ଜିକୁ ଫ୍ରିଜରେ ରଖନ୍ତି। ଏପରି କଲେ ଆପଣ ଦୁଇ ପ୍ରକାରେ କ୍ଷତିରେ ପଡ଼ିବେ। ପ୍ରଥମ- କଫିର ବାସ୍ନା ଅନ୍ୟସମସ୍ତ ଖାଦ୍ୟ ପଦାର୍ଥରେ ଚରି ଯାଏ। ତେଣୁ ସେଗୁଡ଼ିକ କଫି ପରି ବାସ୍ନା ହୁଏ। ଦ୍ୱିତୀୟ- ଫ୍ରିଜ୍‌ରେ ଥିବା ଅନ୍ୟ ଖାଦ୍ୟ ପଦାର୍ଥଗୁଡ଼ିକର ବାସ୍ନା କଫିରେ ପଶିଯାଏ। ତେଣୁ ପୂରା କଫି ଖରାପ ହୋଇଯାଏ।

କଦଳୀ- କଦଳୀକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହା ଦ୍ୱାରା କଦଳୀ ନରମ ହୋଇଯାଏ। ଏଥିରେ ଥିବା  ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।

ସୌଜନ୍ୟ- ଅମର ଉଜାଲା

Related story